ଆବିଷ୍କୃତ ହେଲା ଅଲୌକିକ ଗୁମ୍ଫା: ରାତିରେ ଶୁଭୁଛି ନାମ ସଂକୀର୍ତ୍ତନ

ରାଜସୁନାଖଳା,୭/୦୮: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ବଧିପାଟଣା ଗ୍ରାମଠାରୁ ପ୍ରାୟ ଦେଢ଼ କି.ମି ଦୂର ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଆବିଷ୍କୃତ ହୋଇଛି ଏକ ଅଲୌକିକ ଗୁମ୍ଫା । ଏହି ଗୁମ୍ଫାରେ ରହିଛି ୪ଟି ବଖରା । ଯାହା ଭିତରେ ଜଣେ ମଣିଷ ଛିଡ଼ା ହୋଇ ରହିପାରିବ । ଗୋଟିଏ କୂଅ ମଧ୍ୟ ରହିଛି । ଝରଣଟିଏ ମଧ୍ୟ ରହିଥିବା ଭିତରୁ ଶୁଭୁଥିବା କୁଳୁ କୁଳୁ ଶବ୍ଦରୁ ଅନୁମାନ କରାଯାଉଛି । ଗୁମ୍ଫାରେ କେହି ରହୁ ନଥିବା ବେଳେ ଭିତରୁ ଶୁଭୁଛି ବହୁ ଅଲୌକିକ ଶବ୍ଦ । ଗୁମ୍ଫା ଭିତରକୁ ଯାଉଥିବା ଲୋକମାନେ ଏହି ଶବ୍ଦ ଶୁଣି ବେଶି ଭିତରକୁ ଯିବାକୁ ଡରୁଛନ୍ତି। ସୁ ସୁ ଶବ୍ଦ ସହ ଆହୁରି ଅନେକ ପ୍ରକାରର ଅଦ୍ଭୁତ ଶବ୍ଦ ଶୁଣାଯାଉଛି । ନିସ୍ତବ୍ଧ ରାତିରେ ନାମ ସଂକୀର୍ତ୍ତନ ମଧ୍ୟ ଶୁଭୁଛି।

ମୁଣ୍ଡିଆ ତଳେ କିଛି ଦୂରରେ ଏକ ମଣ୍ଡପ ରହିଛି । ଏହି ମଣ୍ଡପକୁ ରାତିରେ ଗ୍ରାମବାସୀ ମେଳା କରିବାକୁ ଗଲେ ମୁଣ୍ଡିଆ ଉପରୁ ନାମ ସଂକୀର୍ତ୍ତନ ଶୁଣିବାକୁ ପାଉଛନ୍ତି। ସତେ ଯେମିତି କେତେକ ଭକ୍ତ ବସି ଖଞ୍ଜଣି, ଗିନି ବଜାଇ ମେଳା କରୁଛନ୍ତି। ଠାକୁରଙ୍କ ନାମ ନେଉଛନ୍ତି । ଗୁମ୍ଫାଟି ଏକ ମୁଣ୍ଡିଆ ଉପରେ ରହିଛି । ଗୁମ୍ଫା ନିକଟରେ ପହଞ୍ଚିବାକୁ ରାସ୍ତା ନଥିବା ବେଳେ ମୁଣ୍ଡିଆ ତଳୁ ପ୍ରାୟ ଅଧ କି.ମି ଉପରକୁ ଗଲେ ଗୁମ୍ଫା ନିକଟରେ ପହଞ୍ଚି ହେଉଛି । ସ୍ଥାନୀୟ ଲୋକେ ଗୁମ୍ଫା ସମ୍ପର୍କରେ ଶୁଣିଥିଲେ ମଧ୍ୟ କେବେ ଦେଖି ନଥିଲେ ।

ଗତ ୮ଦିନ ହେଲା ସ୍ଥାନୀୟ କିଛି ଉଦ୍ୟମୀ ଯୁବକ ଗୁମ୍ପାଟିକୁ ଆବିଷ୍କାର କରିଛନ୍ତି । ଗୁମ୍ଫା ନିକଟକୁ ପହଞ୍ଚିବା ପାଇଁ ଲଟାବୁଦା କାଟି ଅସ୍ଥାୟୀ ରାସ୍ତା ତିଆରି କରିଛନ୍ତି । ଗୁମ୍ଫା ଭିତରେ ଅପରିଷ୍କାର ହୋଇ ପଡ଼ିଥିବା ଦୁଇଟି କୋଠରୀକୁ ପରିଷ୍କାର ପରିଚ୍ଛନ୍ନ କରିଛନ୍ତି । ଏହି ଅଲୌକିକ ଗୁମ୍ଫା ସମ୍ପର୍କରେ ପ୍ରଚାର ହେବା ପରେ ଗୁମ୍ଫାକୁ ଦେଖିବାକୁ ପ୍ରତିଦିନ ଲୋକମାନେ ଭିଡ଼ ଲଗାଉଛନ୍ତି । କାହିଁ କେଉଁ ଯୁଗରୁ ଏହି ପୁରାତନ ଗୁମ୍ଫା ରହିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏହି ଗୁମ୍ଫାର ପ୍ରବେଶ ଦ୍ୱାରର ଆକାର ଗମ୍ବୁଜାକାର । ଗୁମ୍ଫା ଭିତରେ ୪ଟି କୋଠରୀ ଥିବା ଲୋକେ କହୁଥିବା ବେଳେ ଗୋଟିଏ ବଖରାରୁ ଅନ୍ୟ ବଖରାକୁ ଯିବା ପାଇଁ ରହିଛି ସୁଡ଼ଙ୍ଗ ।

ଗତ କିଛି ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ମାତ୍ର ଦୁଇ ବଖରା ପର୍ଯ୍ୟନ୍ତ ଯାଇ ହେଉଛି । ଗୁମ୍ଫା ଭିତରୁ ପାଣି ବାହାରୁ ଥିବାରୁ ବେଶି ଭିତରକୁ ଯିବା ସମ୍ଭବ ହାଇପାରୁନାହିଁ ବୋଲି ଗୁମ୍ଫା ଭିତରକୁ ଯାଇ ଫେରିଥିବା ଆମ ସ୍ଥାନୀୟ ପ୍ରତିନିଧି ସୂଚନା ଦେଇଛନ୍ତି । ଗୁମ୍ଫା ମଧ୍ୟରେ ଅନେକ ଜଙ୍ଗଲୀ ଜୀବଜନ୍ତୁ ରହିଥାଇ ପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଭିତରୁ ଏକ ଝରଣାର କୁଳୁ କୁଳୁ ନାଦ ମଧ୍ୟ ଶୁଣା ଯାଉଛି । ସ୍ଥାନୀୟ ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କ କହିବା ଅନୁଯାୟୀ, ଏହି ଗୁମ୍ଫା ବହୁତ ପ୍ରାଚୀନ । ସେମାନଙ୍କ ବାପା, ଜେଜେ ବାପାମାନେ କୁହନ୍ତି କି ଏହି ଗୁମ୍ଫାରେ ସାଧୁସନ୍ଥମାନେ ରହି ସାଧନା କରୁଥିଲେ ।

ବହୁ ଦିନ ହେଲା ସାଧୁସନ୍ଥଙ୍କ ଚଳପ୍ରଚଳ ନାହିଁ । ଗୁମ୍ଫା ଭିତରେ ଥିବା ବଖରା ଓ ପରିବେଶ ଦେଖିଲେ, ସାଧୁସନ୍ଥମାନଙ୍କ ରହୁଥିବା କଥାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । ସେପଟେ ଗୁମ୍ଫା ମଧ୍ୟରୁ ବାହାରୁଥିବା ଅଲୌକିକ ଶବ୍ଦ ଓ ନାମ ସଂକୀର୍ତ୍ତନରୁ ଏହି ପ୍ରାଚୀନ ଗୁମ୍ଫା ମଧ୍ୟରେ ଏବେ ବି ସାଧୁସନ୍ଥମାନେ ରହୁଥିବା ସନ୍ଦେହ କରାଯାଉଛି । ଏହି ଗୁମ୍ଫା ଆଦିଶକ୍ତିଙ୍କ ପୀଠ ବୋଲି କେତେକ କହୁଛନ୍ତି । ଏଭଳି ବିରଳ ପ୍ରାଚୀନ ଗୁମ୍ଫା ଲୋକଲୋଚନକୁ ଆସି ପାରି ନଥିବା ବେଳେ ଏହି ଗୁମ୍ଫା ସମ୍ପର୍କରେ ଗବେଷଣା ତଥା ପୁନରୁଦ୍ଧାର କରାଗଲେ ବହୁ ଅଲୌକିକ ରହସ୍ୟ ଉନ୍ମୋଚିତ ହେବା ସହ ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଚମ୍ପଟ ମାରିଲେ ମହିଳା, ବିଚରା ସ୍ୱାମୀ ଥାନାରେ କରୁଛି ଗୁହାରୀ

କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା