PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବିରୟାନିରେ ଲେଗ୍‌ ପିସ୍‌ ନ ମିଳିବାରୁ ମନ୍ତ୍ରୀଙ୍କୁ ଟ୍ୱିଟ କଲେ ୟୁଜର୍‌, ଜାଣନ୍ତୁ କ’ଣ ମିଳିଲା ଉତ୍ତର…

ହାଇଦ୍ରାବାଦ ୩୦/୦୫: ହାଇଦ୍ରାବାଦର ଜଣେ ବିରୟାନି ପ୍ରେମୀ ଯେଉଁ କାଣ୍ଡ କରିଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି । ବ୍ୟକ୍ତି ଜଣକ ଜୋମାଟୋରେ ବିରୟାନି ଅର୍ଡର କରିଥିଲେ । କିନ୍ତୁ ସେଥିରେ ଲେଗ୍‌ ପିସ୍‌ କମିଯିବାରୁ ବ୍ୟକ୍ତି ଜଣକ ସିଧା ମନ୍ତ୍ରୀଙ୍କୁ ଟ୍ୱିଟ୍‌ କରିଦେଲେ । ଏହି ଟ୍ୱିଟ୍‌ ପରେ ବିରୟାନି ଉପରେ ଇଣ୍ଟରନେଟ୍‌ରେ ଚର୍ଚ୍ଚା ଆରମ୍ଭ ହୋଇଗଲା । ମାମଲା ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ନିକଟରେ ପହଞ୍ଚିଗଲା । ଓୱେସୀଙ୍କଠାରୁ ମଧ୍ୟ ଏ ମାମଲାରେ ତୁରନ୍ତ ଉତ୍ତର ମିଳିଲା ।

ଥୋଟାକୁରୀ ରଘୁପତି ନାମକ ଏହି ଟ୍ୱିଟର ୟୁଜର୍‌ ହାଇଦ୍ରାବାଦୀ ବିରୟାନିକୁ ନେଇ ଦୁଃଖିତ ମନରେ ଜୋମାଟୋ ଏବଂ ମ୍ୟୁନିସିପାଲିଟି ପ୍ରଶାସନ ଓ ନଗର ଉନ୍ନୟନ ମନ୍ତ୍ରୀ କେ.ଟି. ରାମା ରାଓଙ୍କୁ ନିଜ ସମସ୍ୟା ବିଷୟରେ ଟ୍ୱିଟ୍‌ କରିଛନ୍ତି । ରଘୁପତି ଜୋମାଟୋ ଓ କେ.ଟି. ରାମା ରାଓଙ୍କୁ ଟ୍ୟାଗ୍‌ କରି ଟ୍ୱିଟ୍‌ କରିଛନ୍ତି ‘ମୁଁ ଏକ୍ସଟ୍ରା ମସାଲା ଓ ଲେଗ୍‌ ପିସ୍‌ଯୁକ୍ତ ଚିକେନ୍‌ ବିରୟାନି ଅର୍ଡର କରିଥିଲି, କିନ୍ତୁ ମୋତେ ଏଥିରେ କିଛି ବି ମିଳିଲା ନାହିଁ । ଏହା କ’ଣ ଲୋକଙ୍କୁ ସେବା କରିବାର ତରିକା!’ ରଘୁପତିଙ୍କ ଟ୍ୱିଟ୍‌ର ଜବାବ ଦେଇ ମନ୍ତ୍ରୀ ଯେତେବେଳେ ପୁନଃ ଟ୍ୱିଟ୍‌ କଲେ, ମାମଲା ଖବରକୁ ଆସିଲା ।

ମନ୍ତ୍ରୀ ରିଟ୍ୱିଟ୍‌ କରି ପଚାରିଛନ୍ତି ‘ଏ ଟ୍ୱିଟ୍‌ରେ ମୋତେ କାହିଁକି ଟ୍ୟାଗ୍‌ କରାଯାଇଛି ଭାଇ, ମୋଠୁ ଆପଣ କ’ଣ ଆଶା କରୁଛନ୍ତି?’ ବିରୟାନିରେ ଲେଗ୍‌ ପିସ୍‌ର ଚର୍ଚ୍ଚାକୁ ନେଇ ହାଇଦ୍ରାବାଦର ସାଂସଦ ଅସଦୁଦ୍ଦିନ ଓୱେସୀ ବି ପ୍ରତିକ୍ରିୟା ଦେଇଛନ୍ତି । ସେ ଥଟ୍ଟାମଜା ଅନ୍ଦାଜ୍‌ରେ ଟିପ୍ପଣୀ ଦେଇଛନ୍ତି ‘କେଟିଆର୍‌ କାର୍ଯ୍ୟାଳୟ ଏହାର ତୁରନ୍ତ ଜବାବ ଦେବା ଉଚିତ, କହିବା ଉଚିତ ଯେ ମନ୍ତ୍ରୀ ଓ ତାଙ୍କ ଟିମ୍‌ ଏହି ମହାମାରୀ ସମୟରେ ଲୋକଙ୍କ ଚିକିତ୍ସା ଆବଶ୍ୟକତାର ଜବାବ ଦେଉଛନ୍ତି।’ ବିରୟାନିକୁ ନେଇ ଚର୍ଚ୍ଚା ବଢ଼ିବାରୁ ରଘୁପତି ଟ୍ୱିଟ୍‌ ହଟାଇଦେଲେ । ତଥାପି ଚର୍ଚ୍ଚା ଥମୁନି