PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ପୁଣି ‘ନିର୍ଭୟା’ ମାମଲାର ପୁନଃରାବୃତ୍ତି: ବସ୍ ଭିତରେ ନାବାଳିକାକୁ ଦୁଷ୍କର୍ମ, ଡ୍ରାଇଭର ହାତ-ଗୋଡ ବାନ୍ଧିବା ପରେ କ୍ଲିନର କଲା ଦୁଷ୍କର୍ମ

ଭୋପାଳ,୨୭।୧୨: ସାରା ଦେଶବାସୀଙ୍କ ମନ ଭିତରୁ ୨୦୧୨ ମସିହାରେ ଦିଲ୍ଲୀ ଗଣଦୁଷ୍କର୍ମ ବା ‘ନିର୍ଭୟ’ ମାମଲାର ଦାଗ ଲିଭିନି। ଏବେ ଠିକ୍ ସେଭଳି ଏକ ମାମଲାର ପୁନଃରାବୃତ୍ତି ହୋଇଛି ମଧ୍ୟ ପ୍ରଦେଶର ରାଜଗଡ ଜିଲ୍ଲାର ।  ଘର ଲୋକଙ୍କ ଉପରେ ରାଗି ଜଣେ ୧୫ ବର୍ଷୀୟ ନାବାଳିକା ନିଜ ଭାଇ ପାଖକୁ ଯିବାକୁ ବାହାରିଥିଲେ। କିନ୍ତୁ ରାସ୍ତାରେ ହଠାତ୍ ସେ ଗାଏବ ହୋଇଯାଇଥିଲେ। ପୋଲିସ ତଦନ୍ତ ବେଳେ ଜଣାପଡିଥିଲା ଯେ, ବସ୍ ଷ୍ଟାଣ୍ଡ ନିକଟରେ ଏକ ବସ୍ ଭିତରେ କିଛି ଲୋକଙ୍କ ସାମନାରେ ରାତି ୨ଟା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା। ପୋଲିସ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି।  

ରାଜଗଡ ଜିଲ୍ଲାରେ ସୁଠାଲିୟାରେ ରହୁଥିବା ନାବାଳିକାଙ୍କ ବାପା-ମା ନିଜ ଝିଅର ନିଖୋଜ ଖବର ପୋଲିସ ନିକଟରେ ରୁଜୁ କରିଥିଲେ। ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଝିଅଟି ବୁଧବାର ସୁଠାଲିୟାରୁ ନିଜ ଭାଇ ପାଖକୁ ଏକାକୀ ଇନ୍ଦୋର ଯାଉଥିଲେ।ସୁଠାଲିୟାରୁ ବ୍ୟାଭରା ଯିବା ବେଳେ ବସର କ୍ଲିନର ରାଜୁ ଅହିରଓ୍ବାର(୨୨) ନାବାଳିକାଙ୍କଠାରୁ ମୋବାଇଲ ଛଡାଇ ନେଇ ନମ୍ବର ନେଇ ଯାଇଥିଲେ। ଏହାପରେ ତାଙ୍କର ନମ୍ବରକୁ  ନିଜର ମୋବାଇଲରେ ସେଭ୍ କରିନେଇଥିଲେ। ଯେତେବେଳେ ଝିଅଟି ଇନ୍ଦୋର ଫେରି ବ୍ୟାଭରା ବସ୍ ଷ୍ଟାଣ୍ଡରେ ଥିଲେ।

ସେତେବେଳେ ଅଭିଯୁକ୍ତର ଆଉ ଜଣେ ସାଥୀ ମୋବାଇଲରୁ ଫୋନ୍ ଲଗାଇ ଝିଅଟିକୁ ଡକାଇଥିଲେ ଓ କହିଥିଲେ ତୁମର ବାପା-ମା ଏଠାକୁ ଆସିଯାଇଛନ୍ତି। ତାଙ୍କୁ ଦେଖା କରିନିଅ। ଏହାପରେ ଝିଅଟିକୁ ମହାକାଳ ବସ ଭିତରକୁ ନେଇ ଯାଇ ଦୁଷ୍କର୍ମ କରିଥିଲେ। ବସ୍ ଡ୍ରାଇଭର ଝିଅଟିର ହାତ-ଗୋଡ ବାନ୍ଧି ମୁହଁରେ କପଡା ପୁରାଇ ଦେଇଥିଲା। କ୍ଲିନର ଝିଅଟିକୁ ରେପ୍ କରିଥିବା ବେଳେ ବସ୍ ଡ୍ରାଇଭର କାଦର ଖାନ୍ ଓ ଅନ୍ୟଜଣେ ସାଥୀ ଦୁଷ୍କର୍ମ ସମୟରେ ସେଠାରେ ଏହାକୁ ଦେଖି ଉପଭୋଗ କରୁଥିଲେ।

ଘଟଣା ପରେ ବିଳମ୍ବିତ ରାତିରେ ନାବାଳିକା ଜଣକ ନିକଟସ୍ଥ ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସ ଅଭିଯୁକ୍ତ ଯୁବକ ବିରୋଧରେ ଆଇପିସିର ଧାରା ୩୬୩,୩୬୬, ୩୭୬(୨)ଆଇ ୩/୪ ପୋକ୍ଦୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ଗିରଫ କରିଛି। ଏହି ମାମଲାରେ ନାବାଳିକା ଜଣକ ମଧ୍ୟ ଡ୍ରାଇଭରର ନାଁ ନେଇଛନ୍ତି। କିନ୍ତୁ ପୋଲିସ ଏବେ କ୍ଲିନରକୁ ଗିରଫ କରିଛି। ପରେ ଏହି ଘଟଣାରେ ସାମିଲ ୩ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର