ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ନୂଆଦିଲ୍ଲୀ – ଭାରତୀୟ ନେଭିର ନିଖୋଜ ଅଫିସର କମାଣ୍ଡର ନିଶାନ୍ତ ସିଂହଙ୍କର ଖୋଜା ଚାଲିଛି । କଳବଳ ପ୍ରୟୋଗ କରି ନେଭି ଟିମ୍‌ ତଲାସ ଅଭିଯାନ ଜାରି ରଖିଛି । ହେଲେ ଏଯାଏ ତାଙ୍କର କୌଣସି ସନ୍ଧାନ ମିଳିନାହିଁ ।  ନିଶାନ୍ତ ସିଂହ ନିଜର ସହଯୋଗୀ କମାଣ୍ଡରଙ୍କ ସହ ମିଗ୍‌-୨୯ରୁ ୨୬ ନଭେମ୍ୱର ସନ୍ଧ୍ୟା ୫ଟାରେ ଉଡ଼ାନ ଭରିଥିଲେ । ଏହି ବିମାନ ଆରବ ସାଗରରେ କ୍ରାଶ୍‌ ହୋଇ ଯାଇଛି । ଏହି ଦୁର୍ଘଟଣାରେ ଅନ୍ୟ ପାଇଲଟ ଜଣଙ୍କ ତ ମିଳିଗଲେ , ହେଲେ ନିଶାନ୍ତ ସିଂହଙ୍କର ପତ୍ତା ମିଳିନାହିଁ ।  

ନିଶାନ୍ତ ସିଂହଙ୍କ ଖୋଜା ଖୋଜି ସହ ତାଙ୍କର ଏକ ଚିଠି ଏବେ ଭାଇରାଲ ହୋଇଛି । ଏହି ଚିଠିଟି ସେ ୭ମାସ ପୂର୍ବରୁ ନିଜର ଜଣେ ବରିଷ୍ଠ ଅଫିସରଙ୍କୁ ଲେଖିଥିଲେ ।  ନିଜ ବିବାହର ନିଷ୍ପତ୍ତି ସୂଚନା ନିଜ ବରିଷ୍ଠ ଅଫିସରଙ୍କୁ ଦେବାକୁ ଲେଖି ଜଣାଇଥିଲେ । ଏହି ଚିଠିର ଭାଷା ଓ ଏହାର ଅନ୍ଦାଜ କହୁଛି କି କମାଣ୍ଡର ସିଂହ କେତେ ହୃଦୟବାନ ଓ ଖୁସି ମିଜାଜ୍‌ର ମଣିଷ ଥିଲେ ।

ନିଜ ବିବାହର ଅନୁମତି ମାଗିବା ପାଇଁ କମାଣ୍ଡର ନିଶାନ୍ତ ସିଂହ ନିଜର ବରିଷ୍ଠ ଅଫିସରଙ୍କୁ ଲେଖିଥିଲେ , ମୁଁ ନିଜ ଉପରେ ଏକ ନ୍ୟୁକ୍ଲିୟର ପକାଇବାକୁ ଚାହୁଁଛି ଏବଂ ମୁଁ ଅନୁଭବ କରୁଛି , ଯେମିତି କି ଯୁଦ୍ଧ ସମୟରେ ଆମେ କ୍ଷଣିକରେ ନିଷ୍ପତ୍ତି ନେଇଥାଉ , ମୋ ପାଖରେ ଏହି ନିଷ୍ପତ୍ତିକୁ ପୁର୍ନବିଚାର କରିବାରେ ମୋ ପାଖରେ ସମୟ ନାହିଁ ।

ସେ ଯୁଦ୍ଧ ସମୟରେ ବ୍ୟବହାର କରାଯାଉଥିବା ଭାଷାକୁ ସୁନ୍ଦର ଭାବେ ପ୍ରୟୋଗ କରି  ଇଂରାଜୀରେ ଲେଖିଥିବା ଏହି ଚିଠିରେ କହିଛନ୍ତି , ୩ବର୍ଷର କଠିନ ଟ୍ରେନିଂ ଶେଷ କରିବା ପରେ ମିସ୍‌ ନାୟବ ରନ୍ଧ୍ୱା ଓ ମୁଁ ପରସ୍ପରର ସହମତିରେ ସ୍ଥିର କରିଛୁ କି, ବାସ୍ତବରେ ଆମେ ଦୁହେଁ  ପରସ୍ପରକୁ ନମାରି  ନିଜ ଜୀବନ ସାଥିହୋଇ ବିତେଇ ପାରିବୁ ।

ବିବାହର ଅନୁମତି ମାଗି ସେ ଲେଖିଛନ୍ତି ,ମୋର ଆଶା ଯେ, ଏହି ବେପରୁଆ , ଆତ୍ମହତ୍ୟା ଭଳି ଲାଗୁଥିବା ଓ ପୂର୍ଣ୍ଣ ରୂପେ ପିଲାଳିଆମୀରେ କରିଥିବା ଭୁଲକୁ କ୍ଷମା କରିବାରେ ଆପଣଙ୍କ ପାଖରେ ସୁନ୍ଦର ହୃଦୟଟିଏ ଅଛି ।

ଚିଠିର ଶେଷରେ ଏହି ଯୁବ ପାଇଲଟ ନିଜର ବରିଷ୍ଟ ଅଫିସରଙ୍କୁ ବିବାହରେ ଆସିବାକୁ ନିମନ୍ତ୍ରଣ ଦେଇ ଲେଖିଥିଲେ – ଆପଣ ବ୍ୟକ୍ତିଗତ ରୂପେ ଏହି Massacre ରେ ସାମିଲ ଅଛନ୍ତି ଏବଂ ଏହି ଯୋଡ଼ିକୁ ଶ୍ରଦ୍ଧାଞ୍ଜଳି ଦିଅନ୍ତୁ ।

କମାଣ୍ଡର ନିଶାନ୍ତ ସିଂହଙ୍କର ଚିଠିର ଜବାବ ତାଙ୍କର ସିନିୟର ଅଫିସର ସେହି ଅନ୍ଦାଜରେ ଦେଇଥିଲେ । ସେ ଲେଖିଥିଲେ , ତୁମ ଭିତରର ସ୍ପାର୍କକୁ ଦେଖିଥିଲି , ମୋତେ ଜଣା ଥିଲା ତୁମେ ଭିନ୍ନ , ସବୁ ଭଲ ଜିନିଷର ଶେଷ ହୋଇଥାଏ , ନରକରେ ତୁମକୁ ସ୍ୱାଗତ ।

ସୂଚନା ଯେ, କମାଣ୍ଡର ନିଶାନ୍ତ  ସିଂହଙ୍କର ନିଖୋଜ ହେବାର ୪୮ଘଣ୍ଟାରୁ ଅଧିକ ସମୟ ବିତି ସାରିଲାଣି । ଭାରତୀୟ ନେଭି ପୁରା ଦମ୍‌ରେ  କମାଣ୍ଡର ନିଶାନ୍ତଙ୍କୁ ଖୋଜିବାରେ ଲାଗିଛି ।