ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ବଜାରରୁ ଟେକିନେଇ କ୍ଲବ ଘରେ ଦୁଷ୍କର୍ମ ଉଦ୍ୟମ କଲେ ବିବାହିତ ଯୁବକ

ମହାକାଳପଡା, ୧୦/୦୯ : ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ। ୧୬ ବର୍ଷୀୟା ନାବାଳିକାଙ୍କୁ ବଜାରରୁ ଟେକିନେଇ କ୍ଲବ ଘରେ ଦୁଷ୍କର୍ମ ଉଦ୍ୟମ କଲେ ବିବାହିତ ଯୁବକ। ଉପସ୍ଥିତ ବୁଦ୍ଧି ଯୋଗୁଁ ଖସିଆସିଲେ ନାବାଳିକା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନାନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା କୌଣସି କାମରେ ଗୁରୁବାର ଅପରାହ୍ଣରେ ରାମନଗର ବଜାର ଆସି ଘରକୁ ଫେରୁଥିଲେ। ଏହି ସମୟରେ ବିବି କଲୋନୀ ଗ୍ରାମର କ୍ଲବ ଘର ନିକଟରେ ଉକ୍ତ ଗ୍ରାମର ଜଣେ ବିବାହିତ ଯୁବକ ଦେବୁ ଦାସ ନାବାଳିକାଙ୍କୁ ରାସ୍ତାରୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ନାବାଳିକାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେଠାରୁ ଖସି ଆସିଥିଲେ। ନାବାଳିକା ଯୁବକଙ୍କ ହାତକୁ କାମୁଡି ପାଟି କରି ସେଠାରୁ ଖସିବାରେ ସକ୍ଷମ ହୋଇଥିଲେ।

ତେବେ ଏସମ୍ପର୍କରେ ନାବାଳିକା ଜଣଙ୍କ ଘରେ ପହଞ୍ଚି ତାଙ୍କ ମାଆକୁ ଜଣାଇଥିଲେ। ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । ଏହି ଘଟଣା ପ୍ରଚାର ପରେ ଗାଁରେ ଉତୋଜନା ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.