PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଶିଶୁ ଭବନକୁ ଆସିଲେଣି ଏମ୍‌ଆଇଏସ୍‌-ସି ଆକ୍ରାନ୍ତ,୩ ଦିନରୁ ଅଧିକ ସମୟ ଜ୍ୱର ହେଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

କଟକ,୧୯/୦୯: ଏମ୍‌ଆଇଏସ୍‌-ସି (ମଲ୍‌ଟି ସିଷ୍ଟମ ଇନ୍‌ଫ୍ଲାମେଟୋରୀ ସିନଡ୍ରମ ଇନ୍‌ ଚିଲଡ୍ରେନ୍‌), ସ୍କ୍ରବ ଟାଇଫସ୍‌ ଓ ଡେଙ୍ଗୁ..ଏବେ ଶିଶୁଭବନକୁ ଏହି ତିନି ରୋଗରେ ଆକ୍ରାନ୍ତ ଶିଶୁମାନେ ଆସିଲେଣି । ଏମ୍‌ଆଇଏସ୍‌-ସି କୋଭିଡ୍‌ ସଂକ୍ରମଣରୁ ସୁସ୍ଥ ହେବା ପରବର୍ତ୍ତୀ ଜଟିଳତା ହୋଇଥିବାବେଳେ ସ୍କ୍ରବ ଟାଇଫସ୍‌ ଏକ ଟିଙ୍କ ଭଳି ପୋକଜନିତ ରୋଗ । କୋଭିଡ୍‌ର ତୃତୀୟ ଲହରକୁ ନେଇ ବିଭିନ୍ନ ପ୍ରକାର ଆକଳନ ଓ ଅଙ୍କକଷା ଚାଲିଛି । ତୃତୀୟ ଲହରରେ ଅଧିକ ମାତ୍ରାରେ ପିଲା (ଜନ୍ମରୁ ୧୮ ବର୍ଷ ବୟସ) ଆକ୍ରାନ୍ତ ହେଉଛନ୍ତି । ଏବେ ପ୍ରତିି ୧୦୦ କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ରୁ ୧୯ ପ୍ରତିଶତ ଏହି ବର୍ଗର ପିଲା ରହୁଛନ୍ତି । ଅଗଷ୍ଟ ମାସରେ ଏହି ହାର ୧୦ ପ୍ରତିଶତ ଭିତରେ ରହୁଥିଲା । କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି ବଢୁଛି, କୋଭିଡ୍‌ ପରବର୍ତ୍ତୀ ଜଟିଳତାରେ ଆକ୍ରାନ୍ତ ଶିଶୁ ରୋଗୀଙ୍କ ସଂଖ୍ୟା ମଧ୍ୟ ଧୀରେଧୀରେ ବଢୁଛି । ଅବଶ୍ୟ ଏହି ବୃଦ୍ଧି ହାର ଉଦ୍‌ବେଗଜନକ ନୁହେଁ ।

ଶିଶୁଭବନର ସହଯୋଗୀ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ଚମ୍ପତ୍ତିରାୟ କହନ୍ତି, କୋଭିଡ୍‌ରେ ଆକ୍ରାନ୍ତ ହେବାର ୩ ରୁ ୪ ସପ୍ତାହ ମଧ୍ୟରେ ପିଲାମାନଙ୍କ କ୍ଷେତ୍ରରେ କୋଭିଡ୍‌ ପରବର୍ତ୍ତୀ ଜଟିଳତା ବା ଏମ୍‌ଆଇଏସ୍‌-ସି ଲକ୍ଷଣ ପ୍ରକାଶ ପାଉଛି । ଲକ୍ଷଣ ସ୍ୱରୁପ ପିଲାମାନଙ୍କ ଶରୀରରେ ନାଲି ନାଲି ଦାଗ ଦେଖାଦେବା ସହିତ ରକ୍ତଚାପ ବଢି ଯାଉଛି । କେତେକ କ୍ଷେତ୍ରରେ ପିଲାମାନେ ଛାତି ଯନ୍ତ୍ରଣାର ଶିକାର ହେଉଛନ୍ତି । ତ୍ୱରିତ ଚିକିତ୍ସା ଦ୍ୱାରା ଏହି ଶିଶୁମାନେ ଶତପ୍ରତିଶତ ଆରୋଗ୍ୟ ହେଉଥିବା ଡାକ୍ତର ଚମ୍ପତ୍ତିରାୟ କହିଛନ୍ତି । ସେହିପରି ସ୍କ୍ରବ ଟାଇଫସ୍‌ରେ ଆକ୍ରାନ୍ତ ପିଲାମାନଙ୍କ ଶରୀରରେ ମଧ୍ୟ ଜ୍ୱର ଆସିବା ସହିତ ଆଖି, ପାଦ ଫୁଲିବା ଓ ପ୍ଲିହା ବଢିବା ଭଳି ଲକ୍ଷଣ ଦେଖାଯାଉଛି । କେତେକ କ୍ଷେତ୍ରରେ ଏହା କିଡ୍‌ନୀ ଓ ହାର୍ଟକୁ ମଧ୍ୟ ସଂକ୍ରମିତ କରି ପିଲାମାନଙ୍କୁ ସେପ୍ଟିସିମିଆ କରି ଦେଉଛି ।

ବିଶେଷକରି ପଶ୍ଚିମ ଓଡ଼ିଶାରୁ ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖାଯାଇଛି । ଏକ ଟିଙ୍କ କାମୁଡିବା ଦ୍ୱାରା ପିଲାମାନେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ସମସ୍ତ ଜ୍ୱରକୁ ଏମ୍‌ଆଇଏସ୍‌-ସି, ସ୍କ୍ରବ ଟାଇଫସ୍‌ କିମ୍ବା ଡେଙ୍ଗୁ ଭାବିବା ଉଚିତ ନୁହେଁ । ଏବେ ବର୍ଷା ଲାଗି ରହିଥିବାରୁ ୯୦ ପ୍ରତିଶତ ପିଲା ଭୂତାଣୁ ଜନିତ ଜ୍ୱର ଓ ଥଣ୍ଡାରେ ପୀଡିତ ହେଉଛନ୍ତି । ଯେଉଁମାନଙ୍କୁ ସ୍ୱାଭାବିକ ଚିକିତ୍ସା କରାଯାଇ ଆରୋଗ୍ୟ କରାଯାଇଛି । ମାତ୍ର ଯଦି ୩ରୁ ୪ଦିନ ଧରି ଜ୍ୱର ନ କମିଲା କିମ୍ବା ଉପରୋକ୍ତ ଲକ୍ଷଣ ପ୍ରକାଶ ପାଇଲା ତେବେ ତୁରନ୍ତ ଶିଶୁରୋଗ ବିଶେଷଜ୍ଞମାନଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍‌ ବୋଲି ଡାକ୍ତର ଚମ୍ପତ୍ତିରାୟ କହିଛନ୍ତି । ଏବେ ଶିଶୁଭବନକୁ ପ୍ରତିଦିନ ୨ରୁ ୩ ଏମ୍‌ଆଇଏସ୍‌-ସି ଆକ୍ରାନ୍ତ ଶିଶୁ ରୋଗୀ ଆସୁଥିବା ବେଳେ ପଶ୍ଚିମ ଓଡ଼ିଶାରୁ କେତେକ ସ୍କ୍ରବ ଟାଇଫସ୍‌ ରୋଗୀ ଆସୁଥିବା ସେ କହିଛନ୍ତି ।