ଘରୁ ଉଠାଇ ନେଇ ଜଙ୍ଗଲରେ ଦୁଷ୍କର୍ମ, ଥାନାରେ ଅଭିଯୋଗ ଦେବାପରେ ପୁଣି ନାବାଳିକାଙ୍କୁ ଉଠାଇନେଲା ଅଭିଯୁକ୍ତ

ନାନକମତା ୨୭/୮: ନାନକମତା(ଉତ୍ତରାଖଣ୍ଡର ଏକ ସହର)ରେ ଘରୁ ନାବାଳିକାଙ୍କୁ ଉଠାଇ ନେଇ ଜଙ୍ଗଲରେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । କାହାକୁ କିଛି ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଛି ମୁଖ୍ଯ ଅଭିଯୁକ୍ତ । ନାବାଳିକାର ପିଉସା ଥାନାରେ ୨ ଜଣକ ନାଁରେ ଅଭିଯୋଗ ଦେଇଛନ୍ତି ।

ସୋମବାର ଥାନାକୁ ଆସି ଜଣେ ବ୍ୟକ୍ତି କହିଲେ ଯେ ତାଙ୍କ ଶଳାର ଝିଅ ଦ୍ୱିପ୍ରହରେ ଘରେ ଏକୁଟିଆ ଥିଲା । ଏହି ସମୟରେ ପଡୋଶୀ ଗାଁର ୨ ଯୁବକ ବାଇକରେ ଆସି ତାକୁ ଜବରଦସ୍ତ ଉଠାଇ ନେଇ ଜଙ୍ଗଲକୁ ନେଇଗଲେ । ସେଠାରେ ଜଣେ ଯୁବକ ନାବାଳିକା ସହିତ ଦୁଷ୍କର୍ମ କଲା ଏବଂ ୩ ଘଣ୍ଟା ପର୍ୟ୍ୟନ୍ତ ଜଙ୍ଗଲରେ ରଖିଲା ।

ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ
୨ ଅଭିଯୁକ୍ତ ତାକୁ ଜୀନବରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ଯେତେବେଳେ ନାବାଳିକା ତାଙ୍କ କବଳରୁ ଖସି ଆସିଲା ସେ ସମସ୍ତ କଥା ଜଣାଇଲା । ଏହାପରେ ତା ପିଉସା ଥାନାକୁ ଆସିଲେ ଏବଂ ସବୁ କଥା ଜଣାଇଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି ।

ଥାନାରେ ଅଭିଯୋଗ ଦେଇ ଯେତେବେଳେ ପୀଡିତା ଓ ତା ପିଉସା ଘରେ ପହଞ୍ଚିଲେ ସେତେବେଳେ ମୁଖ୍ଯ ଅଭିଯୁକ୍ତ ଓ ତାର ୩ ଜଣ ସାଙ୍ଗ ଜୋର ଜବରଦସ୍ତ ତାକୁ ଉଠାଇନେଇ ଆଉ ଏକ ସ୍ଥାନରେ ପୁଣି ଧମକାଇଲେ । ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ ନକରିବାରୁ ପିଡିତା ଓ ତା ପରିବାର ଖଟିମା ସିଓଙ୍କ ପାଖକୁ ଯାଇଥିଲେ ।

ଅନ୍ଯପଟେ ଖଟିମାଙ୍କ ସିଓ ଏମସି ଭିଞ୍ଜୋଲା କହିଛନ୍ତି ଯେ ବର୍ତ୍ତମାନ ଏଭଳି କୌଣସି ମାମଲା ତାଙ୍କ ପାଖକୁ ଆସିନି । ନାବାଳିକାଙ୍କ ପିଉସା, ନାବାଳିକାର ମେଡିକାଲ୍ ଯାଞ୍ଚ କରାଇବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ତଦନ୍ତ କରିବା ପାଇଁ ପୋଲିସ ନିକଟରେ ଦାବି କରିଛନ୍ତି । ପୀଡିତାଙ୍କ ପିତା ମେଡିକାଲରେ ଅଛନ୍ତି ଏବଂ ତାଙ୍କ ମା କୌଣସି କାରଣରୁ ଜେଲରେ ଅଛନ୍ତି ।

   ସମ୍ବନ୍ଧିତ ଖବର


ବାଇକ୍ କିମ୍ବା କାର୍‌ରେ ଷ୍ଟଣ୍ଟ୍‌ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ : ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ

ରେମୋଙ୍କ ସହ କାମ କରିବେ ଉର୍ବଶୀ

ହିମାଳୟର ଉଚ୍ଚ ଚଟ୍ଟାଣରେ ‘ଭୀଷ୍ମ’ – ଚୀନକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତର ଟ୍ୟାଙ୍କ୍

କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ମୋବାଇଲ୍‌ ଲୁଟି ଛେଚା ଖାଇଲେ ଯୁବକ