କଣ୍ଟେନର ଚାପାରେ ନାବାଳିକାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଶବ ରଖି ଉତ୍ତ୍ୟକ୍ତଲୋକଙ୍କ ରାସ୍ତା ଅବରୋଧ

କଳାହାଣ୍ଡି ୬।୯: କଳାହାଣ୍ଡିରେ ବେଦାନ୍ତ କଣ୍ଟେନର ଚାପାରେ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ନୁନମାଠ ନିକଟରେ ଏହି ଦୁଘର୍ଟଣା ଘଟିଛି । ଜାତୀୟ ରାଜପଥ ରାସ୍ତା ପାର୍ଶ୍ବରେ ନୁନମାଠ ଅବସ୍ଥିତ। ମୃତକ ନାବାଲିକର ନାଁ ଲଳିତା ମାଝୀ । ବୟସ ୮ବର୍ଷ।

ସୂଚନାଯୋଗ୍ୟ ଯେ, ନୂଆଖାଇ ପାଇଁ ନୁନମାଠ ଆସିଥିଲେ ଲଳିତା । ସକାଳୁ ନାବାଳିକା ରାସ୍ତା ପାର କରୁଥିବା ବେଳେ ଚଢି ଯାଇଥିଲା କଣ୍ଟେନର । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ଶବ ରଖି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ବଲାଙ୍ଗୀର-ଭବାନୀପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ  ହୋଇଛି । ଘଟଣାସ୍ଥଳରେ ପୋଲିସ ପହଚିଂ କଣ୍ଟେନରକୁ ଜବତ କରିଛି ।

   ସମ୍ବନ୍ଧିତ ଖବର


ବଡ଼ ଅଘଟଣ: ବୋମା ଭିଡୁଥିବା ବେଳେ ବିସ୍ପୋରଣ, ଜଣେ ମୃତ, ଦୁଇ ଗୁରୁତର

ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ସମେତ ଦୁଇ ଅଟକ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବନବିଭାଗ ଫରେଷ୍ଟ ଗାର୍ଡ ନିଖୋଜ, ଥାନାରେ ଏତଲା

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଗୁପ୍‌ଚୁପ୍‌ ଖୁଆଇବା ବାହାନାରେ ଦିବ୍ୟାଙ୍ଗ ଯୁବତୀକୁ ଘରୁ ଡାକି ନେଇ ଦୁଷ୍କର୍ମ, ମାମଲା ରୁଜୁ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ