ଦୁଷ୍କର୍ମର ଶିକାର ହୋଇଥିବା ୧୭ ବର୍ଷୀୟ ନାବାଳିକାଙ୍କ ଆତ୍ମହତ୍ୟା, ଜେଲରୁ ବାହାରି ହଇରାଣ କରୁଥିଲା ଅଭିଯୁକ୍ତ

ଉତ୍ତରପ୍ରଦେଶ ୧୪।୧ : ୧୭ ବର୍ଷୀୟ ନାବାଳିକା ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ପରିବାର ସଦସ୍ୟଙ୍କ ଅଭିଯୋଗ କି, ପ୍ରାୟ ୧୦ ପୂର୍ବେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିଲା। ଅଭିଯୁକ୍ତ ଜେଲରୁ ବାହାରିବାରେ ପରେ ପୁଣି ବାରମ୍ବାର ହଇରାଣ କରୁଥିଲା। ଏମିତି କି ବାହାଘର ପ୍ରସ୍ତାବ ମଧ୍ୟ ଭାଙ୍ଗି ଦେଉଥିଲା। ଶେଷରେ ଅତିଷ୍ଠ ହୋଇ ନାବାଳିକା ଆତ୍ମହତ୍ୟା କରିଛନ୍ତି।

କିନ୍ତୁ ଏପଟେ ପୋଲିସର ବୟାନ ଆଉ କିଛି କହୁଛି। ପୋଲିସ କହୁଛି ଯେ, ନାବାଳିକା ମାଆର ଗାଳିରେ କ୍ଷୁବ୍ଧ ହୋଇ ଆତ୍ମହତ୍ୟା କରିଛି। ପୋଲିସ ଏହା ବି କହିଛି କି, ଝିଅର ବାପା ଦିବ୍ୟାଙ୍ଗ। କାମ କରିପାରୁନଥିଲା ଏବଂ ଘରର ଆର୍ଥିକ ସ୍ଥିତି ମଧ୍ୟ ଠିକ ନଥିଲା।

ପ୍ୟାଲିନୀ ଥାନା କ୍ଷେତ୍ରର ଗୋଟିଏ ଗାଁରେ ମଙ୍ଗଳବାର ରାତିରେ ଘର ବାରଣ୍ଡାରେ ରଶି ଲଗାଇ ନାବାଳିକା ଆତ୍ମହତ୍ୟା କରିଛି। ଝୁଲନ୍ତା ଅବସ୍ଥାରେ ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଥିଲା। ମାତ୍ର ଏସବୁ ପରିବାର ଲୋକ ଦେଖିପାରିନଥିଲେ। ଘର ଭିତରେ ବହୁ ସମୟ ଧରି ଝିଅକୁ ନପାଇବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଚାରିଆଡ଼େ ଖୋଜାଖୋଜି କରିବା ପରେ ଝୁଲନ୍ତା ଅବସ୍ଥାରେ ଘର ବାରଣ୍ଡାରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

ପରିବାର ଲୋକଙ୍କ କହିବାନୁସାରେ, ୧୦ ବର୍ଷ ପୂର୍ବେ ଗାଁର ଜରେ ଯୁବକ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତକୁ ସାତ ବର୍ଷ ଜେଲ୍‌ ହୋଇଥିଲା। କିଛି ଦିନ ତଳେ ଜେଲରୁ ଆସିବା ପରେ ପୁଣି ତାର କାରନାମା ଦେଖାଇଥିଲା। ରାସ୍ତା ଘାଟରେ ବାରମ୍ବାର ତାକୁ ହଇରାଣ କରୁଥିଲା। ଏଥିରେ ଅତିଷ୍ଠ ହୋଇ ଝିଅ ଆତ୍ମହତ୍ୟା କରିଛି ବୋଲି ଝିଅର ବାପା କହିଛନ୍ତି।