PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିଧାନସଭା ପ୍ରାର୍ଥୀ ନବୀନ ଓ ଲୋକସଭା ପ୍ରାର୍ଥୀ ସଙ୍ଗୀତା ସବୁଠୁ ଧନୀ

ଭୁବନେଶ୍ୱର ୧୫/୪: ସାମ୍ନାକୁ ଆସିଲା ୨ୟ ପର୍ଯ୍ଯାୟ ନିର୍ବାଚନ ଲଢୁଥିବା ସମସ୍ତ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା । ପ୍ରାର୍ଥୀଙ୍କ ସତ୍ଯପାଠ ଆଧାରରେ ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି ।  ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲଢୁଥିବା ବିଧାନସଭା ପ୍ରାର୍ଥୀଙ୍କ ମଧ୍ଯରୁ ସବୁଠାରୁ ଅଧିକ ଧନୀ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ସମ୍ପତ୍ତିର ପରିମାଣ ହେଉଛି ୬୩ କୋଟି ୮୭ ଲକ୍ଷ ୪୧ ହଜାର ୮୧୬ଟଙ୍କା । ନବୀନ ଏଥର ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ଏବଂ ବରଗଡ ଜିଲ୍ଲା ବିଜେପୁରରୁ ପ୍ରାର୍ଥୀ ହୋଇଛନ୍ତି ନବୀନ । ସେହିଭଳି ନିର୍ବାଚନ ଲଢୁଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ ହେଉଛନ୍ତି ସଙ୍ଗୀତା ସିଂଦେଓ । ତାଙ୍କ ସମ୍ପତ୍ତିର ମୂଲ୍ଯ ୩୭ କୋଟି ୯୬ ଲକ୍ଷ ଟଙ୍କା ।

ବିଧାନସଭା ପ୍ରାର୍ଥୀଙ୍କ ମଧ୍ଯରେ ଧନୀ ତାଲିକାରେ ନବୀନଙ୍କ ପରେ ଅର୍ଥାତ୍ ଦ୍ୱିତୀୟରେ ଅଛନ୍ତି ବିଜେପିର ପାଟଣାଗଡ ପ୍ରାର୍ଥୀ କନକ ବର୍ଦ୍ଦନ ସିଂ ଦେଓ । ତାଙ୍କ ସମ୍ପତ୍ତିର ମୂଲ୍ଯ ହେଉଛି ୩୭ କୋଟି କୋଟି ୯୫ ଲକ୍ଷ ୯୦ ହଜାର ୮୫୧ ଟଙ୍କା । ତୃତୀୟ ସ୍ଥାନରେ ଅଛନ୍ତି ଝାରସୁଗୁଡାର ବିଜେପି ପ୍ରାର୍ଥୀ ନବକିଶୋର ଦାସ । ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୩୩ କୋଟି ୬୨ ଲକ୍ଷ ୭୩ ହଜାର ୭୦୭ ଟଙ୍କା ।

ଲୋକସଭା ପ୍ରାର୍ଥୀଙ୍କ ମଧ୍ଯରେ ଧନୀ ତାଲିକାର ଶୀର୍ଷରେ ଅଛନ୍ତି ବଲାଙ୍ଗିର ବିଜେପି ଲୋକସଭା ପ୍ରାର୍ଥୀ ସଙ୍ଗୀତା ସିଂଦେଓ । ତାଙ୍କ ସମ୍ପତ୍ତିର ମୂଲ୍ଯ ୩୭ କୋଟି ୯୬ ଲକ୍ଷ ଟଙ୍କା । ସଙ୍ଗୀତାଙ୍କ ପରେ ଅର୍ଥାତ୍ ଦ୍ୱିତୀୟରେ ଅଛନ୍ତି ବଲାଙ୍ଗିର ଲୋକସଭା ଆସନର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । କଳିକେଶଙ୍କ ସମ୍ପତ୍ତିର ମୂଲ୍ଯ ୨୦ କୋଟି ୪୯ ଲକ୍ଷ ଟଙ୍କା । ତୃତୀୟ ଧନୀ ତାଲିକାରେ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ଯ । ପ୍ରସନ୍ନଙ୍କ ସମ୍ପତ୍ତିର ମୂଲ୍ଯ ୯ କୋଟିରୁ ଅଧିକ ।