ଟାର୍ଗେଟରେ ପୁଣି ବୃଦ୍ଧା : ସୁନା ଚେନ୍ ଝାମ୍ପି ନେଇ ୨ ଲୁଟେରା ଫେରାର୍‌

ବାଲିପାଟଣା ୨୦।୮: ବୃଦ୍ଧାଙ୍କୁ ପୁଣି ଟାର୍ଗେଟ୍ କଲେ ଲୁଟେରା । ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଗଲେ ଦୁଇ ଲୁଟେରା । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଗଡଶ୍ରୀରାମପୁର ଗ୍ରାମରେ ଘଟିଛି ଏଭଳି ଅଭବାନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗଡଶ୍ରୀରାମପୁର ଗ୍ରାମର ପ୍ରେମଲତା ସାହୁ ନାମକ ଜଣେ ବୃଦ୍ଧା ପଡୋଶୀଙ୍କ ଘରକୁ ଯାଉଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କ ପାଖରେ ବାଇକ୍ ଆଣି ରଖିଥିଲେ । କିଛି ବୁଝିବା ପୂର୍ବରୁ ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇ ଫେରାର୍ ହୋଇଗଲେ ଦୁଇ ଲୁଟେରା । ରାଜଧାନୀ ଉପକଣ୍ଠରେ ଗତ କିଛି ଦିନ ହେବା ଉତ୍ପାତ ମଚାଇଛନ୍ତି ଲୁଟେରା । ବିଶେଷକରି ବରିଷ୍ଠ ନାଗରିକମାନଙ୍କୁ ଟାର୍ଗେଟ୍ କରି ସୁନା ଚେନ୍ ଝାମ୍ପି ନେଉଛନ୍ତି।

   ସମ୍ବନ୍ଧିତ ଖବର


ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

କାର୍ତ୍ତିକେଶ୍ୱର ଭସାଣି ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ: ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୧୦ ଅସ୍ଥାୟୀ ଜଳାଶୟ

ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌