ନାବାଳିକାଙ୍କୁ ଉଠାଇ ନେଇ ସାମୁହିକ ଦୁଷ୍କର୍ମ,ଏବେ ପଞ୍ଚାୟତରେ ମଧ୍ୟ ପକାଯାଉଛି ଏଭଳି ଚାପ

ମିରଟ,୩।୯: ଉତ୍ତର ପ୍ରଦେଶର ମିରଟ ସରଧନା କୋତାଓ୍ବାଲି ଅଞ୍ଚଳରେ ଥିବା ଏକ ଗାଁରେ ଜଣେ କିଶୋରୀଙ୍କୁ ୪ ଜଣ ଯୁବକ ସାମୁହିତ ଦୁଷ୍କର୍ମ କରିଥିବାର ନେଇ ନିକଟସ୍ଥ ଥାନରେ ମାମଲା ରୁଜୁ କରିଛନ୍ତି। ପୀଡିତାଙ୍କର ଅଭିଯୋଗ ଅନୁସାରେ, ତାଙ୍କୁ ଦୁଷ୍କର୍ମ କରିଥିବା ଯୁବକମାନେ ଉଚ୍ଚଗାତିର ହୋଇଥିବାରୁ ତାଙ୍କୁ ଗାଁର ପଞ୍ଚାୟତରେ ଚାପ ପକାଇବାକୁ ଚେଷ୍ଟା କରାଯାଇଥିଲା। ଏହି ଅଭିଯୋଗ ପରେ ପୋଲିସ ଏବେ ମାମଲାର ତଦନ୍ତ ଆରମ୍ଭ କରିଛି। ସେଭଳି ଗାଁ ଲୋକଙ୍କ କହିବା ଅନୁସାରେ, ଏହି ମାମଲା ଟଙ୍କା ଲେଣ-ଦେଶକୁ ନେଇ ହୋଇଛି।

ସରଧନା କୋତଓ୍ବାଲି ଅଞ୍ଚଳର ଏହି ନାବାଳିକା ଜଣକ ସୋମବାର ରାତିରେ ଥାନରେ ପହଁଞ୍ଚିଥିଲେ। ସେ କହିଥିଲେ ରବିବାର ମଧ୍ୟାହ୍ନରେ ଗାଁ ବାହାରେ ଥିବା ଏକ ଜଙ୍ଗଲରୁ ସେ ଶୌଚ କରିବାକୁ ଯାଉଥିବା ବେଳେ ଗାଁର ୪ ଜଣ ଯୁବକ ତାଙ୍କୁ ଧାନ ବିଲ ଭିତରକୁ ଟାଣି ନେଇ ସାମୁହିକ ଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ ଯଦି କାହାକୁ କୁହେ ତେବେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ପୀଡିତାଙ୍କ ତାଙ୍କ ଘରକୁ ଫେରି ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ମାମଲା ଯେତେବେ​ଳେ ସାରା ଗାଁରେ ଜଣାପଡିଥିଲା କିଛି ଲୋକ ଦୁଇ ପକ୍ଷ ଭିତରେ ନିଷ୍ପତ୍ତି ନେବାର କଥା ରଖିଥିଲେ। ଏହାକୁ ନେଇ ପଞ୍ଚାୟତ ବସିଥିଲା। ଚର୍ଚ୍ଚା ହେଉଛି ଯେ, ଯୁବତୀଙ୍କ ପକ୍ଷ ୫ ଲକ୍ଷ ଟଙ୍କା ଦାବି କରୁଥିଲେ। କିନ୍ତୁ ଅଭିଯୁକ୍ତଙ୍କ ପକ୍ଷରୁ କୁହାଯାଉଛି କିଶୋରୀଙ୍କ ପକ୍ଷ ଉପରେ ପୂର୍ବରୁ ୧ ଲକ୍ଷ ଟଙ୍କାର ଉଦ୍ଧାର ରହିଛି।

ଚର୍ଚ୍ଚା ହେଉଛି ଯେ, ଅଭିଯୁକ୍ତ ପକ୍ଷ କିଶୋରୀଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କାରେ ବୁଝାମଣା କରିବା କଥା କହିଥିଲେ। ପୀଡିତାଙ୍କ ଅଭିଯୋଗ ଅନୁସାରେ ପଞ୍ଚାୟତରେ ତାଙ୍କୁ ପୋଲିସ ଷ୍ଟେସନରେ ମାମଲା ରୁଜୁ ନକରିବା ନେଇ ଚାପ ପକାଇଥିଲେ। ପୀଡିତା କିଶୋରୀ ସୋମବାର ରାତିରେ ସରଧନା ଥାନା ପହଁଞ୍ଚିଥିଲେ।

   ସମ୍ବନ୍ଧିତ ଖବର


ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ବଲିଉଡକୁ ଡ୍ରଗ୍ନ ସପ୍ଳାଇ କରୁଥିବା ଗ୍ୟାଙ୍ଗକୁ ଧରିଲା ଏନସିବି, ଚଢାଉ ବେଳେ ଧରାପଡିଲେ ସିରିଏଲ ଅଭିନେତ୍ରୀ

ବିବାହିତାଙ୍କୁ ପ୍ରେମ କରି ଠକି ଚମ୍ପଟ୍ ମାରିଥିଲେ ଲମ୍ପଟ ପ୍ରେମିକ, ଧରାପଡି ଜେଲ୍‌ ଗଲା ଯୁବକ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ତ୍ରୀ ଆଖି ଆଗରେ ଶବ ଦାହ କରିଦେଲେ ଦେଢଶୁର ଓ ଶ୍ବଶୂର…

କୃଷକ ମାର୍କେଟରେ ଡକାୟତି ଯୋଜନା କରୁଥିବା ବେଳେ ବାନ୍ଧିଲା ପୁଲିସ୍, ୬ ଗିରଫ