PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ନିଖୋଜ ନାବାଳିକାକୁ ବଳି! କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରିଲେ ଅଞ୍ଚଳବାସୀ

କପିଲାଭଟା ୨୯/୧୨: ବଲାଙ୍ଗୀର ଜିଲ୍ଲା ସିନେ୍ଧକେଲା ଥାନା ଝଲପ ପଞ୍ଚାୟତ ସାଲେବରଟ ଗାଁର ମୁଶ୍ରୁ ରଣାଙ୍କ ଝିଅ ଜନନୀ(୧୨) ଗତ ୨୪ ତାରିଖରୁ ନିଖୋଜ ହୋଇଛନ୍ତି । ଘଟଣାର ତିନିଦିନ ପରେ ପରିବାର ଲୋକେ ଓ ରଣା ସମାଜ ପକ୍ଷରୁ ସିନେ୍ଧକେଲା ଥାନାରେ ଅଭିଯୋଗ କରାଯାଇଛି । ତେବେ ନିଖୋଜ ନାବାଳିକାଙ୍କୁ ଠାବ ଏବଂ ଘଟଣାର ତଦନ୍ତ ଦାବିରେ ଅଞ୍ଚଳବାସୀ ସିନେ୍ଧକେଲା ଥାନା ଘେରାଇ କରିଛନ୍ତି। ପୁଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଏବଂ ନାବାଳିକାକୁ ଠାବ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ହଟିଥିଲେ ।

ସୂଚନାମତେ, ଗତ ୨୪ ତାରିଖରୁ ନାବାଳିକା ଜନନୀ ନିଖୋଜ ହୋଇଛନ୍ତି। ଗତବର୍ଷ ମିଥୁନ ରଣା ନାମକ ଜଣେ ନାବାଳକୁ ବଳି ଦିଆଯାଇଥିଲା। ଏଣୁ କାଳେ ଜନନୀ ରଣାକୁ ମଧ୍ୟ ତନ୍ତ୍ର ସାଧନା ପାଇଁ ବଳି ଦିଆଯାଇ ଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ପୁଣି ଗ୍ରାମବାସୀଙ୍କ ଚାପ ଯୋଗୁଁ ନାବାଳିକାଙ୍କ ପିତା ମୁଶୃ ରଣା ଘଟଣାର ତିନିଦିନ ପରେ ସିନେ୍ଧକେଲା ଥାନାରେ ଅଭିଯୋଗ କରିଥିଲେ। ନିଜ ଝିଅ ନିଖୋଜ ସତ୍ତେ୍ୱ ପରିବାର ଲୋକେ ବ୍ୟତିବ୍ୟସ୍ତ ନହେବାରୁ ଗ୍ରାମବାସୀଙ୍କ ମନରେ ସନ୍ଦେହ ଜାତ ହୋଇଛି।

ଅପରପକ୍ଷେ ଶୋଭାବନ ବର୍ଷକ ତଳେ ସିନେ୍ଧକେଲାର ମାମୁଁପୁଅ ଭାଇ ମିଥୁନ ରଣା(୯)କୁ ଉକ୍ତ ଉନ୍ଦେର ନଦୀରେ କୁଞ୍ଜ ରଣାଙ୍କ ସହ ମିଶି ତନ୍ତ୍ର ସାଧନା ପାଇଁ ବଳି ଦେଇଥିଲା। ସେହି ସମୟରେ ଉଭୟେ ଜେଲ ଯାଇଥିଲେ। ସେ ହାଇକୋର୍ଟରୁ ଜାମିନରେ ଆସିଛି। ତେଣୁ ଜନନୀକୁ ମଧ୍ୟ ବଳି ଦେଇଥିବା ସିନେ୍ଧକେଲା ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଇଛି। କାରଣ ନାବାଳିକା ନିଖୋଜ ଦିନ ସୂର୍ଯ୍ୟ ପରାଗ ତଥା ଅମାବାସ୍ୟ ତିଥି ତାନ୍ତ୍ରିକ ମାନଙ୍କ ସାଧନା ସିଦ୍ଧି ପାଇଁ ଏକ ସ୍ୱତନ୍ତ୍ର ଦିନ। ତେଣୁ ତନ୍ତ୍ର ସାଧନା ପାଇଁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇବା ପରେ ପୂର୍ବାହ୍ନରେ ସିନେ୍ଧକେଲା ପୁଲିସ ଗାଁକୁ ପହଞ୍ଚି ଜନନୀର ପରିବାର ବର୍ଗଙ୍କୁ ଆଣି ଥାନାରେ ରଖିଛି ।

ଆଜି ଅପରାହ୍ନରେ ଅଞ୍ଚଳବାସୀ ଏକତ୍ରିତ ହୋଇ ସିନେ୍ଧକେଲା ଥାନା ଘେରଉା କରିବା ସହ ଜନନୀର ନିଖୋଜରେ ସଂପୃକ୍ତ ଥିବା ସନ୍ଦିଗ୍ଧ ଶୋଭାବନ ରଣାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସିନେ୍ଧକେଲା ଥାନାଧିକାରୀ ଅନନ୍ତ ପ୍ରଧାନ, ଟିଟିଲାଗଡ ଏସଡିପିଓ ଏସ୍‌ଏନ୍‌ ଶତପଥୀ ଏବଂ ପୁଲିସ ଅଧିକାରୀ ଲୋକଙ୍କୁ ବୁଝାସୁଝା କରିଥିଲେ। ଆସନ୍ତାକାଲି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଶାନ୍ତ ପଡିଥିଲେ।