PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଟୋକିଓ ଅଲିମ୍ପିକ୍ସ – ରୌପ୍ୟ ପଦକ ଜିତିଲେ ମୀରାବାଈ ଚାନୁ… ଭାରତ ପାଇଁ ଖୁସିର ଖବର

ନୂଆଦିଲ୍ଲୀ / ଟୋକିଓ – ସେ କୁହନ୍ତି ସଫଳତାର କୌଣସି ସଟ୍‌କଟ୍‌ ରାସ୍ତା ନଥାଏ। ଏଥିପାଇଁ ଦୀର୍ଘ ଦିନର କଠିନ ପରିଶ୍ରମ ହିଁ ଆବଶ୍ୟକ ହୋଇଥାଏ ।  ଏହାପରେ ଯେବେ ଆମେ ଆମକୁ ସଫଳତା ହାସଲ ହୋଇଥାଏ , ତ ବହୁତ ଖୁସି ଲାଗିଥାଏ । ଏହି କଥା କହିଥିବା ଭାରତର ୱେଟଲିଫ୍ଟର (ଭାରୋତ୍ତୋଳନକାରୀ) ମୀରାବାଈ ଚାନୁ ୪୯ କିଲୋଗ୍ରାମ ଭାରର ସିଲଭର ମେଡାଲ ହାତେଇଛନ୍ତି । ସେହି କ୍ଷଣି ଯେବେ ସେ ନିଜର ଶେଷ ପାଳି ଖେଳିଥିଲେ ତ କୋଟି କୋଟି ଭାରତୀୟଙ୍କ ଲକ୍ଷ୍ୟ ତାଙ୍କ ଉପରେ ଥିଲା । ଲୋକଙ୍କୁ ସେହି ଦୃଶ୍ୟ ମନେ ପଡ଼ିଯାଉଥିଲା ଯେବେ ୨୦୧୬ରିଓ ଅଲିମ୍ପିକରେ ମୀରାବାଈ ଚାନୁଙ୍କର ପ୍ରୟାସ ଅସଫଳ ହୋଇଯାଇ ଥିଲା , ସେ ବହୁତ ଭାଙ୍ଗି ପଡ଼ିଥିଲେ ।

merbai chanu medal photo

ରିଓ ଅଲିମ୍ପିକ ପରେ ଚାନୁ କହିଥିଲେ , ତାଙ୍କ ପାଇଁ ସେ ସମୟ କେମିତି ଥିଲା । ଏମିତି ଲାଗୁଥିଲା କି ଯେମିତି ଗୋଟିଏ କ୍ଷଣରେ ସବୁ କିଛି ଶେଷ ହୋଇଯାଇଛି। ପୋଡ଼ିୟମରେ ପାଦ ଏପଟସେପଟ ହେଉଥିଲା । ଆଖିରେ ଲୁହ ବୋଲ ମାନନଥିଲା । ଚାନୁଙ୍କର ପ୍ରଥମ ଅଲିମ୍ପିକ ଥିଲା ରିଓ ଅଲିମ୍ପିକ। କୋଚ୍‌ଙ୍କ  ଠାରୁ ନେଇ ସମସ୍ତେ ଚାନୁଙ୍କର ସାଥିରେ ଥିଲେ । ତାଙ୍କୁ ସାହସ ଦେଇଥିଲେ । ଚାନୁ କହିଛନ୍ତି କି ସେ ବହୁତ ଦୁଃଖରେ ଥିଲେ । ସେ କ୍ଷଣ ତାଙ୍କୁ ବାରମ୍ୱାର ମନେପଡ଼ୁଥିଲ।  ସେ ପ୍ରତି ପ୍ରୟାସରେ ନିଜର ୧୦୦ ପ୍ରତିଶତ ଦେଇଥିଲେ , ହେଲେ  ସଫଳତା ମିଳିନଥିଲା । ଏହାପରେ ଚାନୁ ପୋଡ଼ିୟମ୍‌ରେ ହିଁ କାନ୍ଦିବାକୁ ଲାଗିଥିଲେ ।

merbai chanu tokyo olympic medal photo

ଉଲ୍ଲେଖନୀୟଯେ ,  ମୀରାବାଈ ୨୦୧୭ରେ ୱେଟଲିପଫ୍ଟିଂ ଚମ୍ପିୟନସିପ୍‌ ( ୪୮ କିଲୋ) ର ଚମ୍ପିୟନ ହୋଇଥିଲେ । ସେ ଏହି ବର୍ଷ ଅପ୍ରେଲରେ ୮୬ କିଲୋ ସ୍ନାଚ୍‌  ୱାଲର୍ଡ ରେକର୍ଡ ୧୧୯ କିଲୋ ଓଜନ ଉଠାଇ ଟାଇଟଲ ଜିତିଥିଲେ ।  ସେ ମୋଟ ୨୦୫ କିଲୋ ଓଜନ  ଉଠାଇ  ବ୍ରୋଞ୍ଜ୍ ମେଡାଲ ଜିତିଥିଲେ ।  ଚାନୁଙ୍କର ୨୦୧୬ ରିଓ ଅଲିମ୍ପିକ  ନୈରାଶ୍ୟଜ୍ଜନକ ଥିଲା । ହେଲେ ଏହାପରେ ସେ ନିଜର ଖେଳରେ ଲଗାତାର ସୁଧାର ଆଣି ପାରିଥିଲେ । ସେ ୨୦୧୭ର ୱଲର୍ଡ ଚମ୍ପିୟନସିପ୍‌  ଓ ୨୦୧୮ରେ କମନୱେଥ୍‌ରେ ଗୋଲ୍ଡ ମେଡାଲ ଜିତିଥିଲେ ।