PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସ୍କୁଲ ପାଇଖାନାରେ ୩ୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ଧାମନଗର ୧୮/୧୨: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି । ସ୍କୁଲ ପରିସରରେ ଥିବା ଏକ ପରିତ୍ୟକ୍ତ ଘରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ନାବାଳିକା ମା’ ଏନେଇ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଯୋଗ୍ୟ ଯେ, ତୃତୀୟ ଶ୍ରେଣୀରେ ପଢୁଥିବା ୮ ବର୍ଷର ନାବାଳିକାକୁ ସେହି ଗ୍ରାମର ଜଣେ ୨୫ ବର୍ଷୟ ଯୁବକ ସ୍କୁଲ ପରିସର ଏକ ପରିତ୍ୟକ୍ତ ଗୃହରେ ଏଭଳି ଆଚରଣ ପ୍ରଦର୍ଶନ କରିଛନ୍ତି । ନାବାଳିକା ସୋମବାର ଦିନ ୧ଟାରେ ସ୍କୁଲରୁ ନିଜ ଘରକୁ ଆସିଥିଲେ । ଘରୁ ପୁଣି ଦିନ ସାଢ଼େ ୨ଟେରେ ସ୍କୁଲକୁ ଫେରିଥିଲେ । ସେହି ସମୟରେ ସ୍କୁଲ ପରିସରରେ ଛାତ୍ରୀ ଜଣଙ୍କ ଯାଉଥିବା ବେଳେ ସେହି ଗ୍ରାମର ରବୀନ୍ଦ୍ର ମଳିକଙ୍କ ପୁଅ ଶଶିକାନ୍ତ ମଳିକ (୨୫) ତାଙ୍କୁ କିଛି ଟଙ୍କାର ଲୋଭ ଦେଖାଇଥିଲେ । ପରେ ନାବାଳିକାଙ୍କ ମୁଁହକୁ ଚାପି ଧରି ତାକୁ ଟେକି ନେଇ ସ୍କୁଲ ପରିସରରେ ଥିବା ଏକ ପରିତ୍ୟକ୍ତ ପାଇଖାନା ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସ୍କୁଲ ଛୁଟି ପରେ ସଂପୃକ୍ତା ପୀଡ଼ିତା ତାଙ୍କ ପରିବାର ଲୋକଙ୍କୁ ଏସଂପର୍କରେ ଜଣାଇଥିଲେ ।

ପରେ ପୀଡ଼ିତାଙ୍କ ମାଆ ଗତକାଲି ବିଳମ୍ବିତ ରାତିରେ ଧୁଷୁରୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇଁ ଧୁଷୁରୀ ଥାନାଧିକାରୀ ପ୍ରଫୁଲ୍ଲ ସିଂଙ୍କ ନେତୃତ୍ୱରେ ପୁଲିସ ଟିମ ଶଶିକାନ୍ତଙ୍କ ଘରେ ଚଢଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣା ଘଟିଥିବା ପରିତ୍ୟକ୍ତ ପାଇଖାନା ନିକଟରୁ ଅଭିଯୁକ୍ତ ଶଶୀକାନ୍ତଙ୍କ ଆଧାର କାର୍ଡ ମଧ୍ୟ ପୁଲିସ ଜବତ କରିଛି । ଆଜି ଉଭୟଙ୍କୁ ପୁଲିସ ଡାକ୍ତରୀ ମାଇନା କରିବା ପରେ ସଂପୃକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଏନେଇ ଥାନାରେ ଧାରା ୩୭୬ (ଏ)(ବି) ଏବଂ ପକ୍‌ସୋ ଆଇନରେ ଏକ ମାମଲା ରୁଜୁ ହୋଇଛି ।