ବିମାନବନ୍ଦରରେ ଶିଶୁକୁ ଭୁଲରେ ଛାଡିଦେଲେ ମା, ଜରୁରୀ କାରଣ ଦର୍ଶାଇ ବିମାନକୁ ଫେରାଇ ଆଣିଲେ ପାଇଲଟ

ରିୟାଦ,୧୨।୩: ସାଧାରଣତଃ ଜରୁରୀକାଳୀନ ସ୍ଥିତିରେ ବିମାନକୁ ଅବତରଣ ଅନୁମତି ମିଳିଥାଏ। କିନ୍ତୁ ସାଉଦି ଆରବରେ ଜଣେ ପାଇଲଟ କିନ୍ତୁ ବିମାନକୁ ଫେରାଇ ଦେବାର ନିଷ୍ପତ୍ତି ନେଇଥିଲେ ଯେତେବେଳେ ତାଙ୍କୁ ଜଣାପଡିଥିଲା ଜଣେ ମହିଳା ନିଜ ସନ୍ତାନକୁ ଏୟାରପୋର୍ଟରେ ଛାଡି ଦେଇଛନ୍ତି। ଏକଥା ଜାଣିବା ପରେ ପାଇଲଟ୍ ଜଣକ ତତ୍କ୍ଷଣାତ ପ୍ଲେନ୍କୁ ଏୟାରପୋର୍ଟକୁ
ମିଳିଥିବା ତଥ୍ୟ ଅନୁଯାୟୀ, ଫ୍ଲାଇଟ୍ SV832 ସାଉଦିଆରବର ଜେଦ୍ଦାହରୁ କୁଆଲାଲାମ୍ପପୁର ଅଭିମୁଖେ ଉଡାଣ ଆରମ୍ଭ କରିଥିଲା। ତେବେ ବିମାନଟି ଉଡିବାର କିଛି ସମୟ ପରେ ସାଉଦି ଆରବର ଜଣେ ମହିଳା ନିଜ ଛୋଟ ଛୁଆକୁ ଏୟାରପୋର୍ଟରେ ଭୁଲରେ ଛାଡି ଆସିଥିବା କହିଥିଲେ। ଏହା ଶୁଣିବା ପରେ ପାଇଲଟ୍ ଜଣକ ସଙ୍ଗେସଙ୍ଗେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର(ଏଟିସି)ଙ୍କ ସହ ଯୋଗାଯୋଗ କରିଥିଲେ।
ଏ ସମ୍ପର୍କିତ ଏକ ଭିଡ଼ିଓ ଭାଇରାଲ ହୋଇଛି। ସେଥିରେ ଏଟିସିର କର୍ମଚାରୀ ଜଣକ ନିଜ ସହକର୍ମୀଙ୍କୁ ପଚାରୁଛନ୍ତି ଏଭଳି ସ୍ଥିତିରେ କ’ଣ ନିମୟ ରହିଛି? ଏହାପରେ ସେ ପାଇଲଟ୍ଙ୍କୁ ସମସ୍ୟା ଦୋହୋରାଇବାକୁ କହୁଛନ୍ତି । ପାଇଲଟ୍ ସମସ୍ୟା ସମ୍ପର୍କରେ ଜଣାଇ କହୁଛନ୍ତି, ଜଣେ ମହିଳା ଯାତ୍ରୀ ତାଙ୍କର ଶିଶୁକୁ କିଙ୍ଗ ଅବଦୁଲା ଅଜିଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଭୁଲରେ ଛାଡିକି ପଳାଇ ଆସିଛନ୍ତି। ଏହା ସହ ପାଇଲଟ ଜଣକ ବିମାନଯାତ୍ରା ଜାରି ରଖିବାକୁ ମଧ୍ୟ ମନା କରିଦେଇଥିଲେ।
ଏହାପରେ ଏଟିସି ବିମାନକୁ ଅବତରଣ କରିବାକୁ ଅନୁମତି ପ୍ରଦାନ କରନ୍ତି। ସୋସିଆଲ ମିଡିଆରେ ପାଇଲଟ ଜଣଙ୍କୁ ଖୁବ୍ ପ୍ରଶଂସା କରାଯାଇଚି। ନିଜ ଛୁଆକୁ ଭୁଲି ଯାଇଥିବା ମହିଳାଙ୍କୁ ସୋଶାଲ ମିଡ଼ିଆରେ ଖୁବ୍ ସମାଲୋଚନା କରାଯାଇଛି। ତେବେ ଏହା ସ୍ପଷ୍ଟ ହୋଇ ପାରିନାହିଁ ଯେ ବିମାନ ଉଡାଣ ଆରମ୍ଭ କରିବାର ତେବେ ସମୟ ପରେ ମହିଳା ଜଣକ ନିଜର ଭୁଲ ସମ୍ପର୍କରେ ଜାଣିପାରିତିଲେ। ଗତ ବର୍ଷ ଜର୍ମାନୀରେ ମଧ୍ୟ ଏଭଳି ମାମଲା ଦେଖିବାକୁ ମିଳିଥିଲା। ସେତେବେଳେ ପୋଲିସ କହିଥିଲା ଜଣେ ଦମ୍ପତ୍ତି ବିମାନବନ୍ଦରରେ ଭୁଲରେ ତାଙ୍କ ଝିଅକୁ ଛାଡିକି ପଳାଇ ଆସିଛନ୍ତି।