୪ ବର୍ଷର ଶିଶୁକୁ ଦୁଷ୍କର୍ମ! ନାବାଳାକ ଅଟକ, ଦୁଇ ମାସ ପରେ ଥାନାରେ ମାମଲା

ନୂଆପଡ଼ା ୨୩/୨୨: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅଞ୍ଚଳରେ ଜଣେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣାରେ ଜଣେ ନାବାଳକର ସମ୍ପୃକ୍ତି ସାମ୍ନାକୁ ଆସିଛି । ପୁଲିସ ସମ୍ପୃକ୍ତ ନାବାଳକକୁ ଅଟକ ରଖି ଜେରା କରୁଛି । ତେବେ ଘଟଣା ଦୁଇମାସ ପୂର୍ବରୁ ଘଟିଥିବାବେଳେ ଶିଶୁଟିର ବାପା ଆଜି ଥାନାର ଦ୍ୱାରସ୍ଥ ହେବା ପରେ ଏହା ଲୋକଲୋଚନକୁ ଆସିଛି ।

ଅଭିଯୋଗ ଅନୁଯାୟୀ, ଦୁଇ ମାସ ତଳେ ଜୋଙ୍କ ଥାନା ଅଞ୍ଚଳର ଏକ ଗାଁର ଜଣେ ନାବାଳକ ସେହି ଗାଁର ଜଣେ ୪ ବର୍ଷର ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଘରକୁ ନେଇ ଯାଇଥିଲା । ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ବଳାତ୍କାର କରି ଛାଡ଼ି ଦେଇଥିଲା । ପୀଡ଼ିତା କାନ୍ଦି କାନ୍ଦି ଘରକୁ ଆସି ପରିବାର ଲୋକଙ୍କୁ ସବୁ କଥା କହିଥିଲା । ସେହି ସମୟରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଭୟ ପକ୍ଷ ଲୋକେ ବୁଝାମଣା ପାଇଁ ଚେଷ୍ଟା କରିଥିଲେ । ହେଲେ ଘଟଣାର ଦୁଇମାସ ପରେ ଆଜି ଶିଶୁର ବାପା ଜୋଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗାଁରେ ସମାଧାନ ହୋଇ ପାରି ନଥିବାରୁ ଶିଶୁ ବାପା ଥାନାର ଦ୍ୱାରସ୍ଥ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଜୋଙ୍କ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି କହିଛନ୍ତି ।

ଜୋଙ୍କ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଅପରାହ୍ନରେ ନାବାଳକକୁ ପୁଲିସ ଅଟକ ରଖି ଜେରା କରୁଛି । ଉଭୟଙ୍କ ଡାକ୍ତରୀ ମାଇନା ହେବ । ଘଟଣାରେ ସତ୍ୟତା ଜଣାପଡ଼ିଲେ, ନାବାଳକଙ୍କୁ ବ୍ରହ୍ମପୁର ଜୁଭେନାଲ କୋର୍ଟକୁ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

   ସମ୍ବନ୍ଧିତ ଖବର


ଏବେ ବି ରହସ୍ୟରେ: ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ବଳିପଡିଲା କି ୫ ବର୍ଷର ଶିଶୁ ଜୀବନ?

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ନିଶାରେ ମା’କୁ ମାଡ଼ ମାରି ପୁଅ ଗିରଫ

ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ

ବଢ଼ୁଛି ‘ଓୟୋ’ର କାରସାଦି: ରାତିରାତି ବଦଳିଲା ନିୟମ, ଚିନ୍ତାରେ ବିଲ୍ଡିଂ ମାଲିକ ଓ କର୍ମଚାରୀ…