କେନ୍ଦ୍ରାପଡ଼ାରେ ମିତ୍ତଲ କରିବ ଷ୍ଟିଲ୍ ପ୍ଲାଣ୍ଟ – ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର – କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ କରିବ ଷ୍ଟିଲ୍ ପ୍ଲାଣ୍ଟ । ଏନେଇ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲଙ୍କ ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ।

ସୂଚନା ମୁତାବକ , ମିତ୍ତଲ ୫୦ ହଜାର କୋଟି ଟଙ୍କା ନିବେଶରେ ଏହି ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ କରିବ । ଏହାସହ ବର୍ଷକୁ ୧୨ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି କମ୍ପାନୀ ।
ଆଜି ଲୋକସେବା ଭବନର ନିୟୁ କନଭେସନ ସେଣ୍ଟରରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀଯୁକ୍ତ ଏଲ୍ଏନ୍ ମିତ୍ତଲ ଉପସ୍ଥିତ ଥିଲେ ।