ଏଠାରେ ଆଉ ୨ ସପ୍ତାହ ବଢ଼ିଲା ଲକ୍‌ ଡାଉନ୍‌ …ଅନେକ ରାଜ୍ୟରେ ଅନଲକ୍‌-୧ ଅନୁଯାୟୀ ନିୟମରେ କୋହଳ

ନୂଆଦିଲ୍ଲୀ – ଦେଶରେ ଜାରି କରୋନା ସଙ୍କଟ ମଧ୍ୟରେ  ଆଜି ଠାରୁ  ଅନ୍‌ଲକ୍‌ -୧  ଅନୁସାରେ  ଲାଗୁ ନିୟମକୁ କୋହଳ କରିଦିଆଯାଇଛି ।  କେତେକ ରାଜ୍ୟରେ  ଧାର୍ମିକ ସ୍ଥଳ , ରେଷ୍ଟୋରେଣ୍ଟ  ଓ ମଲ୍‌ସ ଗୁଡ଼ିକ ମଧ୍ୟ ଖୋଲିଛି । କିନ୍ତୁ କିଛି ସୁରକ୍ଷିତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଭିତରେ ମିଜୋରାମରେ ବଢ଼ୁଥିବା କରୋନା ମାମଲାକୁ ଦେଖି ପୁରା ଲକ୍‌ ଡାଉନ୍‌କୁ ଦୁଇ ସପ୍ତାହ ଆହୁରି ବଢ଼ାଇବାକୁ ନିଷ୍ପତ୍ତି  ନେଇଛନ୍ତି ।

ମିଜୋରାମ ସରକାରଙ୍କ ତରଫରୁ କୁହାଯାଇଛି କି ମୁଖ୍ୟମନ୍ତ୍ରୀ  ଜୋରମଥାଙ୍ଗାଙ୍କର ଅଧ୍ୟକ୍ଷତା ରେ ହୋଇଥିବା ବୈଠକ ସମୟରେ ରାଜ୍ୟର ବର୍ତ୍ତମାନ ସ୍ଥିତିକୁ ଦେଖି ପୁରା ଲକ୍‌ ଡାଉନ୍‌କୁ  ୯ ଜୁନ୍‌ରୁ ୨ ସପ୍ତାହ  ଆହୁରି ବଢ଼ାଇବାର ନିଷ୍ପତ୍ତି  ନିଆଯାଇଛି । ଏହି ବିଷୟରେ ଖୁବ୍‌ ଶୀଘ୍ର  ନିର୍ଦ୍ଦେଶାନାମା ଜାରି କରାଯିବ ।

ଏହାସହ ମଧ୍ୟ ପଢ଼ନ୍ତୁ –ଏହି ମନ୍ଦିରକୁ ଗଲେ କରୋନା ହେବ ନାହିଁ ବୋଲି ଦାବି ! ଭକ୍ତଙ୍କୁ ମିଳୁଛି ‘କରୋନା ନାଶକ ତେଲ’

ମିଜୋରାମ୍‌ରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ । ରାଜ୍ୟରେ କରୋନା ରୁ ଏବେ ସୁଦ୍ଧା  ଜଣେ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ଏବେ ୪୧ ଆକ୍ଟିଭ୍‌ ମାମଲା ଅଛି । ଏବେ ସୁଦ୍ଧା ଏହି ରୋଗରେ କାହାର ମୃତ୍ୟୁ ହୋଇନାହିଁ ।

ସୂଚନା ଯେ,  ଲକ୍‌ ଡାଉନ୍‌ ସମୟରେ  ପାଖାପାଖି  ୨ ମାସ ଯାଏ ବନ୍ଦ ରହିବା ପରେ ଆଜି ଠାରୁ ଦେଶରେ ସପିଂ ମଲ, ଧାର୍ମିକ ସ୍ଥଳ , ହୋଟେଲ ଓ ରେଷ୍ଟୋରାଣ୍ଟ ପୁଣି ଖୋଲିଛି ।  ଏଥିରେ ନୂଆ ନିୟମ ଅନୁସାରେ ପ୍ରବେଶ ପାଇଁ ଟୋକନ ପ୍ରଣାଳୀ ଭଳି  ବ୍ୟବସ୍ଥା ହେବ ।  ମନ୍ଦିରରେ ପ୍ରସାଦ  ବିତରଣ ହେବ ନାହିଁ ।

   ସମ୍ବନ୍ଧିତ ଖବର


ମେଡିକାଲରୁ ଡିସଚାର୍ଜ ହେଲେ କପିଲ ଦେବ, ଚେତନ ଶର୍ମା କହିଲେ..

ନିର୍ବାଚନ ବିଜ୍ଞାପନରୁ ନୀତୀଶ କୁମାରଙ୍କ ଚେହେରା ଗାଏବ , କେବଳ ରହିଛି ପିଏମ୍‌ ମୋଦିଙ୍କ ଫଟୋ !

ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ

ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…