ପ୍ରମୁଖ ଖବର
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ଅସାବଧାନତା ଯୋଗୁଁ ହାତରେ ଫୁଟିଗଲା ବାଣ, ନାବାଳକ ଗୁରୁତର

ଦେବଗଡ଼, ୨୬/୦୫ : ବାଣ ଫୁଟି ନାବାଳକ ଗୁରୁତର। ଗୁରୁବାର ପୂର୍ବାହ୍ନ ଦେବଗଡ଼ ସହର ୧୧ ନମ୍ବର ୱାର୍ଡ ମହୁଲଢିପା ସାହିରେ ବାଣ ଫୁଟି ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ନାବାଳକ ଜଣଙ୍କ ହେଉଛନ୍ତି ସୁବର୍ଣ୍ଣପାଲି ଗ୍ରାମର ତପନ ସ୍ଵାଇଁଙ୍କ ଆଠ ବର୍ଷର ପୁଅ ଆୟୁଷ ସ୍ଵାଇଁ।

ସୂଚନାନୁଯାୟୀ, ନାବାଳକ ଆୟୁଷ କୌଣସି ସ୍ଥାନରୁ ଏକ ବାଣ ଆଣି ଘରର ଛାତ ଉପରେ ନିଆଁ ଲଗାଉଥିଲେ। ଏହି ସମୟରେ ବାଣଟି ନାବାଳକଙ୍କ ହାତରେ ଫୁଟି ଯାଇଛି। ଆୟୁଷଙ୍କ ମୁଁହ, ଆଖି, ହାତ ଓ ଗୋଡ଼ରେ ଆଘାତ ଲାଗିଛି। ଆୟୁଷଙ୍କ ପାଟି ଶୁଣି ତାଙ୍କ ଘର ଲୋକେ ଦୌଡ଼ି ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.