ପୁଣି ଲଜ୍ୟା! ଦୋସିଙ୍ଗା ମାର୍କେଟ୍‌ରୁ ଫେରୁଥିବା ନାବାଳିକାକୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ,୨ ଅଭିଯୁକ୍ତ ଗିରଫ

ଚାନ୍ଦବାଲି ୧୩/୧୧: ପୁଣି ଲଜ୍ୟା! ନାବାଳିକା ଛାତ୍ରୀଙ୍କୁ ରାସ୍ତାର ଉଠାଇନେଇ ଗଣଦୁଷ୍କର୍ମ। ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତର ଜଣେ ୧୪ବର୍ଷ ବୟସ୍କା ଛାତ୍ରୀଙ୍କୁ ଦୁଇ ଜଣ ଯୁବକ ବଜାରରୁ ଉଠାଇ ନେଇ ଗଣଦୁର୍ଷ୍କମ କରିଥିବା ଅଭିଯୋଗ ଆସିଛି ।

ରବିନ୍ଦ୍ର ନଗରରୁ ଅରବିନ୍ଦ ଦଳପତିଙ୍କ ନାବାଳିକା କନ୍ୟା ସନ୍ଧ୍ୟାରେ ବଜାରରୁ ଘରକୁ ଫେରୁଥିବା ସମୟରେ ତାପସ ସାହୁ୯୪୦), ଦୀପକ ଖଟୁଆ(୩୨) ନାମକ ଦୁଇଜଣ ଅଭିଯୁକ୍ତ ଏକ ମଟର ସାଇକେଲରେ ଆସି ନାବାଳିକା ଛାତ୍ରୀକୁ ରାସ୍ତାରୁ ଅପରହଣ କରିଥିଲେ । ପରେ ଏକ ନିଛାଟିଆ ସ୍ଥାନରେ ଦୁଇ ଅଭିଯୁକ୍ତ ଗଣଦୁର୍ଷ୍କମ କରିଥିଲେ ।

ପୀଡିତା ନାବାଳିକା ଜଣକ ଦୁର୍ଷ୍କମକାରୀଙ୍କ କବଳରୁ ମୁକୁଳି ନପାରି ଗୁରୁତର ଅସୁସ୍ଥ ହେବା ପରେ ବହୁ କଷ୍ଟରେ ଘରକୁ ପହଞ୍ଚି ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ । ନାବାଳିକାର ପିତା ତୁରନ୍ତ ଧାମରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଧାମରା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିବା ସହ ଦୁର୍ଷ୍କମରେ ଶୀକାର ନାବାଳିକାଙ୍କ ଡାକ୍ତରୀ ମୋଇନା କରାଯାଇଛି ।

   ସମ୍ବନ୍ଧିତ ଖବର


ପିସ୍ତଲ ଛଡାଇ…ଫାୟରିଂ କଲେ… ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ଏନକାଉଣ୍ଟର ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଲେ କମିଶନର

ଉନ୍ନାଓ ପୀଡିତାଙ୍କ ସ୍ଥିତି ସଙ୍କଟାପନ୍ନ, ଭେଣ୍ଟିଲେଟରରେ ରହି ଭାଇଙ୍କୁ କହିଲେ- ଅଭିଯୁକ୍ତକୁ ଛାଡ ନାହିଁ, କଠୋର ଦଣ୍ଡ ଦିଅ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା: ଏନକାଉଣ୍ଟରେ ୪ଦୁଷ୍କର୍ମକାରୀ ନିହତ ହେବା ପରେ ‘ନିର୍ଭୟା’ଙ୍କ ମା’ କହିଲେ- ଆତ୍ମା…

ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ କଣ କହିଲେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା, ପଢନ୍ତୁ..