ପ୍ରମୁଖ ଖବର
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

ଛୋଟ ପିଲାଙ୍କୁ ବାଇଆ କରୁଛି ଫ୍ରି ଫାୟାର ଗେମ୍, ପାଠ ନପଢି ଗେମ୍ ଖେଳି ଦଶମ ଶ୍ରେଣୀ ଛାତ୍ର ଗୁରୁତର

ତେଲକୋଇ, ୨୮/୦୭ : ଛୋଟ ପିଲାଙ୍କୁ ବାଇଆ କରୁଛି ଫ୍ରି ଫାୟାର ଗେମ୍। ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳି ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି । ହରିଚନ୍ଦନପୁର ଥାନା ଆଖୁପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

କୁନି କୁନି ପିଲାମାନଙ୍କୁ ବାଇଆ କରୁଛି ଫ୍ରି ଫାୟାର ଗେମ୍। ମୋବାଇଲରେ ଘଣ୍ଟା ଘଣ୍ଟା ଗେମ୍ ଖେଳି ସମୟ ନଷ୍ଟ କରୁଛନ୍ତି। ତେବେ ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳି ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିଚନ୍ଦନପୁର ଥାନା ଆଖୁପାଳ ଗାଁରେ। ଗାଁର କୁଅଁର ଖଣ୍ଡା ତାଙ୍କ ପୁଅ ଅନଲାଇନରେ ପାଠ ପଢିବେ ବୋଲି ଏକ ସ୍ମାର୍ଟ ଫୋନ୍ କିଣି ଦେଇଥିଲେ। ହେଲେ ପୁଅ ପାଠ ନପଢି ଫ୍ରି ଫାୟାର ଗେମ୍ ଖେଳି ମାନସିକ ସ୍ଥିତି ହରାଇଛି। ତାଙ୍କୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏବେ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

କରୋନା କଟକଣା ପାଇଁ ଏବେ ସ୍କୁଲ କଲେଜ ବନ୍ଦ ଥିବା କାରଣରୁ ପିଲାମାନଙ୍କର ଅନଲାଇନ୍ ପାଠ ପଢା ଚାଲୁଛି। ଫଳରେ ଛୋଟ ଛୋଟ ପିଲାମାନେ ମୋବାଇଲର ବହୁଳ ବ୍ୟବହାର କରୁଛନ୍ତି। ହେଲେ ପାଠ ପଢିବା ବଦଳରେ କିଛି ପିଲା ଏହାର ଅପ ବ୍ୟବହାର କରୁଛନ୍ତି। ଯେପରିକି ଫୋନ୍‌ରେ ବିଭିନ୍ନ ପ୍ରକାରର ଗେମ୍ ଖେଳିବା, ଭିଡିଓ ଦେଖିବା ଆଦିରେ ସମୟ ନଷ୍ଟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.