ପୁଣି ଲଜ୍ଜା ! ଘରେ ବାରଣ୍ଡାରେ ଜବରଦସ୍ତ ନାବାଳିକାକୁ ଦୁଷ୍କର୍ମ କଲା ପଡୋଶୀ ଯୁବକ

ବାଲିଗୁଡା ୨୯।୧୧:  ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ତୁମୁଡିବନ୍ଧ ପୋଲିସ । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବାଲିଗୁଡା ତୁମୁଡିବନ୍ଧରେ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ତୁମୁଡିବନ୍ଧ ରାମପୁର ଛକରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ ପଡୋଶୀ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ତୁମୁଡିବନ୍ଧ ଥାନାରେ ଅଭିଯୋଗ ହୋଇଛି ।

ଗତକାଲି ରାତି ପ୍ରାୟ ୯ଟାରୁ ୧୦ଟା ସମୟରେ ପୀଡିତା ଘର ବାରଣ୍ଡାରେ ଏକୁଟିଆ ଥିବା ଦେଖି ପଡୋଶୀ ଶମ୍ଭୁ ମହାରଣା ନାମକ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ପୀଡିତାଙ୍କ ପାଟି ଶୁଣି ପୀଡିତାଙ୍କ ମା’ ଘରୁ ବାହାରି ଆସି ପୀଡିତାଙ୍କୁ ଉଦ୍ଧାର କରିବା ସହ ତୁମୁଡିବନ୍ଧ ଥାନାରେ ପୀଡିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକରଖି ପଚରାଉଚରା କରୁଛି ।

   ସମ୍ବନ୍ଧିତ ଖବର


ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ଜିତ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

ଟ୍ରକ୍‌କୁ ପଛରୁ ପିଟିଲା ବୋଲେରୋ, ୫ ବରଯାତ୍ରୀ ଗୁରୁତର

ରାସଗୋବିନ୍ଦପୁର ବନାଞ୍ଚଳ ରାସ୍ତାରୁ ୨୦୦ ଗ୍ରାମର ଭଙ୍ଗା ହାତୀ ଦାନ୍ତ ଉଦ୍ଧାର

ଚିକେନ୍‌ ରାନ୍ଧି ଅପେକ୍ଷା କରିଥିଲା ସ୍ତ୍ରୀ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ସ୍ୱାମୀର ଜୀବନ