ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ଭୁବନେଶ୍ୱର- ଆସନ୍ତାକାଲି ବା ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ମୋ ବସ୍‌ ସେବା ଆରମ୍ଭ ହେବ । CRUT ପକ୍ଷରୁ ଏ ସମ୍ପର୍କରେ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ ଟ୍ରାନସ୍‌ପୋର୍ଟ ପକ୍ଷରୁ ଏକ ଟ୍ୱିଟ୍‌ରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । କେବଳ ରୁଟ୍‌ ନମ୍ବର ୨୯ ବ୍ୟତୀତ ଅନ୍ୟ ସମସ୍ତ ରୁଟ୍‌ରେ ମୋ ବସ୍ ଚଳାଚଳ କରିବ । ଭୁବନେଶ୍ୱର, କଟକ ଏବଂ ପୁରୀରୋ ମୋ ବସ୍ ଚଳାଚଳକରୁଛି । କାର୍ତ୍ତିକ ପୂର୍ଣ୍ଣିମା ପରେ ଏହାର ସେବା ଆରମ୍ଭ କରାଯିବ।

ପୂର୍ବରୁ ସେପ୍ଟେମ୍ବର ଏକ ତାରିଖରେ କେତକ ରୁଟ୍‌ରେ ମୋ ବସ୍‌ ଚଳାଚଳ ଆରମ୍ଭ କରାଯାଇଥିଲା । କରୋନା ଯୋଗୁଁ ଏହାର ଚଳାଚଳ ବନ୍ଦ କରାଯାଇଥିଲା । ମାତ୍ର ଏବେ ସେପ୍ଟେମ୍ବର ମାସରେ ୮ଟି ରୁଟ୍‌ରେ ଏହି ବସ୍‌ ସେବା ଆରମ୍ଭ କରାଯାଇଥିଲା ।