ପୁଣି ଲଜ୍ୟା: ଭିନ୍ନକ୍ଷମ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ମାଲକାନଗିରି ୧୫/୨: ଜଣେ ମାନସିକ ବିକାରଗସ୍ତ ନାବାଳିକାକୁ ଗଣଦୁଷ୍କର୍ମ ସହ ଗର୍ଭବତୀ କରିବା ଅଭିଯୋଗରେ ୩ ଜଣ ବିବାହିତ ଯୁବକଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ଲାଠିଆଗୁଡ଼ା ଗାଁର ତେରେନାମ (୨୮), ୧୧୯ କଲୋନିର ଧବଲୁ (୩୫)ଓ ଖୋକନ (୩୦) । ମାଲକାନଗିରି ଥାନା ଅଞ୍ଚଳର ଦିବ୍ୟାଙ୍ଗ ନାବାଳିକା ଜଣକୁ କିଛି ମାସ ତଳେ ତିନି ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ । କାହାକୁ କହିଲେ, ମାରିଦେବାକୁ ଧମକ ଦେଇଥିଲେ । ଭୟରେ ପୀଡ଼ିତା କାହାକୁ କିଛି କହିନଥିଲେ ।

ଗର୍ଭବତୀ ହୋଇ ଲାଠିଆଗୁଡା ଗାଁ ରାସ୍ତାରେ କାନ୍ଦି କାନ୍ଦି ବୁଲୁଥିବା ବେଳେ ତାକୁ ଉଦ୍ଧାର କରିଥିଲେ ମା’ ଘର ସଦସ୍ୟ । ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇଥିଲେଫ କାଉନସେଲିଂ ବେଳେ ଅଭିଯୁକ୍ତମାନଙ୍କ ସଂପର୍କରେ ଜଣାପଡ଼ିଥିଲା । ନାବାଳିକାକୁ ଏବେ ୱାନଷ୍ଟପ୍‌ ସେଣ୍ଟରର ସଖୀ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯାଉଛି । ଏ ସଂପର୍କରେ ମା’ ଘର ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମାଲକାନଗିରି ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସ ଜାଲରେ ଫସାଇ ପରିବାରର ୫ ଭଉଣୀଙ୍କୁ କଲା ଦୁଷ୍କର୍ମ, ଗିରଫ ହେଲା ଭଣ୍ଡ ବାବା

ଅଢ଼େଇ ଲକ୍ଷ ଟଙ୍କାର ଧଳାଜହର ଜବତ: ନିଶାରାଣୀ ସାରା ଓ ସହଯୋଗୀ ଗିରଫ

୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ

ନନ୍ଦନକାନନ ବ୍ୟାଟେରି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଦମ୍ପତିଙ୍କୁ ଧକ୍କାଦେଇ ବେଞ୍ଚକୁ ପିଟିଲା, ୬ ପର୍ଯ୍ୟଟକ ଆହତ