ଟ୍ରେନ୍‌ରେ କଟି ବାପା-ପୁଅ ମୃତ

ବସ୍ତା/ବସ୍ତା-୧,୧୯ା୧(ଆ.ପ୍ର): ମୃତ୍ୟୁ ଏମିତି ବି ଆସେ । ବାପା ସହ ମିଶି ୫ ବର୍ଷର ପୁଅ ଗୀତ ଗାଇ, ମ୍ୟାଜିକ୍‌ ଖେଳ ଦେଖାଇ ମନୋରଞ୍ଜନ କରୁଥିଲେ ଟ୍ରେନ ଯାତ୍ରୀଙ୍କର । ଆଜି ବି ହସି ହସି ଦୁହେଁ ଘରୁ ବାହାରିଥିଲେ ନିଜ କର୍ମସ୍ଥଳକୁ । ରେଳ ଲାଇନ ପାରି ହେଉଥିଲେ । ଓଠରୁ ହସ ଲିଭିନି…ଏକ୍ସପ୍ରେସ୍‌ ଟ୍ରେନ ଧକ୍କାରେ ଟଳି ପଡ଼ିଲେ ଦୁହେଁ । ଲିଭିଗଲା ଜୀବନଦୀପ । ଯେଉଁ ଯାତ୍ରୀଗଣ ଉଭୟଙ୍କ ଖେଳ ଦେଖି ଖୁସି ହେଉଥିଲେ, ସେମାନଙ୍କ ମୃତ ଦେହକୁ ଦେଖି ଆଖିର ଲୁହକୁ ସମ୍ବରଣ କରିି ପାରି ନ ଥିଲେ । ଶନିବାର ପୂର୍ବାହ୍ନ ସାଢେ ୧୦ଟା । ୫ ବର୍ଷର ପୁଅ ପୂବିର ହାତ ଧରି ବାପା ପୁତ୍ରାଜୁ ପ୍ରଧାନ (୩୬) ବାଲେଶ୍ୱର ଜିଲ୍ଲା ରୂପ୍ସା ଷ୍ଟେସନରେ ରେଳ ଧାରଣା ପାରି ହେଉଥିଲେ । ପୁରୀରୁ ହାଓଡ଼ା ଯାଉଥିବା ଶତାବ୍ଦୀ ଏକ୍ସପ୍ରେସରେ ରୂପ୍ସା ଷ୍ଟେସନ ଠାରୁ ଅଳ୍ପ ଦୂରରେ ଥିବା ସେମାନେ ଜାଣି ପାରି ନ ଥିଲେ । ନିମିଷକରେ ମାଡ଼ି ଆସିଲା ଯନ୍ତ୍ର ଦାନବ । ଟ୍ରେନ୍‌ ଧକ୍କାରେ ବାପା, ପୁଅର ମୃତ୍ୟୁ ଘଟିଥିଲା । ରେଳବାଇ ପୁଲିସ ୬/୧୯ ନଂରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରାଇଛି ।
ପ୍ରକାଶ ଯୋଗ୍ୟ, ଯାଜପୁର ଜିଲ୍ଲା ଯଖପୁରା ଅଞ୍ଚଳର ପୁତ୍ରାଜୁ ନିଜ ପୁଅ ଓ ସମ୍ପର୍କୀୟଙ୍କ ସହ ରୂପ୍ସା ଷ୍ଟେସନର ଉତ୍ତର ପାଖରେ ରହି ଆସୁଥିଲେ । ଟ୍ରେନ୍‌ରେ କେତେବେଳେ ଗୀତ ଗାଇ ତ କେତେବେଳେ ବିଭିନ୍ନ ମ୍ୟାଜିକ୍‌ ଦେଖାଇ ଲୋକଙ୍କ ମନୋରଞ୍ଜନ କରୁଥିଲେ ପୁତ୍ରାଜୁ । ସେଥିରୁ ଯାହା ଦି ପଇସା ମିଳେ ସେଥିରେ ପରିବାର ପ୍ରତିପୋଷଣ କରନ୍ତି । ବାପାଙ୍କ ଏହି କାମରେ ସହଯୋଗର ହାତ ବଢାଇଥିଲା ପୁଅ ପୂବି । ୫ ବର୍ଷ ଶିଶୁର ବିଭିନ୍ନ ଖେଳ ଦେଖି ଲୋକେ ମଧ୍ୟ ବେଶି ଖୁସି ହୋଇ ଅଧିକ ପଇସା ଦେଉଥିଲେ । ଆଜି ଉଭୟଙ୍କ ମୃତ୍ୟୁରେ ରୂପ୍‌ସା ଷ୍ଟେସନରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

   ସମ୍ବନ୍ଧିତ ଖବର


ପାର୍କିଂ ସ୍ପେସ୍ ନାହିଁ ଯଦି ୨୦୨୧ରେ ନୂଆ କାର କିଣି ପାରିବେନି, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ?

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Paytm, ଆପ୍ ହଟାଇବା ପଛରେ ରହିଛି ଏହି କାରଣ

ରୁଷର ଭ୍ୟାକସିନ ନେଉଥିବା ପ୍ରତି ୭ ଜଣରୁ ଜଣେ ବ୍ୟକ୍ତି ଅସୁସ୍ଥ, ଭାରତକୁ ମଧ୍ୟ ଆସିବ ଲକ୍ଷାଧିକ ଟିକା

ଜାଡେଜାଙ୍କୁ ସୁନାର ବ୍ୟାଟ୍ ଉପହାର ଦେଲା ସିଏସକେ, ଫ୍ୟାନଙ୍କ ପାଇଁ ସେୟାର କଲେ ଫଟୋ

ରାଜଧାନୀରେ ସୀମା ଟପିଲାଣି ଚିକିତ୍ସା ଅବହେଳା: ଦୁଃଖ ବଖାଣିଲେ ବିଏମ୍‌ସି ୱାର୍ଡ ଅଫିସର,ଗୁରୁତର ରୋଗୀଙ୍କୁ ଡିସ୍‌ଚାର୍ଜ କରି ମାରିଦେଲେ…

ପ୍ରଥମ ଥର ସ୍ବୀକାର କଲା ଡ୍ରାଗନ୍,ଗଲଓ୍ବାନ ଘାଟି ସଂଘର୍ଷରେ ନିହତ ହୋଇଥିଲେ ଚୀନ୍ ସୈନିକ