PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଫେରିଲେ ଅଲିମ୍ପିକ ବିଜୟିନୀ ମୀରାବାଇ ଚାନୁ; ଦିଲ୍ଲୀ ଏୟାର୍‌ପୋର୍ଟରେ ପହଞ୍ଚି ଦେଲେ ‘ଭାରତ ମାତା କି ଜୟ’ ନାରା

pic-indiatoday

ନୂଆଦିଲ୍ଲୀ: ଜାପାନରେ ଭାରତର ଗୌରବ ରଥ ଗଡ଼ାଇ ଘରକୁ ଫେରିଛନ୍ତି ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ। ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ଭାରତମାତା କି ଜୟ ନାରା ଦେଇ ଦିଏୟାରପୋର୍ଟ ଉପସ୍ଥିତ ଦିଲ୍ଲୀବାସୀଙ୍କ ମନରେ ଉତ୍ସାହ ଭରି ଦେଇଥିଲେ ୨୭ ବର୍ଷାୟୀ ମୀରାବାଇ।

ମଣିପୁରର ମୀରାବାଇ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ତାଙ୍କୁ ଏସ୍‌କର୍ଟ ସୁରକ୍ଷା ଦେଇ ବିମାନବନ୍ଦରରୁ ନିଆଯାଇଥିଲା। ଏହି ସମୟରେ ସେ ଟ୍ରେନିଂ ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଥିବା ବେଳେ ସିଲ୍‌ଭର ମେଡାଲ କିନ୍ତୁ ପକାଇ ନଥିଲେ।   

ସୂଚନା ଥାଉକି, ୨୪ ଜୁଲାଇରେ ଭାରତୀୟ ମହିଳା ଭାରଉତ୍ତୋଳନ ଖେଳାଳି ମୀରାବାଈ ଚାନୁ ଟୋକିଓ ଅଲିମ୍ପିକ୍‌ରେ ରୌପ୍ୟ ପଦକ ଜିତିଥିଲେ। ମହିଳା ୪୯କିଲୋ ବର୍ଗରେ ସେ ପଦକ ଜିତିଛନ୍ତି।। ଏହାପୂର୍ବରୁ ସେ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୯ କିଲୋ ଭାର ଉଠାଇ ସେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ପ୍ରଥମ ଭାରତୀୟ ଖେଳାଳି ଭାବେ ପଦକ ଜିତିଛନ୍ତି ମୀରାବାଈ ଚାନୁ

ସୂଚନା ଥାଉକି, ଗତ ଶନିବାର ମୀରାବାଇ ଚାନୁ ତାଙ୍କର ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ସଫଳ ହୋଇଥିଲେ । ତେବେ ସେ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ । ଫଳରେ ସ୍ୱର୍ଣ୍ଣ ପଦକ ରେସରୁ ସେ ବାଦ ପଡି ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ଏପଟେ ମୀରାବାଈ ଚାନୁଙ୍କୁ ସ୍ୱର୍ଣ୍ଣ ପଦକ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ୱର୍ଣ୍ଣ ପଦକ ବିଜୟିନୀ ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ। ରିପୋର୍ଟ ପଜିଟିଭ ଆସିଲେ ଚାନୁଙ୍କୁ ମିଳିବ ସ୍ୱର୍ଣ୍ଣ ପଦକ। ଏନେଇ ଖବର ସରବରାହ ସଂସ୍ଥା ଏଏନ୍‌ଆଇରେ ଖବର ପ୍ରକାଶ ପାଇଛି।

ଶନିବାର ଚାଇନାର ମହିଳା ଭାରଉତ୍ତୋଳନ ଖେଳାଳି ଝିହୁଇ ହୋ ଟୋକିଓ ଅଲିମ୍ପିକ୍ସରେ ମହିଳା ୪୯କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ହେଲେ ଏବେ ତାଙ୍କର ଆଣ୍ଟିଂ ଡୋପିଂ ଟେଷ୍ଟ ହେବ। ଏଥିପାଇଁ ହୋ ଟୋକିଓରେ ହିଁ ଅଛନ୍ତି ଏବଂ ତାଙ୍କର ଟେଷ୍ଟ କରାଯାଇଥିବା ସୂଚନା ରହିଛି। ସେ ଯଦି ଟେଷ୍ଟରେ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ରୌପ୍ୟ ପଦକ ବିଜୟିନୀ ମୀରାବାଈ ଚାନୁଙ୍କୁ ସ୍ବର୍ଣ୍ଣ ପଦକ ମିଳିବ। ହୋ ଶନିବାର ଦିନ ଟୋଟାଲ ୨୧୦ କେଜି ଭାର ଉଠାଇ ନୂଆ ଅଲିମ୍ପିକ୍‌ ରେକର୍ଡ କରିଥିଲେ।

ସମ୍ବନ୍ଧିତ ଖବର