୩ ମାସରେ ଶିଶୁ ବଳାତ୍କାର ମାମଲାର ରାୟ: ଆସାମୀକୁ ୨୦ ବର୍ଷ ଜେଲ୍

କେନ୍ଦୁଝର,୧୨ା୪(ଆପ୍ର): କେନ୍ଦୁଝର ସ୍ୱତନ୍ତ୍ର ଅଦାଲତର ଅତିରିକ୍ତ ଜିଲ୍ଲା ଜଜ୍ ଜ୍ୟୋର୍ତିମୟୀ ଆଚାର୍ଯ୍ୟ ଶୁକ୍ରବାର ଏକ ଶିଶୁ ବଳାତ୍କାର ମାମଲାର ବିଚାର କରି ୬୮ ଦିନ ମଧ୍ୟରେ ରାୟ ଶୁଣାଣି କରିଛନ୍ତି । ମାତ୍ର ୩ ମାସ ମଧ୍ୟରେ ସାକ୍ଷୀ ଓ ତଦନ୍ତକାରୀ ଅଧିକାରୀଙ୍କ ଜମାନବନ୍ଦୀ ନେବା ପରେ ସ୍ୱଳ୍ପ ସମୟ ମଧ୍ୟରେ ରାୟ ପ୍ରକାଶ ପାଇବା କେନ୍ଦୁଝର ଅଦାଲତରେ ଏହା ପ୍ରଥମ ବୋଲି କୁହାଯାଉଛି । ପୁଲିସ ବିଭାଗ ମଧ୍ୟ ଉକ୍ତ ମାମଲାକୁ ରେଡ୍ ଫ୍ଲାଗ୍ ମାନ୍ୟତା ଭାବେ ନେଇ ୧୬ ଦିନରେ ତଦନ୍ତ ସଂପୂର୍ଣ୍ଣ କରିଥିଲା । ଆସାମୀ ଗଣେଶ ମୁଣ୍ଡାକୁ ବିଚାରପତି ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଆସାମୀ ଅଧିକ ୧ ବର୍ଷ ଜେଲ୍ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରାଯାଇଛି । ଅପରପକ୍ଷରେ ନାବାଳିକା ଏବେ ବି ବଞ୍ଚିବା ପାଇଁ ସଂଘର୍ଷ କରୁଥିବାରୁ ଅଦାଲତ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦୁଝର ରୁଗୁଡ଼ି ଥାନା ଅଞ୍ଚଳର ଘଟଣା । ନଦୀଡିହି ନୂଆଗାଁର ଜଣେ ୭ବର୍ଷର ଶିଶୁ ଖେଳିବା ପାଇଁ ଚଳିତ ବର୍ଷ ଜାନୁଆରୀ ୯ ତାରିଖ ଦିନ ପଡ଼ୋଶୀ ଘରକୁ ଯାଇଥିଲା । ଖେଳି ସାରିବା ପରେ ସନ୍ଧ୍ୟା ହୋଇ ଯାଇଥିବାରୁ ଅଭିଯୁକ୍ତ ଗଣେଶ ସେଇ ଝିଅକୁ ଘରେ ଛ।।ଡ଼ିଦେବା ବାହାନାରେ ନିକଟସ୍ଥ ଦଳକ ନାଳ ନିକଟକୁ ନେଇ ବଳାତ୍କାର କରିଥିଲା । ଏହି ଘଟଣା ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା । ଶିଶୁଟି ରକ୍ତାକ୍ତ ଅବସ୍ଥାରେ ଘରେ ପହଞ୍ଚି ସମସ୍ତ ଘଟଣା କାନ୍ଦିକାନ୍ଦି ପ୍ରକାଶ କରିଥିଲା । ପରିବାର ଲୋକେ ତାକୁ ନେଇ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ ତାକୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଶିଶୁର ସମ୍ବେଦନଶୀଳ ସ୍ଥାନରେ ଗଭୀର କ୍ଷତ ହେବା ସହିତ ରକ୍ତସ୍ରାବ ବନ୍ଦ ହୋଇ ନଥିଲା । ଫଳରେ ତାକୁ କଟକ ପଠାଯାଇଥିଲା । ଏହି ଘଟଣାକୁ ନେଇ ଶିଶୁର ମା’ ଓ ବଡ଼ମା’ ଅଭିଯୁକ୍ତକୁ ପଚାରିବା ପାଇଁ ତାଙ୍କ ଘରକୁ ଯାଇଥିଲେ । ନିଶାଗ୍ରସ୍ତ ଅବସ୍ଥାରେ