ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

ରାଜସ୍ଥାନ: ରାଜସ୍ଥାନର ଅଲୱାର ଜିଲ୍ଲାର ତିଜରା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଗାଁରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି । ପୋଲିସ ତିନିଜଣ ଯୁବକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୀଡିତା ଜଣକ ପୋଲିସକୁ କହିଥିଲେ ଯେ ସେ ଟ୍ୟୁସନକୁ ଯିବାବେଳେ ତାଙ୍କୁ ଅପହରଣ କରାଯାଇଥିଲା । ତାଙ୍କ ପାଟିକୁ ବାନ୍ଧି ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ ଅଭିଯୁକ୍ତ ମାନେ । ତେବେ ଗଣଦୁଷ୍କର୍ମ ସମୟରେ ତାଙ୍କର ଭିଡିଓ ପ୍ରସ୍ତୁତ କରାଯାଇଥିଲା ।

ଭିଡିଓକୁ ଭାଇରାଲ କରିଦେବାକୁ ଅଭିଯୁକ୍ତମାନେ ତାଙ୍କୁ  ଧମକ ଦେଇଥିଲେ, ଯାହା ଫଳରେ ପୀଡିତା ଏହା ବିଷୟରେ କାହାକୁ କହି ନଥିଲା । ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ସେ ଚାରି ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହା ପରେ ସେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ ।

ତିଜାରା ପୋଲିସ ଷ୍ଟେସନ ଅଂଚଳରେ ଥିବା ଏକ ଗାଁର ୧୭ ବର୍ଷ ବୟସ୍କା ରାନୀ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ । ସୂଚନା ମୁତାବକ ନଭେମ୍ବର ୧୧ ରେ ସେ ପାଠ ପଢିବା ପାଇଁ ତିଜାରାକୁ ଆସିଥିଲେ । ତେବେ ଏଠାକୁ କିଛି ଲୋକ ଆସି କହିଥିଲେ କି ରାନୀର ବାପା ତାଙ୍କୁ ଡାକିଛନ୍ତି ।

ସେମାନଙ୍କ କଥାକୁ ବିଶ୍ବାସ କରି ରାନୀ ବାହାରକୁ ଚାଲିଆସିଲେ । ଅଭିଯୁକ୍ତ ମାନେ ପାଟି ବନ୍ଦ କରି ବାଇକ୍‌ରେ  ବସି ସାଙ୍ଗରେ ନେଇଥିଲେ । ବାଟରେ ଗାଁର ତୃତୀୟ ଯୁବକ ଚରତ ସିଂଙ୍କୁ ଦେଖିବାକୁ ମିଳିଥିଲା । ଏହି ତିନି ଅଭିଯୁକ୍ତ ନାବାଳିକାକୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ ଯେଉଁଠାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଅଭିଯୁକ୍ତମାନେ ପୀଡିତାଙ୍କ ଅଶ୍ଳୀଳ ଭିଡିଓ ମଧ୍ୟ କରିଥିଲେ । ଯଦି ସେ ଏହା ବିଷୟରେ କାହାକୁ ଜଣାନ୍ତି ତେବେ ସେ ଭିଡିଓ ଭାଇରାଲ କରି ତାଙ୍କ ପିତାଙ୍କୁ ହତ୍ୟା କରିବେ ବୋଲି ସେମାନେ ଧମକ ଦେଇଥିଲେ । ନଭେମ୍ବର ୧୨ ରେ ତାଙ୍କୁ ଅଲୱାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କୁ ଚାରି ଦିନ ଚିକିତ୍ସା କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।