PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଫେଲ୍‌ ମାରିଲା ଫେସ୍‌ବୁକ୍‌ ପ୍ରେମ: ନାବାଳିକା ପ୍ରେମିକୁ ଧରି ସୁରଟ ଫେରାର ହେବା ବେଳେ ଧରିଲା ଆର୍‌ପିଏଫ୍‌ ଟିମ୍‌

ପୁରୀ ୧୮/୧୨: ଫେସ୍‌ବୁକ୍‌ରେ ବନ୍ଧୁ ବାନ୍ଧିଲା। ବନ୍ଧୁତାରୁ ପ୍ରେମ, ତା’ପରେ ଚାଟିଂ ଜାରି ରଖିଲା । ଶେଷରେ ପ୍ରେମିକାକୁ ଉଠାଇ ନେଇ ଚମ୍ପଟ ମାରିଲା । କିନ୍ତୁ ପ୍ରେମିକା ଥିଲା ନାବାଳିକା। ଯାହା ପ୍ରେମିକ ପାଇଁ ବନ୍ଧ ସାଜିଲା । କେନ୍ଦ୍ରାପଡାରୁ ନେଇ ଚମ୍ପଟ ମାରିଥିଲା। କିନ୍ତୁ ପୁରୀ ଷ୍ଟେସନ୍‌ରେ ଧରାପଡିଗଲା। ନଭେମ୍ବର ୧୬ରେ ପେରାର ହୋଇଥିଲେ । ସୁରଟ ଯିବା ପୂର୍ବରୁ ବନ୍ଧା ହେଲା ପ୍ରେମିକ । ଘରକୁ ଫେରିଲା ନାବାଳିକା । । ଗିରଫ ପ୍ରେମିକ ହେଲା, କେନ୍ଦ୍ରାପଡା ସଦର ଥାନା ଅଞ୍ଚଳର ସରୋଜ ଭୋଳ (୨୭), ତାର ସାଥୀ ସେହି ଅଞ୍ଚଳର ପ୍ରମୋଦ ଭୋଳ (୨୯) ଓ ସୁଧୀର ସ୍ୱାଇଁ (୧୯) । ନାବାଳିକା ଛାତ୍ରୀ ଜଣକ ମାର୍ଶାଘାଇ ଥାନା ଅଞ୍ଚଳର ବୋଲି ଜଣାପଡିଛି ।

ପୁରୀ ଷ୍ଟେସନ୍‌ ୮ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିଲା ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ୍‌ । ଏହି ସମୟରେ ସିସିଟିଭି ମାଧ୍ୟମରେ ଷ୍ଟେସନ୍‌ ଅଞ୍ଚଳରେ ନଜର ରଖିଥିଲେ ଆର୍‌ପିଏଫ୍‌ ଆଇଆଇସି । ସେହି ସମୟରେ ୮ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲେ ଏହି ନାବାଳିକା । କିନ୍ତୁ ହାତରେ ସେ କିଛି ଧରିନଥିଲେ । ବ୍ୟାଗ୍‌ କିମ୍ବା କୌଣସି ଜିନିଷ ଧରିନଥିବାରୁ ପ୍ରଥମେ ନାବାଳିକା ଜଣକ କାହାକୁ ଖୋଜୁଥିବା ଅନୁମାନ କରାଯାଇଥିଲା । ପରେ ନାବାଳିକା ନିଜ ମୋବାଇଲରେ କଥା ହେବା ପରେ ପ୍ରମୋଦ ଓ ସୁଧୀର ତାଙ୍କ ନିକଟରେ ପହଞ୍ଚିଥିଲେ । ହେଲେ ଉଭୟ ନାବାଳିକାଙ୍କ ଠାରୁ କିଛି ଦୂରରେ ରହିଥିଲେ । ଟ୍ରେନ୍‌ ଛାଡିବା ସମୟ ଆସିଯିବାରୁ ନାବାଳିକା ଜେନେରାଲ୍‌ ବଗିରେ ଚଢ଼ିଥିଲେ । ପରେ ଦୁଇ ଯୁବକ ସେହି ନାବାଳିକା ପଛେ ପଛେ ଚଢ଼ିଥିଲେ । ଏହି ଦୃଶ୍ୟକୁ ଭଲଭାବେ ନଜର ରଖିଥିଲେ ଆଇଆଇସି ଶ୍ରୀ ସିଂହ । ପ୍ଲାଟଫର୍ମରେ ଡ୍ୟୁଟିରେ ଥିବା ଏସ୍‌ଆଇ ଏମ୍‌.କେ.ସି ମୋହନ୍‌ଙ୍କୁ ଖବର ଦେଇଥିଲେ ଶ୍ରୀ ସିଂହ । ପରେ ଶ୍ରୀ ମୋହନ୍‌ ବଗିରେ ଚଢିବା ପରେ ନାବାଳିକାଙ୍କ ପାଖରେ ଦୁଇ ଯୁବକଙ୍କ ସହ ସରୋଜ ବସିଥିଲା । ପଚରାଉଚରା ପରେ କେହି କୌଣସି ତଥ୍ୟ ଦେଇନଥିଲେ । ପରେ ସମସ୍ତଙ୍କୁ ଆର୍‌ପିଏଫ୍‌ ଥାନାକୁ ନିଆଯାଇ ପଚରାଉଚରା ପରେ ଖୋଲିଥିଲା ଗୁମରଥିଲା ।

ନାବାଳିକା ମାର୍ଶାଘାଇର ଏକ କଲେଜରେ ପାଠ ପଢନ୍ତି। ସରୋଜ ସୁରଟରେ ଏକ ସୂତା ମିଲ୍‌ରେ କାମ କରୁଥିଲା । ୩୬ କିମି ବ୍ୟବଧାନରେ ଉଭୟଙ୍କ ଘର । ଉଭୟ ୧ ବର୍ଷ ତଳେ ଫେସ୍‌ବୁକ୍‌ ମାଧ୍ୟମରେ ପରିଚିତ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ବଢିବା ପରେ ୧ ମାସ ତଳେ ସରୋଜ ଗାଁକୁ ଫେରିଥିଲା । ଉଭୟ ଗାଁ ଛାଡି ପଳାଇବାକୁ ଯୋଜନା କରିଥିଲେ । ନାବାଳିକା କଲେଜ୍‌ ଯିବା ବାହାନାରେ ଘରୁ ଆସିବା ପରେ ସରୋଜ ତାକୁ ବାଟରୁ ନେଇ ଚମ୍ପଟ ମାରିଥିଲା। ଉଭୟ କେନ୍ଦ୍ରାପଡା ଟାଉନ୍‌ରେ କିଛି ଦିନ ରହି କଟକ ଚାଲି ଆସିଥିଲେ । ସେଠାରୁ ୩ ଦିନ ତଳେ ପୁରୀ ଆସି ରହିଥିଲେ । ସେଠାରୁ ସୋମବାର ସୁରଟ ଚାଲି ଯିବାକୁ ପ୍ରସ୍ତୁତ ହୋଇ ସାରିଥିଲେ ।

ପରେ ମାର୍ଶାଘାଇ ଥାନା ପୁଲିସ ସହ ଯୋଗାଯୋଗ କରିବା ପରେ ସେହି ଥାନାରେ ଗତ ମାସ ୧୬ ତାରିଖରେ ନାବାଳିକା ଅପହରଣ ମାମଲା ରୁଜୁ ହୋଇଥିଲା । ମାର୍ଶାଘାଇ ପୁଲିସ ପୁରୀରେ ପହଞ୍ଚି ଆର୍‌ପିଏଫ୍‌ ଥାନାରୁ ସମସ୍ତଙ୍କୁ ନେଇ କେନ୍ଦ୍ରାପଡା ଫେରିଛି । ନାବାଳିକାଙ୍କୁ ବୟାନ ରେକର୍ଡ ପରେ ପୁଲିସ ପରିବାର ଲୋକଙ୍କ ଜିମା ଦେଇଛି ।

ସମ୍ବନ୍ଧିତ ଖବର