PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଘରେ ପେଣ୍ଟିଂ କରିବାକୁ ଆସି ନାବାଳିକାକୁ ଅପହରଣ , ଭଡ଼ାଘରେ ରଖି ୨ଦିନ ଧରି ଦୁଷ୍କର୍ମ କଲା ୩ପିଲାର ବାପା

ପଲୱଲ( ହରିଆଣା ) – ହରିଆଣାର ପଲୱଲରେ  ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ମାମଲା ସାମନାକୁ ଆସିଛି । ପୁଲିସ ଅଭିଯୁକ୍ତକୁ ୟୁପିର ମୁଜାଫରନଗରରୁ ଗିରଫ କରି ଜେଲ୍‌ ପଠାଇ ଦେଇଛି । କୁହାଯାଉଛି କି ଅଭିଯୁକ୍ତ ନାବାଳିକାଙ୍କର ଘରେ କିଛି ଦିନ ହେଲା ପେଣ୍ଟିଂ କାମ କରୁଥିଲା । ସେଠାରୁ ସେ ନାବାଳିକାଙ୍କୁ ନେଇ ଯାଇଥିଲା ।

ପୁଲିସ୍ ମୁତାବିକ , ତାଙ୍କୁ ସୂଚନା ମିଳିଥିଲା କି ଜଣେ ଝିଅ ୨ଦିନ ହେଲା ନିଖୋଜ ଅଛି । ପରିବାର ଲୋକଙ୍କର ଅଫଜଲ ନାମକ ବ୍ୟକ୍ତି ଉପରେ ସନ୍ଦେହ ଥିବାର କହିଥିଲେ । ସେ କିଛି ଦିନ ହେବ ତାଙ୍କ ଧରେ ପେଣ୍ଟିଂ କାମ କରୁଥିଲା ବୋଲି ପରିବାର ଲୋକ କହିଥିଲେ । ଏହାପରେ ପୁଲିସ୍‌ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଦେଇ ଥିଲା ।

ପୁଲିସ୍ ଅଫଜଲକୁ ୟୁପିର ମୁଜାଫରନଗରରେ ତାର ଘରୁ ଗିରଫ କରିଥିଲା । ଆଉ ନାବାଳିକାଙ୍କୁ ବି  ଉଦ୍ଧାର କରିଥିଲା । ଝିଅର ମେଡିକାଲ ପରୀକ୍ଷା କରିବା ପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା  ସ୍ପଷ୍ଟ ହୋଇଥିଲା । ଅଭିଯୁକ୍ତ ୨ଦିନ ଧରି ଏକ ଭଡ଼ା ଘରେ ନାବାଳିକାଙ୍କୁ ଅଟକ ରଖି ଦୁଷ୍କର୍ମ କରିଥିଲା ବୋଲି ପୁଲିସ୍‌ କହିଛି ।  ବର୍ତ୍ତମାନ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି ଜେଲ୍‌ ପଠାଇ ଦେଇଛି । ଆଗକୁ ତଦନ୍ତ ଜାରି ରହିଛି ।