ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ବିଧାୟକଙ୍କ ନାଁରେ ଚାଟିଂରୁ ଚିଟିଂ: ନକଲି ଫେସବୁକ ଆକାଉଣ୍ଟ ଖୋଲି ଭୁଆଁ ବୁଲାଉଥିଲେ,ଧରିଲା ପୁଲିସ୍

ପାଟଣାଗଡ ୭/୧୦: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଫଟୋ ଥିବା ଆକାଉଣ୍ଟରୁ ଆସିଥିଲା ମେସେଜ । ହାଏ, ମୁଁ ସରୋଜ ମେହେର କହୁଛି । ମୋର ଗୋଟିଏ ମୋବାଇଲ ଦରକାର । ଭଲ ମୋବାଇଲଟେ ପଠାଇ ଦିଅ । ମେସେଞ୍ଜରରେ ବିଧାୟକଙ୍କ ଏଭଳି ଅନୁରୋଧ ଦେଖି ଦୋକାନୀ ତୁରନ୍ତ ଉତ୍ତର ଦେଇଥିଲେ, ଦାଦା ନମସ୍କାର କୋଉ ମୋବାଇଲ ଦେବି? କୋଉଠିକୁ ପଠାଇବି? ଉତ୍ତର ଆସିଥିଲା, ମୁଁ ବଲାଙ୍ଗୀରରେ ଅଛି, ଏଠାକୁ କୌଣସି ବସ୍‌ ଯୋଗେ ପଠାଅ । ମୁଁ ଗଲେ ପେମେଣ୍ଟ କରିଦେବି । ଦୋକାନୀ ମୋବାଇଲ ପଠାଇଲେ ନା ନାହିଁ ତାହା ସ୍ପଷ୍ଟ ନହେବାରୁ କିଛି ସମୟ ପରେ ପୁଣି ସେହି ଚାଟ୍‌ରୁ ମେସେଜ ଆସିଲା, କଣ ହେଲା ମୋବାଇଲ ପଠାଅ! ଦୋକାନୀ ପୁଣି ଉତ୍ତର ଦେଲେ ଦାଦା ପଠାଉଛି । କିଭଳି ପଠାଇବି କହିଦିଅ । ଚାଟ୍‌ରେ ମେସେଜ ଆସିଲା ବସରେ ପଠାଅ ବରଗଡ଼କୁ ।

ବାସ୍‌, ଏଇଠୁ ଦୋକାଦୀଙ୍କ ସନ୍ଦେହ ଆରମ୍ଭ ହେଲା । ପ୍ରଥମେ ବଲାଙ୍ଗୀର ଓ ପରେ ବରଗଡ଼ ଠିକଣା ଶୁଣିି ଦ୍ୱନ୍ଦ୍ୱ୍ୱରେ ଥିବା ଦୋକାନୀ ବିଧାୟକଙ୍କ ଜଣେ ସହଯୋଗୀଙ୍କୁ ଜଣାଇଥିଲେ । ମାତ୍ର ବିଧାୟକ ସେଭଳି କିଛି କହିନଥିବା ଜଣାପଡ଼ିବା ପରେ ଘଟଣାର ପର୍ଦ୍ଦଫାଶ ପାଇଁ ଯୋଜନା ହେଲା । ବିଧାୟକଙ୍କ ଉଦ୍ୟମକ୍ରମେ ବ୍ଲାକ୍‌ମେଲର୍‌କୁ କାବୁକରି ପୁଲିସକୁ ଖବର ଦିଆଗଲା । ଆରମ୍ଭ ହେଲା ତଦନ୍ତ, ଜଣାପଡିଲା ଆକାଉଣ୍ଟଟି ବିଧାୟକ ସରୋଜ ମେହେରଙ୍କ ନୁହେଁ । ଅନୁସନ୍ଧାନରୁ ଯୁବକ ଜଣକ ବଲାଙ୍ଗୀର ବରପାଲିପଡାର ଲୋପନ ମିଶ୍ର (୨୮) ବୋଲି ଜଣାପଡିଛି । ପୁଲିସ ତାକୁ ଗିରଫ କରି ଅନୁସନ୍ଧାନ ଚଳାଇଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେଲା ବିଧାୟକ ସରୋଜ ମେହେରଙ୍କ ନାଁରେ ଅଭିଯୁକ୍ତ ଲୋପନ ଫେସବୁକରେ ଏକ ଫେକ ଆକାଉଣ୍ଟ ଖୋଲିଥିଲେ । ଉକ୍ତ ଆକାଉଣ୍ଟରୁ ସେ ପାଟଣାଗଡସ୍ଥିତ ଦଶମତି ମୋବାଇଲ(ଶ୍ରୀରାମ ଦାଶ) ସହିତ ଚାଟିଂ ଆରମ୍ଭ କରିଥିଲେ । ଚାଟିଂରେ ଅଭ୍ୟସ୍ତ ହେବାପରେ ଆଜି ମଧ୍ୟାହ୍ନରେ ପ୍ରାୟ ୨୫ ହଜାର ଟଙ୍କାର ଏକ ମୋବାଇଲ ବସ୍‌ରେ ବଲାଙ୍ଗୀର ପଠାଇ ଦେବା ପାଇଁ ମେସେଜ କରିଥିଲେ । ରାଜନେତାଙ୍କ ଢଙ୍ଗରେ ସେ ନିଜ ପିଲା ହାତରେ ତୋ’ ଦୋକାନକୁ ଟଙ୍କା ପହଞ୍ଚାଇଦେବି ବୋଲି ଲେଖିଥିଲେ । ତେବେ ଚାଟିଂ ସମୟରେ କେତେବେଳେ ବଲାଙ୍ଗୀର ତ ଆଉ କେତେବେଳେ ବରଗଡକୁ ମୋବାଇଲ ପଠାଇବା ପାଇଁ ଲେଖିଥିଲେ । ଏହାଦେଖି ଦୋକାନୀ ଜଣକ ସନ୍ଦେହରେ ବିଧାୟକଙ୍କ ଅନ୍ତରଙ୍ଗ ସହଯୋଗୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଶେଷରେ ଖବରଟି ବିଧାୟକଙ୍କ ପାଖରେ ପହଞ୍ଚିଥିଲା ।

ତେବେ ବିଧାୟକଙ୍କ ନାମରେ କେହି ଫେକ ଆକାଉଣ୍ଟ ଖୋଲି ଏଭଳି ବେଆଇନ କାମ କରୁଥିବା ବିଧାୟକ ନିଶ୍ଚିତ ହୋଇଯାଇଥିଲେ । ଅଭିଯୁକ୍ତକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ମାଷ୍ଟର ପ୍ଲାନ । ଅପରାହ୍ନ ପ୍ରାୟ ସାଢେ ୧ଟାରେ ଦୋକାନୀ ଗୋଟିଏ ନକଲି ପାର୍ସଲ ତିଆରିକରି ବାବାଶଙ୍କର ବସ୍‌ରେ ବଲାଙ୍ଗୀର ପଠାଇଥିଲେ । ଏଥିସହ ବସ୍‌ରେ ପଠାଇଲି ଦାଦା, ଗାଡିଟି ୨ଟା ୪୦ରେ ବଲାଙ୍ଗୀର ପହଞ୍ଚିବ ବୋଲି ମୋବାଇଲ ଦୋକାନୀ ସମ୍ପୃକ୍ତ ଆକାଉଣ୍ଟକୁ ମେସେଜ କରିଥିଲେ । ପରେପରେ ବିଧାୟକଙ୍କ ଦୁଇଜଣ ଭାଇଙ୍କ ମଧ୍ୟରୁ ଜଣେ ଉକ୍ତ ବସରେ ଏବଂ ଅନ୍ୟ ଜଣେ ବାଇକ ଯୋଗେ ବସଟିକୁ ପିଛାକରି ବଲାଙ୍ଗୀର ପହଞ୍ଚିଥିଲେ । ଉକ୍ତ ଯୁବକ ଜଣକ ପାର୍ସଲଟିକୁ ଟ୍ରାଫିକ ଛକରେ ରିସିଭ କରିବାକୁ ଆସିବା ବେଳେ ବିଧାୟକଙ୍କ ଭାଇମାନେ ତାକୁ କାବୁ କରିନେଇଥିଲେ ।

ଏନେଇ ବିଧାୟକ ଏସପିଙ୍କୁ ଖବର ଦେବାରୁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବଲାଙ୍ଗୀର ପିସିଆର ଭ୍ୟାନ ମଧ୍ୟ ସେହି ସମୟରେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ନେଇଥିଲା । ପରେ ସନ୍ଧ୍ୟା ୬ଟାରେ ଅଭିଯୁକ୍ତକୁ ପାଟଣାଗଡ଼ ଥାନାକୁ ହସ୍ତାନ୍ତର କରିଥିବା ଜଣାପଡିଛି । ପାଟଣାଗଡ ଥାନାଧିକାରୀ କେ.ପ୍ରିୟଙ୍କା ରାଉତରାୟ ଅଭିଯୁକ୍ତକୁ ଅଟକରଖି ପଚରାଉଚରା ଜାରି ରଖିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଲୋପନ ମିଶ୍ର ଏହି ପାର୍ସଲଟିକୁ ରିସିଭ କଲା ପରେ ମଧ୍ୟ ଉକ୍ତ ମୋବାଇଲ ଦୋକାନୀ ସହ ଚାଟିଂ ଜାରି ରହିଥିଲା ।

ତେଣୁ ଏହି ଘଟଣା ପଛରେ ଆହୁରି କେତେଜଣ ସଂପୃକ୍ତ ଥିବା ଏବଂ ଏକ ଗୋଷ୍ଠୀ କାମ କରୁଥିବା ସନ୍ଦେହ କରାଯାଉଛି । ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଫୋନ ଏବଂ ବିଭିନ୍ନ ସୋସିଆଲ ମିଡିଆରେ ସଂପୃକ୍ତ ଗୋଷ୍ଠୀ ଧମକଚମକ ଦେଇ ଲୋକଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ହେଉଛି । ଏପରିକି ସଂପକ୍ତ ଯୁବକ ଜଣକ ଅନେକ ପ୍ରଭାବଶାଳୀ ନେତାମାନଙ୍କ ସହିତ ଫଟୋ ଉଠାଇ ଫେସବୁକରେ ଅପଲୋଡ କରିଥିବା ଜଣାପଡିଛି । ତେଣୁ ଅଭିଯୁକ୍ତ ଆଉ କେଉଁ କେଉଁ ଘଟଣାରେ ସଂପୃକ୍ତ ସେନେଇ ପୁଲିସ ଖୋଳତାଡ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.