ସାବଧାନ: ରାଜଧାନୀରେ ବୁଲୁଛି ଯୌନପିପାସୁ, ଟାର୍ଗେଟ୍‌ରେ ନାବାଳିକା

ଭୁବନେଶ୍ୱର ୨୮/୮ : ରାଜଧାନୀର ଗଳିକନ୍ଦିରେ ବୁଲୁଛି ଜଣେ ଯୌନ ବିକାରଗ୍ରସ୍ତ ବ୍ୟକ୍ତି । ଟାର୍ଗେଟ୍‌ କରୁଛି ନାବାଳିକାଙ୍କୁ । ଏକୁଟିଆ ଦେଖିଲେ ମାଡ଼ିବସି କାମୁଡ଼ି ଓଠ ଖଣ୍ଡିଆ କରି ଦେଉଛି । ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରୁଛି । ଲୋକଲଜ୍ଜା ଭୟରେ ଅସଦାଚରଣର ଶିକାର ହୋଇଥିବା ନାବାଳିକା ଘରେ ଜଣାଉ ନାହାନ୍ତି । ହେଲେ ଏବେ ଏହି ଘଟଣା ପଦାକୁ ଆସିଛି । ଲକ୍ଷ୍ମୀସାଗର ଅଞ୍ଚଳରେ ଯୌନ ପୀପାଷୁର ଶିକାର ହୋଇଥିବା ଜଣେ ନାବାଳିକା ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ ହୋଇଛି । ପୁଲିସ୍‌ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

ମିଳିଥିବା ସୂଚନା ମୁତାବକ, ଗତ ୧୫ ଦିନ ହେବ ସହରର ବିଭିନ୍ନ ଅଞ୍ଚଳରେ ବୁଲୁଛି ଏଭଳି ଜଣେ ବିକାରଗ୍ରସ୍ତ ବ୍ୟକ୍ତି । ନାବାଳିକା କି ଯୁବତୀଙ୍କୁ ଏକୁଟିଆ ପାଇଲେ ଅସଦାଚରଣ କରୁଛି । ଦୁଇ ଦିନ ତଳେ ଲକ୍ଷ୍ମୀସାଗର ଥାନା ଅଂଚଳରେ ଏହି ଯୌନ ପୀପାଷୁର ହରକତ ରେକର୍ଡ ହୋଇଛି ସିସି କ୍ୟାମେରାରେ । ୧୪ ବର୍ଷ ବୟସର ପିଙ୍କି (ଛଦ୍ମନାମ) ସାଇକେଲରେ ଟ୍ୟୁସନ ଯାଉଥିଲାବେଳେ ଜଣେ ପ୍ରୌଢ଼ ବ୍ୟକ୍ତି ଏକ ସ୍କୁଟିରେ ତାକୁ ପିଛା କରିଥିଲେ । କିଛି ବାଟ ଗଲା ପରେ ଉକ୍ତ ବ୍ୟକ୍ତି ପିଙ୍କି ପାଖରେ ପହଞ୍ଚି ତା’ ସହ କଥା ହୋଇଥିଲେ । ଘର ଭଡ଼ା କେଉଁଠି ମିଳିବ ବୋଲି ପଚାରିଥିଲେ । ପିଙ୍କି ଏ ବିଷୟରେ କଥା ହେଉଥିବା ସମୟରେ ସଂପୃକ୍ତ ବ୍ୟକ୍ତି ହଠାତ୍‌ ପିଙ୍କିର ଓଠକୁ କାମୁଡ଼ି ଛିଡ଼ାଇ ଦେଇଥିଲେ । ପିଙ୍କି ସେଠାକୁ ଖସି ଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଉକ୍ତ ବ୍ୟକ୍ତି ପିଙ୍କିକୁ ଜାବୁଡ଼ି ଧରିଥିଲେ । ପିଙ୍କି ଚିତ୍କାର କରିବାକୁ ସେଠାରୁ ଉକ୍ତ ବ୍ୟକ୍ତି ଜଣଙ୍କ ଚମ୍ପଟ ମାରିଥିଲେ ।

ଘରକୁ ଫେରିବା ପରେ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ ପିଙ୍କି । ଏନେଇ ପିଙ୍କିଙ୍କ ବାପା ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ଘଟଣାସ୍ଥଳକୁ ଯାଇ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଯୌନ ପୀପାଷୁ ବ୍ୟବହାର କରିଥିବା ଗାଡ଼ିର ନମ୍ବର ସିସିଟିଭିରୁ ସ୍ପଷ୍ଟ ଜଣା ପଡ଼ିଥିଲା । ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ କହିଛି । ତେବେ ଏହି ଘଟଣା ପ୍ରଚାର ହେବା ପରେ ପିଲାମାନଙ୍କୁ ଏକୁଟିଆ ବାହାରକୁ ଛାଡ଼ିବାକୁ ଭୟ କରୁଛନ୍ତି ଅଭିଭାବକ ।

   ସମ୍ବନ୍ଧିତ ଖବର


ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର…

ରାଜଧାନୀ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

ମହଙ୍ଗା ପଡ଼ିଲା ନାବାଳିକାଙ୍କ ଉଲଗ୍ନ ଫଟୋ ଭାଇରାଲ କରିବା – ଗିରଫ ହେଲେ ଯୁବକ

ବଢ଼ିଲା ବିଦ୍ୟୁତ୍‌ ଦର …

ପତ୍ନୀ ବାପା ଘରୁ ଆସିବାକୁ ରାଜି ହେଲେନି ବୋଲି ଏମିତି କାଣ୍ଡ କଲେ ସ୍ୱାମୀ …

ଯୁବକଙ୍କ ତଣ୍ଟି କାଟି ବୀଭତ୍ସ ହତ୍ୟା