ନାବାଳିକାଙ୍କୁ ଜବରଦସ୍ତ ବିବାହ ମାମଲା! ମଧ୍ୟପ୍ରଦେଶ ଚାଲଣ ବେଳେ ୭ ଅଭିଯୁକ୍ତ ଗିରଫ, ନାବାଳିକା ଉଦ୍ଧାର

ସମ୍ବଲପୁର ୧୪/୧୧: ଜଣେ ନାବାଳିକାଙ୍କୁ ଜବରଦସ୍ତ ବିବାହ କରାଯାଇଥିବା ଅଭିଯୋଗରେ ଆଜି ଜିଆରପି ପୁଲିସ ଝାରସୁଗୁଡ଼ା ରୋଡ ରେଳ ଷ୍ଟେସନ୍‌ରୁ ୬ ଜଣଙ୍କୁ ଗିରଫ କରି ବୁର୍ଲା ପୁଲିସକୁ ହସ୍ତାନ୍ତର କରିଛି । ଏହି ମାମଲାର ମଧ୍ୟସ୍ଥିକୁ ମଧ୍ୟ ପୁଲିସ ଗିରଫ କରିଛି ।

ପୁଲିସ ସୂଚନା ଅନୁଯାୟୀ ମଙ୍ଗଳବାର ସମ୍ବଲପୁର ମହାନଗର ନିଗମ ୱାର୍ଡ ନମ୍ବର-୨ ଅନ୍ତର୍ଗତ ଏକ ଗାଁର ଜଣେ ୧୫ ବର୍ଷର ନାବାଳିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ମଧ୍ୟପ୍ରଦେଶ ସାଗର ଗ୍ରାମର ରାମଜୀ ବଂଶଲ (୨୨)ଙ୍କ ସହିତ ବିବାହ କରାଯାଇଥିଲା । ବିବାହ ପରେ ନାବାଳିକାଙ୍କୁ ଟ୍ରେନ୍‌ରେ ସାଗରକୁ ନିଆଯାଉଥିବା ବେଳେ ଦିନ ପ୍ରାୟ ୧୨ଟା ୩୦ ମିନିଟରେ ଜିଆର୍‌ପି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ବରର ପିତା ରମେଶ ବଂଶଲ (୬୫), ରତନ ସୁରୀ (୬୫), ମୁକେଶ ବଂଶଲ (୩୨), ଗିରିଲାଲ ବଂଶଲ (୬୦), ପ୍ରେମଦାଶ ସୁରୀ (୪୦)ଙ୍କ ସହ ରାମଜୀକୁ ଗିରଫ କରିଛି । ବିବାହରେ ମଧ୍ୟସ୍ଥି ପାଲଟିଥିବା ଚାରପାଲି ଗାଁର କିସାନ କୁମାର (୪୬)କୁ ମଧ୍ୟ ଗିରଫ କରଯାଇଛି ।

ସୂଚନା ଅନୁଯାୟୀ ବାପା, ମା’ଙ୍କ ମୃତ୍ୟୁ ପରେ ନାବାଳିକା ଜଣକ କାକାପୁଅ ଭାଇଙ୍କ ଘରେ ରହୁଥିଲା । ଚାରପାଲିର କିସାନ ବିଭିନ୍ନ ସମୟରେ କାମ କରିବାକୁ ନାବାଳିକା ରହୁଥିବା ଗାଁକୁ ଯାଉଥିବା ବେଳେ ନବାଳିକାଙ୍କ ଭାଇଙ୍କ ସହିତ ସମ୍ପର୍କ ସ୍ଥାପନ ହୋଇଥିଲା । କିସାନ ନିଜ ଝିଅକୁ ମଧ୍ୟପ୍ରଦେଶରେ ବିବାହ ଦେଇଥିବା ଓ ତା’ ଝିଅ ସେଠାରେ ଖୁସିରେ ଥିବା କହି ଉକ୍ତ ନାବାଳିକାକୁ ମଧ୍ୟ ମଧ୍ୟପ୍ରଦେଶରେ ବିବାହ ଦେବାକୁ ପ୍ରସ୍ତାବ ଦେଇଥିଲା । ଉକ୍ତ ପ୍ରସ୍ତାବ ଆଧାରରେ ନାବାଳିକାଙ୍କ କକାପୁଅ ଭାଇ ରାଜି ହେବା ସହ ନାବାଳିକାଙ୍କୁ ଜବରଦସ୍ତ ରାମଜୀ ସହିତ ଗତକାଲି ବିବାହ କରଯାଇଥିଲେ। ବିବାହ ପରେ ଆଜି ନାବାଳିକାଙ୍କୁ ନେଇ ଅଭିଯୁକ୍ତମାନେ ଟ୍ରେନ୍‌ରେ ସାଗର ଯାତ୍ରା କରୁଥିଲେ ।

ଏହି ସମୟରେ ନାବାଳିକାଙ୍କ ଜଣେ ଦୂର ସମ୍ପର୍କୀୟ ଭାଇ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଛାଡ଼ିବାକୁ ଝାରସୁଗୁଡ଼ା ରୋଡ ଷ୍ଟେସନ୍‌କୁ ଯାଇଥିଲେ । ଏହି ସମୟରେ ନାବାଳିକାଙ୍କୁ ଦେଖିଥିଲେ । ନାବାଳିକା ଜଣକ କାନ୍ଦିକାନ୍ଦି ତାଙ୍କୁ ସବୁ କଥା କହିଥିଲା । ଘଟଣା ବାବଦରେ ଜାଣିବା ପରେ ସମ୍ପୃକ୍ତ ଯୁବକ ଜିଆର୍‌ପିକୁ ସୂଚନା ଦେବାରୁ ଜିଆର୍‌ପି ନାବାଳିକାକୁ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ବୁର୍ଲା ଥାନାକୁ ହସ୍ତାନ୍ତର କରିଛି । ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରଯିବ ବୋଲି ଗୋଶାଳା ବିଟ୍‌ ହାଉସ ଅଧିକାରୀ ଅଜିତ କୁମାର ଧଳସାମନ୍ତ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା

ଏହି କମ୍ପାନୀ ନିଜର ପ୍ରତି କର୍ମଚାରୀଙ୍କୁ ଦେଲା ୩୫ ଲକ୍ଷ ଟଙ୍କା ଲେଖାଏଁ ବୋନସ୍: ଖୁସିରେ କାନ୍ଦି ପକାଇଲେ ଷ୍ଟାଫ୍, ଦେଖନ୍ତୁ ଏହି ଭିଡିଓ

ଜାଣନ୍ତୁ ଚଳିତ ବର୍ଷ ଗୁଗୁଲରେ ସବୁଠାରୁ ଅଧିକ କ’ଣ କରାଯାଇଛି ସର୍ଚ୍ଚ, ଭାରତୀୟଙ୍କର ଏହା ହେଉଛି ସବୁଠାରୁ ପ୍ରିୟ

ଗର୍ଭବତୀ ଦୁଷ୍କର୍ମ ପୀଡିତାଙ୍କୁ ଜୀଅନ୍ତା ଜଳାଇଲା ଅଭିଯୁକ୍ତ, ହସ୍ପିଟାଲ ଯିବା ବେଳେ ଅଧା ବାଟରେ ଆଖିବୁଜିଲେ ପୀଡିତା