PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିଧାୟକ ପିନ୍ଧିଲେ ଏକ କେଜି ଓଜନର ରୂପା ମୁକୁଟ – ତୃଣମୂଳ କର୍ମୀ ସାଧାରଣ ଲୋକଙ୍କ ଠାରୁ ଚାନ୍ଦା କରି ପିନ୍ଧାଇଥିବା ଅଭିଯୋଗ

TMC-MLA-3

କୋଲକାତା (ଆପ୍ର): ପାଣ୍ଡକେଶ୍ୱରର ତୃଣମୂଳ ବିଧାୟକ ନରେନ୍ଦ୍ର ନାଥ ଚକ୍ରବର୍ତ୍ତୀଙ୍କୁ ରୁପା ମୁକୁଟ ପିନ୍ଧାଇ ସମ୍ବର୍ଦ୍ଧନା ଦିଆଯାଇଛି । ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଅଞ୍ଚଳର ଲୋକମାନେ ଆଉ କର୍ମୀମାନେ ଚାନ୍ଦା କରି ବିଧାୟକଙ୍କୁ ଏହି ମୁକୁଟ ଦେଇଥିବା ସ୍ଥାନୀୟ ନେତାମାନେ ଜଣାଇଛନ୍ତି । ଶନିବାର ସଂଧ୍ୟାରେ ପାଣ୍ଡବେଶ୍ୱରର କୁମାରଡିହି ପଞ୍ଚାୟତର ଜୋୟାଲଭାଙ୍ଗା ଗ୍ରାମରେ ସ୍ଥାନୀୟ ତୃଣମୂଳ କଂଗ୍ରେସର ଉଦ୍ୟମରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଗ୍ରାମବାସୀ ଓ ତୃଣମୂଳ କର୍ମୀ ତଥା ସମର୍ଥକ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଓ ପ୍ରାୟ ଏକ କେଜି ଓଜନର ରୁପା ମୁକୁଟ ପିନ୍ଧାଇ ସମ୍ବର୍ଦ୍ଧିତ କରିଛନ୍ତି ।

ବିଧାୟକଙ୍କୁ ଦାମୀ ଉପହାର ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜିଲ୍ଲାର ବିଜେପି ମିଡିଆ ସେଲ୍‌ ଆବାହକ ଜିତେନ ଚାଟାର୍ଜୀ ଏହି ଘଟଣା ପ୍ରସଙ୍ଗରେ କହିଛନ୍ତି, ତୃଣମୂଳର ଟଙ୍କାର ଅଭାବ ନାହିଁ । ବେଆଇନ ଭାବେ ଆୟର ସୀମା ବି ନାହିଁ । ବାଲି ଓ କୋଇଲାରୁ ସେମାନେ ଟଙ୍କା ରୋଜଗାର କରନ୍ତି ।
ସେହି ଟଙ୍କାରେ ବିଧାୟକଙ୍କୁ ରୁପା ମୁକୁଟ ଦିଆଯାଇଛି । ଏହାର ଜବାବରେ ନରେନ୍ଦ୍ରନାଥ କହିଛନ୍ତି, ଏଥବରେ ବିତର୍କର କୌଣସି କାରଣ ନାହିଁ । ଗ୍ରାମବାସୀ ଓ କର୍ମୀମାନେ ଚାନ୍ଦା କରି ଭଲ ପାଇବାର ଉପହାର ଦେଇଛନ୍ତି ।

ସେଥିଲାଗି ତାହାକୁ ଗ୍ରହଣ କରିଛି । ଉପହାର ରୁପା ମୁକୁଟଟି ସ୍ଥାନୀୟ କାଳୀମନ୍ଦିରରେ ଅର୍ପଣ କରାଯିବ ବୋଲି ବିଧାୟକ କହିଛନ୍ତି ।

ସମ୍ବନ୍ଧିତ ଖବର