ପୂର୍ବତନ ବିଧାୟକ ତଥା ସମବାୟ ଆନ୍ଦୋଳନର ପୁରୋଧା ବିମଳଲୋଚନ ଦାସଙ୍କ ଦେହାନ୍ତ

ବାରିପଦା- ବାରିପଦାର ପୂର୍ବତନ ବିଧାୟ ତଥା ସମବାୟ ଆନ୍ଦୋଳନର ପୁରୋଧା ବିମଳ ଲୋଚନ ଦାସଙ୍କ ପରଲୋକ । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ୮୬ ବର୍ଷ ବୟସରେ ସେ ଇହକାଳ ସମ୍ବରଣ କରିଛନ୍ତି । ବାରିପଦା ସହରରେ ଥିବା ବାସ ଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
୧୯୩୬ ମସିହା ଅକ୍ଟୋବର ୧୧ ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ସେ ଜନ୍ମ ଗ୍ରହଣ କରିଥିଲେ । ଶୁଳିଆ ପଦା ବ୍ଲକର ଉପାଧ୍ୟକ୍ଷ ଭାବେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ବାରିପଦାର ବିଧାୟତ ଥିଲେ । ଜେଏମ୍ଏମ୍ର ପ୍ରାର୍ଥୀ ଭାବେ ସେ ନିର୍ବାଚିତ ହୋଇଥିଲେ ।