ମିସ୍‌ ଇଣ୍ଡିଆ ଡେଲିଉଡ୍‌ ହେଲେ ପୂଜା ଶର୍ମା, ଏଲିନା ମହାନ୍ତି ମିସେସ୍‌ ଇଣ୍ଡିଆ

ଭୁବନେଶ୍ୱର,୨୨ ।୮(ବ୍ୟୁରୋ): ନୂଆଦିଲ୍ଲୀରେ ଆୟୋଜିତ ବିୟୁଟି ପେଗା ଟେଷ୍ଟ ଡେଲିଉଡ ମିସ୍‌ ଇଣ୍ଡିଆର ବିଜେତା ହୋଇଛନ୍ତି ଓଡ଼ିଆ ଝିଅ ପୂଜା ଶର୍ମା । ଏଥିରେ ସାରା ଦେଶରୁ ୧୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ପୂଜା ସମସ୍ତଙ୍କୁ ପଛରେ ପକାଇ କ୍ରାଉନ୍‌ର ବିଜେତା ହୋଇପାରିଛନ୍ତି । ଏନେଇ ଗତ ଏପ୍ରିଲ ମାସରେ ଅଡିସନ୍‌ ହୋଇଥିଲା । ଏଥିରୁ ବଛାଯାଇଥିବା ପ୍ରତିଯୋଗୀମାନେ ଦିଲ୍ଲୀରେ ଆୟୋଜିତ ମେଗା ଇଭେଣ୍ଟରେ ଭାଗ ନେବାର ସୁଯୋଗ ପାଇଥିଲେ । ଏଥିପାଇଁ ସେମାନଙ୍କୁ ୫ ଦିନିଆ ଗ୍ରୁମିଂ ସେସନ୍‌ ଦିଆଯାଇଥିଲା । ଯେଉଁଥିରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରତିଯୋଗୀମାନଙ୍କୁ ବିଉଟି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଇଥିଲା । ଏଥିରେ କଟକର ପୂଜା ଶର୍ମା ଡେଲିଉଡ ମିସ୍‌ ଇଣ୍ଡିଆ କ୍ରାଉନ୍‌ର ବିଜେତା ହୋଇଥିବା ବେଳେ ମିଷ୍ଟର ଇଣ୍ଡିଆ କ୍ରାଉନ୍‌ ପାଇଥିଲେ ପାଟନାର ନିଲ୍‌ ଆର୍ଯ୍ୟନ୍‌ । ସେହିପରି ମିସେସ୍‌ ଇଣ୍ଡିଆ କ୍ରାଉନ୍‌ର ବିଜେତା ହୋଇଥିଲେ ଭୁବନେଶ୍ୱରର ଏଲିନା ମହାନ୍ତି ।

ଏ ବାବଦରେ ଡେଲିଉଡର ପ୍ରତିଷ୍ଠାତା ବିନୋଦ୍‌ ଅହଲାୱତ୍‌ କହିଛନ୍ତି ସୁନ୍ଦରତା ମୁହଁରେ ନଥାଏ, ବରଂ ଏହା ହୃଦୟ, ଚିନ୍ତାଧାରାରେ ଥାଏ । ଯୁବପିଢ଼ିଙ୍କୁ ଏମିତି ଏକ ପ୍ଲାଟଫର୍ମ ଦେବାର ଅର୍ଥ ସେମାନେ ଏହାଦ୍ୱାରା କେବଳ ନିଜର ପ୍ରତିଭାର ବିକାଶ କରିବେନି ବରଂ ଜୀବନ ଶୈଳୀକୁ ଠିକ୍‌ ଭାବେ ବିତାଇବାକୁ ସୁଯୋଗ ପାଇବେ । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମରସିଂହ, ଅଭିନେତ୍ରୀ କିଶୱେର ମାର୍ଚେଣ୍ଟ, ଅନିରୁଦ୍ଧ ଦାବେ, ବିନ୍ଦ୍ୟା ତିୱାରୀ, ନିଲ୍‌ ମତୱାନି, ଜୈସାର ନାନ୍ସି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

   ସମ୍ବନ୍ଧିତ ଖବର


ନାବାଳିକା ଗଣ ଦୁଷ୍କର୍ମ ମାମଲା : ଥାନାରେ ଓଟିଭି ଏଚ୍ଆର୍ ହେଡ୍ ହାଜର

ରାଜଧାନୀରେ ସୀମା ଟପିଲାଣି ଚିକିତ୍ସା ଅବହେଳା: ଦୁଃଖ ବଖାଣିଲେ ବିଏମ୍‌ସି ୱାର୍ଡ ଅଫିସର,ଗୁରୁତର ରୋଗୀଙ୍କୁ ଡିସ୍‌ଚାର୍ଜ କରି ମାରିଦେଲେ…

ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ବାସ ଭବନରେ ସିବିଆଇ ରେଡ୍

ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍‌ ମାର୍କ

ଓଡ଼ିଶାରେ ପୁଣି କରୋନା ନେଲା ୧୩ ଜୀବନ: ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି

ରାଜ୍ୟରେ ଆଉ ୪୧୮୦ ଜଣ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୧ ହଜାର ପାର୍