ଧାମନଗରରେ ଚାଞ୍ଚଲ୍ୟ: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ୩ ଗିରଫ

ଧାମନଗର ୫/୧୨: ରାଜ୍ୟରେ ନାବାଳିକା ପ୍ରତି ଦୁଷ୍କର୍ମ ଓ ହତ୍ୟା ଭଳି ସଂଗୀନ ଅପରାଧ ବଢ଼ି ଚାଲିଥିବାବେଳେ ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଜଣକୁ ଗିରଫ କରିଛି ।

ଧୁଷୁରୀ ଥାନା ଅଞ୍ଚଳର ଜନୈକା ୧୬ ବର୍ଷିୟା ନାବାଳିକା ଛାତ୍ରୀକୁ ସେହି ଗ୍ରାମର ବିଚିତ୍ର ମାଝି (୩୩) ଦୀର୍ଘ ଦିନ ଧରି ଦୁଷ୍କର୍ମ କରି ଆସୁଥିବା ପୀଡ଼ିତାଙ୍କ ମାଆ ଧୁଷୁରୀ ଥାନାରେ ଅଭିଯୋଗ କରିଛନ୍ତି । ତିନି ମାସ ପୂର୍ବେ ବିଚିତ୍ର ସଂପୃକ୍ତା ନାବାଳିକାଙ୍କ ପରିବାର ଲୋକ ଘରେ ନଥିବାର ସୁଯୋଗ ନେଇ ବିଚିତ୍ର ତାଙ୍କ ଘରେ ପହଞ୍ଚିି ସଂପୃକ୍ତା ନାବାଳିକାକୁ ପ୍ରେମ ନିବେଦନ କରିଥିଲେ । ଛାତ୍ରୀ ଜଣଙ୍କ ଅରାଜି ହେବାରୁ ବିଚିତ୍ର ଜବରଦସ୍ତ ତାଙ୍କୁ ବଳାତ୍କାର କରିଥିଲେ । ଏପରିକି ବଳାତ୍କାର ଭିଡିଓ ବିଚିତ୍ର ନିଜ ମୋବାଇଲରେ ରେକର୍ଡିଂ କରିଥିଲେ । ପରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବାର ଭୟ ଦେଖାଇ ବିଚିତ୍ର ବିଭିନ୍ନ ସମୟରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ ।

ଏପରିକି ତାଙ୍କୁ ବିବାହ କରିବାକୁ ବାଧ୍ୟ କରି ଆସୁଥିଲେ । ଶେଷରେ ନିରୂପାୟ ହୋଇ ସଂପୃକ୍ତା ନାବାଳିକା ଘଟଣା ସଂପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ପୀଡ଼ିତା ପରିବାର ବିଚିତ୍ର ଓ ତାଙ୍କ ପରିବାରଙ୍କୁ ପଚାରିବାରୁ ସେମାନେ ଉତ୍‌କ୍ଷିପ୍ତ ହୋଇ ଏମାନଙ୍କୁ ମାଡ଼ ମାରିବା ସହିତ ହତ୍ୟା ଧମକ ଦେଇଥିଲେ । ଲୋକଲଜ୍ଜା ସହ୍ୟ କରିନପାରି ବାଧ୍ୟ ହୋଇ ପୀଡ଼ିତାଙ୍କୁ ପରିବାର ଲୋକ ନିଜ ଘରୁ ନେଇ ତାଙ୍କ ବନ୍ଧୁଙ୍କ ଘରେ ରଖିଥିଲେ । କୌଣସି ସୂତ୍ରରୁ ଖବରପାଇ ବିଚିତ୍ର ଓ ତାଙ୍କର ୨/୩ ଜଣ ସହଯୋଗୀ ସେଠାରେ ପହଞ୍ଚିି ଗଣ୍ଡଗୋଳ କରିବା ସହିତ ନାବାଳିକାକୁ ଉଠାଇ ଆଣିବାକୁ ଉଦ୍ୟମ କରିଥିଲେ । ଏପରିକି ଗତ ରବିବାର ନାବାଳିକାକୁ ଘର ଛାଡ଼ି ତା ସହିତ ଯିବାକୁ ବାଧ୍ୟ କରିଥିଲେ ।

ସେ ନଯିବାରୁ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଲୁହା ରଡ଼ରେ ମାଡ଼ ମାରି ଜବରଦସ୍ତ ନିଜ ଘରକୁ ଛାତ୍ରୀକୁ ନେଇ ଯାଇଥିଲେ । ବିଚିତ୍ର ନିଜ ଘରେ ନାବାଳିକାକୁ ରଖି ବଳାତ୍କାର କରିଥିଲେ । ନିରୂପାୟ ହୋଇ ମଙ୍ଗଳବାର ରାତିରେ ପୀଡ଼ିତାର ମାଆ ଧୁଷୁରୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାଟିକୁ ଗୁରୁତ୍ୱର ସହ ବିଚାର କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଚିତ୍ର ଓ ତାଙ୍କର ବଡ଼ଭାଇ ପବିତ୍ର ଓ ସାନଭାଇ ମଧୁସୂଦନକୁ ଧୁଷୁରୀ ପୁଲିସ ଆଜି ଗିରଫ କରିଛି । ଏନେଇ ଧୁଷୁରୀ ଥାନାରେ ୩୭୬(୨)(ଏନ), ୩୪୧, ୨୯୪, ୩୨୩, ୫୦୬, ୩୫୪(ସି), ୩୪ ଆଇପିସି ଓ ୬ ପୋସ୍କୋ ଆଦି ସଂଗୀନ ଦଫା ରୁଜୁ ହୋଇଛି । ବଳାତ୍କାରୀକୁ କଠୋର ଦଣ୍ଡ ଦେବାକୁ ପୀଡ଼ିତାଙ୍କ ମାଆ ଥାନାରେ ଅନୁରୋଧ କରିଛନ୍ତି ।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ

ନାବାଳିକାଙ୍କୁ ନିଜ ଘରେ ଦୁଷ୍କର୍ମ – ଅଭିଯୁକ୍ତ ଫେରାର

ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?

ସ୍ବାମୀଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି, ହାତ ଗୋଡ ବାନ୍ଧି ନଦୀରେ ଫୋପାଡିଲେ ସ୍ତ୍ରୀ