PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଅଲିମ୍ପିକ ପାଇଁ ଚାନୁଙ୍କୁ ସାହାଯ୍ୟ କରିିଥିଲେ ଟ୍ରକ୍‌ ଡ୍ରାଇଭର; ଏବେ ସେମାନଙ୍କୁ ଭେଟି କୃତଜ୍ଞତା ଜଣାଇବା ସହିତ ଗିଫ୍ଟ ଦେଲେ ମୀରାବାଇ

pic-indiatoday

ଇମ୍ଫାଲ: ଟୋକିଓ ଅଲିମ୍ପିକର ଭାରା ଉତ୍ତୋଳନରେ ରୈପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ସାଇଖୋମ ମୀରାବାଇ ଚାନୁ ଯେ କେବଳ ଜଣେ ଭଲ ଖେଳାଳି ତାହା ନୁହେଁ, ସେ ଜଣେ ଭଲ ମଣିଷ ମଧ୍ୟ। ବିଜୟ ପରେ ସମସ୍ତେ ପ୍ରାୟ ନିଜର ପରିଶ୍ରମକୁ ଶ୍ରେୟ ଦେଇଥାନ୍ତି ଆଉ ବିଜୟ ପଥରେ ସହାୟକ ହୋଇଥିବା ଉପାଦାନକୁ ପ୍ରାୟ ଭୁଲିଯାଆନ୍ତି। ହେଲେ ଚାନୁ କିନ୍ତୁ ସେମିତି ନୁହଁନ୍ତି। ତାଙ୍କର ବିଜୟ ସହିତ ସେ ସମସ୍ତଙ୍କୁ ମନେ ରଖିଛନ୍ତି ଯେଉଁମାନେ ତାଙ୍କୁ ଏହି ରାସ୍ତାରେ ପହଞ୍ଚାଇନ୍ତି।

ମୀରା ବାଇ ପଦକ ଜିତିବା ପରେ ତାଙ୍କୁ ସାହାଯ୍ୟ କରିଥିବା କିଛି ଟ୍ରକ୍‌ ଡ୍ରାଇଭରଙ୍କ ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିଲେ। ଆଉ ପଦକ ଜିତି ଟୋକିଓରୁ ଫେରିବା ପରେ ସେ ସେହି ଟ୍ରକ୍ ଡ୍ରାଇଭରମାନଙ୍କୁ ଖୋଜିବାରେ ଲାଗିଯାଇଥିଲେ। ଶେଷରେ ସେ ସମସ୍ତ ଟ୍ରକ ଡ୍ରାଇଭରଙ୍କୁ ଆଜି ଖୋଜି ପାଇଛନ୍ତି ଚାନୁ। ଆଉ ସେମାନଙ୍କୁ ଗାଁକୁ ଡାକି ପରିବାର ସହିତ ଟ୍ରକ ଡ୍ରାଇଭରମାନଙ୍କୁ ଉପହାର ପ୍ରଦାନ କରି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ଅଲିମ୍ପିକ ବିଜୈତ ମୀରା ବାଇ ଚାନୁ।

ପ୍ରକୃତ କଥା ହେଲା ଚାନୁ ଯେତେବେଳେ ଭାରାଉତ୍ତୋଳନ ପାଇଁ ଅଭ୍ୟାସ କରୁଥିଲେ ସେତେବେଳେ ତାଙ୍କୁ ପ୍ରତିଦିନ ରାଜଧାନୀ ଇମ୍ଫାଲ୍‌ରେ ଥିବା ଖୁନାମ ଲାମ୍ପାକ ଟ୍ରେନିଂ ସେଣ୍ଟରକୁ ଯିବାକୁ ପଡ଼ୁଥିଲା। ଘର ଠାରୁ ଟ୍ରେନିଂ ସେଣ୍ଟର ପ୍ରାୟ ୨୫ କିମି ଦୂରରେ ଥିଲା। ଚାନୁଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନଥିବାରୁ ସବୁଦିନ ଭଡ଼ା କରି ଯିବା ତାଙ୍କ ପକ୍ଷେ କଷ୍ଟକର ଥିଲା। ଆଉ ସେତେବେଳେ ଏହି ଟ୍ରକ୍‌ ଡ୍ରାଇଭରମାନେ ଚାନୁଙ୍କୁ ଅନେକ ସାହାଯ୍ୟ କରିଥିଲେ। ଟ୍ରକ୍‌ଗୁଡ଼ିକ ବାଲି ନେଇ ପ୍ରତିଦିନ ଇମ୍ଫାଲ ଯାଉଥିଲେ। ଏହି ସମୟରେ ସେମାନେ ଚାନୁଙ୍କୁ ମାଗଣାରେ ଟ୍ରେନିଂ ସେଣ୍ଟରକୁ ନେଇଯାଉଥିଲେ। ଚାନୁଙ୍କ ମାଆ ସାଖୋମ୍ ଅନଗବୀ ଟୋମ୍ବି ଦେବୀ ଗାଁରେ ଏକ ଚା’ ଦୋକାନ କରନ୍ତି। ତାଙ୍କ କହିବାନୁସାରେ, ଟ୍ରକ୍‌ଗୁଡ଼ିକ ଇଥାମ ମୋଏରଙ୍ଗପୁରେଲ୍‌ରୁ ଆସି ତାଙ୍କ ଗାଁ ଦେଇ ଯାଉଥିଲେ। ସେହି ସମୟରେ ଟ୍ରକ୍‌ଗୁଡ଼ିକ ତାଙ୍କ ଚାଁ ଦୋକାନ ପାଖରେ ଅଟକି ଚାନୁଙ୍କୁ ଟ୍ରେନିଂ ସେଣ୍ଟର ପର୍ଯ୍ୟନ୍ତ ମାଗଣାରେ ନେଇଯାଉଥିଲେ।

ଦେଶର ଭବିଷ୍ୟତ ଗଢ଼ିବାରେ ଟ୍ରକ୍ ଡ୍ରାଇଭର୍‌ମାନଙ୍କ ସେହି ଛୋଟ ସାହାଯ୍ୟ ଆଜି ଖୁବ୍ ବଡ଼ ହେଇଯାଇଛି। ଦେଶ ପାଇଁ ଗୌରବ ଆଣିଛନ୍ତି ଚାନୁ। ଅଲିମ୍ପିକର ଦ୍ୱିତୀୟ ଦିନରେ ୪୯ କିଲୋ ବର୍ଗରେ ଭାରତ ପାଇଁ ରୌପ୍ୟ ପଦକି ଜିତିଥିଲେ ମୀରା ବାଇ ଚାନୁ। ଏହାପୂର୍ବରୁ ଭାରତ କେବେ ପୂର୍ବରୁ ପ୍ରଥମ ଦିବସରେ ପଦକ ଜିତିବାର ସୌଭାଗ୍ୟ ଲାଭ କରିନଥିଲା। ଭାରୋତ୍ତୋଳନରେ ସେ ଦୀର୍ଘ ୨୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଦେଶ ପାଇଁ ଆଣିଥିଲେ ଐତିହାସିକ ସଫଳତା। ଆଉ ଏହି ସଫଳତା ଦିଗରେ ଯେଉଁ ଟ୍ରକ୍‌ ଡ୍ରାଇଭରମାନେ ତାଙ୍କୁ ସହଯୋଗ କରିଥିଲେ ଚାନୁ ହୁଏତ ତାଙ୍କୁ ସର୍ବଦା ମନେ ରଖିବେ।

ସମ୍ବନ୍ଧିତ ଖବର