ମଉସା ସାଜିଲା ପିଶାଚ: ବାପାମାଆ ଛେଉଣ୍ଡ ଝିଅକୁ ଦୁଷ୍କର୍ମ ଉଦ୍ୟମ!

ରାଉରକେଲା ୦୫/୧୨: ହାଇଦ୍ରାବାଦରେ ଜଣେ ଡାକ୍ତରାଣୀଙ୍କୁ ଗଣବଳାତ୍କାର ପରେ ଜୀବନ୍ତ ପୋଡ଼ି ହତ୍ୟା ଘଟଣା ଏବଂ ପୁରୀରେ ନାବାଳିକାଙ୍କୁ ବହିଷ୍କୃତ ପୁଲିସ୍‌ କନେଷ୍ଟବଳ ଓ ତାର ସହଯୋଗୀ ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ରାଉରକେଲାରେ ଘଟି ଯାଇଛି ଆଉ ଏକ ଲଜ୍ଜାଜନକ ଘଟଣା । ବାପାମାଆ ଛେଉଣ୍ଡ ନାବାଳିକା ଝିଅକୁ ନିଜ ମଉସା ଦୁଷ୍କର୍ମ ଉଦ୍ୟମ କରିବା ଘଟଣା ଏବଂ ପୀଡ଼ିତା ଥାନାକୁ ଯାଉଥିବା ବେଳେ ମାଉସୀ ତାଙ୍କୁ ଆକ୍ରମଣ କରିବା ନେଇ ପ୍ଲାଣ୍ଟସାଇଟ୍‌ ଥାନାରେ ଅଭିଯୋଗ ହୋଇଛି । ଘଟଣାରେ ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ମାଉସୀଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ମଉସାକୁ ଥାନାରେ ଅଟକ ରଖିଛି ।

ସୂଚନା ଯୋଗ୍ୟ ଯେ, ଗୋପବନ୍ଧୁପାଲି ଅଞ୍ଚଳରେ କ୍ରିଷ୍ଣା ସିଂ (୩୫) ଓ ତାଙ୍କ ପତ୍ନୀ ଖୁସ୍‌ବୁ ଦେବୀ (୩୨) ରହନ୍ତି । ଖୁସ୍‌ବୁ ଦେବୀଙ୍କ ଭଉଣୀ ଓ ଭିଣୋଇଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଝିଅ ଓ ପୁଅ କ୍ରିଷ୍ଣାଙ୍କ ପାଖରେ ରହୁଥିଲେ । ସେହି ନାବାଳିକାଙ୍କ ଉପରେ କ୍ରିଷ୍ଣାଙ୍କ ଖରାପ ନଜର ପଡ଼ିଥିଲା । ତାଙ୍କୁ ବିଭିନ୍ନ ସମୟରେ ଧମକଚମକ ଦେଇ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ନାବାଳିକା ଏହାର ବିରୋଧ କଲେ ତାଙ୍କ ସାନ ଭାଇକୁ ମାରି ଦିଆଯିବ ବୋଲି ମଧ୍ୟ ଧମକ ଦେଉଥିଲେ । ଫଳରେ ଭାଇ ପାଇଁ ଭଉଣୀ ଚୁପ୍‌ ହୋଇ ରହୁଥିଲେ । ଗତକାଲି ରାତିରେ କ୍ରିଷ୍ଣା ଝିଆରୀକୁ ବଳାତ୍କାର କରିବାକୁ ଉଦ୍ୟମ କରିବାରୁ ସେ ତାଙ୍କ କବଳରୁ ଖସି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ କ୍ରିଷ୍ଣା ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ନାବାଳିକା ଜଣକ ଆହତ ହୋଇଛନ୍ତି । ଗୋପବନ୍ଧୁପାଲି ଅଞ୍ଚଳରେ ରହୁଥିବା ନାରୀନେତ୍ରୀ ପ୍ରମିଳା ଦାଶ ଏ ସମ୍ପର୍କରେ ଜାଣିବା ପରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

ଏ ନେଇ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ ଲାଗି ସେଠାରେ ପହଞ୍ଚିଥିଲେ। ନାରୀନେତ୍ରୀଙ୍କ ସହାୟତାରେ ପୀଡ଼ିତା ପ୍ଲାଣ୍ଟସାଇଟ୍‌ ଥାନାକୁ ଅଭିଯୋଗ କରିବାକୁ ଯିବା ସମୟରେ ଖୁସ୍‌ବୁ ଦେବୀ ତାଙ୍କୁ ଅଟକାଇଥିଲେ । ଏହି ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ଫଟୋ ଉତ୍ତୋଳନ କରୁଥିବା ବେଳେ ଖୁସ୍‌ବୁ ଦେବୀ ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ଥାନାରେ ପୀଡ଼ିତା ଲିଖିତ ଅଭିଯୋଗ କରି କହିଛନ୍ତି ତାଙ୍କ ମଉସା ତାଙ୍କୁ ଥରେ ନୁହେଁ ଅନେକ ଥର ବଳାତ୍କାର କରିବାକୁ ଉଦ୍ୟମ କରିଛନ୍ତି । ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ମାଡ଼ ମାରିବାକୁ ପଛାନ୍ତି ନାହିଁ। ଏପରିକି ତାଙ୍କର ଅଶ୍ଲୀଳ ଫଟୋ ମୋବାଇଲରେ ଉଠାଇ ରଖିଛନ୍ତି ।

ପୁଲିସ୍‌ ପୀଡ଼ିତାଙ୍କ ଏତଲା ପାଇବା ପରେ ଦଫା୨୯୪/ ୩୨୩/ ୩୨୪/ ୫୦୯/ ୩୫୪/ ୫୦୬/ ୩୦୭/ ୫୧୧/ ୩୭୬/ ୩୪ ଏବଂ ୮ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରିଛି । ସ୍ୱାମୀଙ୍କୁ ବେଆଇନ କାମରେ ସହଯୋଗ କରିବା ଅଭିଯୋଗରେ ପୁଲିସ୍‌ ଖୁସ୍‌ବୁ ଦେବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କ୍ରିଷ୍ଣାଙ୍କୁ ଥାନାରେ ଅଟକ ରଖିଛି । ଆସନ୍ତାକାଲି ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଅନିଲ ପ୍ରଧାନ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ

୧୧୦ ଜଣ ଶ୍ରମିକଙ୍କୁ ଗଳାକାଟି ହତ୍ୟା କଲେ ବୋକୋ ହରାମ ଆତଙ୍କବାଦୀ,ମହିଳାଙ୍କୁ ଉଠାଇ ନେଲେ

ପାକ୍‌ ଅଧିନାୟକ ବାବରଙ୍କ ବଢ଼ିଲା ଅଡୁଆ, ପୀଡ଼ିତା ମହିଳା ଆଣିଲେ ପ୍ରତାରଣା ଓ ନିର୍ଯାତନା ଅଭିଯୋଗ

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

ତୃତୀୟ ଥର ବି ଝିଅ ଜନ୍ମହେଲା, ରାଗରେ ନବଜାତ ଶିଶୁ କନ୍ୟାକୁ ପାଣିରେ ବୁଡାଇ ମାରିଦେଲା ମା’