PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସମୁଦ୍ର ମଝିରେ ଡ୍ରେଜିଂ ଜାହାଜରୁ ତେଲ ଚୋରି, ଜାହାଜ କର୍ମଚାରୀ ସମେତ ୬ ଗିରଫ

ଧାମରା,୧୩।୧୨ : ସମୁଦ୍ର ମଝିରୁ ତେଲ ଚୋରି । ତାହା ପୁଣି ଜାହାଜ ଭିତରୁ । ଏହି ହାଇଫାଇ ଚୋରିରେ ଜାହାଜ କର୍ମଚାରୀ ବି ସମ୍ପୃକ୍ତ ରହିଛନ୍ତି । ଧାମରା ବନ୍ଦରକୁ ଆସୁଥିବା ବିଦେଶୀ ଜାହାଜ ମାନଙ୍କରୁ ଏଭଳି ଲଗାତର ଭାବେ ମୋବିଲ, ତେଲ ଚୋରି ହେଉଛି । ତେଲ ଚୋରି ନେଇ ବନ୍ଦର କର୍ତ୍ତୃପକ୍ଷଙ୍କ ଧାମରା ମେରାଇନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସକ୍ରିୟ ହୋଇ ଉଠିଛି । ଉକ୍ତ ରାକେଟକୁ ଧରିବା ପାଇଁ ଏକ ଜାଲ ବିଛାଇ ଥିଲା । ଗତକାଲି ମେରାଇନ ପୁଲିସ ସାଦା ପୋଷାକରେ ବନ୍ଧୁକ ସହ ସମୁଦ୍ରକୁ ପ୍ରବେଶ କରିଥିଲେ । ପ୍ରବେଶ ବେଳେ ଡ୍ରେଜିଂ ଜାହାଜରୁ ତେଲ ଚୋରି କରୁଥିବା ଏକ ରାକେଟ ପୁଲିସ ହାବୁଡ଼ରେ ପଡ଼ିଥିଲେ । ପୁଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ୬ ଜଣକ ମଧ୍ୟରେ ଜଣେ ଜାହାଜ କର୍ମଚାରୀ ଥିବା ଜଣାପଡ଼ିଛି ।
 

ଏହି ମୋବିଲ ଚୋରି ବ୍ୟବସାୟ କରିବା ପାଇଁ ଧାମରାରେ ୪ ଟି ଟିମ ୫ ବର୍ଷ ହେଲା ସକ୍ରିୟ ରହିଛନ୍ତି । ଏବେ ଜାହାଜରୁ ଡିଜେଲ ଓ ମୂଲ୍ୟବାନ ପେଟ୍ରୋଲ ଚୋରି କରିବାକୁ ୩ ଟି ରାକେଟ କାମ କରୁଛି । ପ୍ରତି ରାକେଟରେ ୫ ରୁ ୮ ଜଣ ଯୁବକ ରହିଥିବା ବେଳେ ଏମାନଙ୍କୁ ବିଭିନ୍ନ ରାଜନୈତିକ ଦଳର ନେତା ଛତା ତଳେ ରଖିଛନ୍ତି । ଧାମରା ବନ୍ଦରରୁ ଗଭୀର ସମୁଦ୍ର ପର୍ଯ୍ୟନ୍ତ ଖୋଳାଯାଇଥିବା ୧୭ କିଲୋମିଟର ଚାନେଲ ପାର ହୋଇ ବିଦେଶୀ ଜାହାଜ ବନ୍ଦରକୁ ପ୍ରବେଶ କରେ । ଏହି ଚାନେଲ ପୋତି ନ ପଡିବା ପାଇଁ ଅନବରତ ଡ୍ରେଜିଂ କରୁଛି ବନ୍ଦର କର୍ତ୍ତୃପକ୍ଷଙ୍କ ଡ୍ରେଜିଂ ଜାହାଜ । ଗତକାଲି ଏହି ଡ୍ରେଜିଂ ଜାହାଜ ରୁ ୬ ଜଣ ଯୁବକ ମା ତାରିଣୀ ନାମକ ଏକ ମାଛଧରା ବୋଟ ନେଇ ଏହି ଚାନେଲ ଭିତରେ ପ୍ରବେଶ କରିଥିଲେ । ଏମାନେ ବୋଟରେ ରଖିଥିବା ୧୫ ବ୍ୟାରେଲ ମଧ୍ୟରୁ ୧୦ ବ୍ୟାରେଲରେ ୪୮୦ ଲିଟର ତେଲ ଜାହାଜରୁ ଆଣି ଭର୍ତ୍ତି କରିସାରିଥିଲେ । ଏହି ସମୟରେ ମେରାଇନ ପୁଲିସ ବନ୍ଧୁକ ଦେଖାଇ ଅନ୍ଧାର ମଧ୍ୟରେ ଗଭୀର ସମୁଦ୍ରରୁ ଏହି ଯୁବକ ମାନଙ୍କୁ ଗିରଫ କରିଥିଲେ ।

ସେମାନେ ହେଲେ ଦୋଷିଙ୍ଗା ପଞ୍ଚାୟତ ଅମରନଗର ଗାଁର ବୁଲୁ ପାତ୍ର ଓ ଶୁକାନ୍ତ ସାହୁ, ଚିଆଣିପାଇ ଗାଁର ସୁବାଶ ପାଲ, ଆନ୍ଧ୍ରପ୍ରଦେଶ କାକିନାଡାର ରବି ଶଙ୍ଗଡ, ରବୀନ୍ଦ୍ରନଗର ଗାଁର ଗୌତମ ସାହୁ ଏବଂ ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କଉଜୋଡି ଗାଁର ରାଜେଶ ମାଝୀ । ପୁଲିସ ଏମାନଙ୍କୁ ଗିରଫ କରିବା ସହ ତେଲ ଜବତ ଏବଂ ବୋଟିଟିକୁ ଜବତ କରିବାକୁ ସକ୍ଷମ ହୋଇଛି । ଜବତ ହୋଇଥିବା ମା ତାରିଣୀ ନାମକ ବୋଟ ଟି ଗୌତମ ସାହୁଙ୍କର ବୋଲି ପୁଲିସ କହିଛି । ଏ ସଂକ୍ରାନ୍ତରେ ମେରାଇନ ଥାନାରେ ୨୭/୧୯ ରେ ଏକ ମକଦ୍ଦମା ରୁଜୁ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚୋରି ହେଉଥିବା ଜାହାଜ ଗୁଡ଼ିକର କର୍ମଚାରୀ ଏହି ତେଲ ମାଫିଆ ମାନଙ୍କ ସହ ସଂପର୍କ ରଖିଛନ୍ତି । ପୁଲିସ ଏହାର ସୁରାଗ ପାଇ ଡ୍ରେଜିଂ ଜାହାଜର କର୍ମଚାରୀ ଆନ୍ଧ୍ରପ୍ରଦେଶ କାକିନଡାର ରବି ଶଙ୍ଗଡ଼କୁ ଗିରଫ କରିଛି । ମୋଟାମୋଟି ଭାବେ ଏହି ତେଲଚୋରି ପାଇଁ ୬ ଜଣଙ୍କ ନାମରେ ମକଦ୍ଦମା କରାଯାଇଛି ମେରାଇନ ଥାନାରେ ।