ଆସନ୍ତା୨ରୁ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ: ସରକାରଙ୍କ କାର୍ଯ୍ୟକ୍ରମକୁ ନେଇ ତାତିଲେ ବିରୋଧୀ

ଭୁବନେଶ୍ବର ୨୬।୮: ଅକ୍ଟୋବର ୨ରୁ ରାଜ୍ୟରେ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଗାନ୍ଧୀ ଜୟନ୍ତିରେ ପ୍ରଥମେ ସ୍ବାସ୍ଥ୍ୟ ବିଭାଗରୁ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାସ୍ଥ୍ୟ ବିଭାଗରେ କିପରି ସେବା ମିଳୁଛି ସେନେଇ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ କଥା ହେବେ ।

ଏଥିପାଇଁ ସ୍ବାସ୍ଥ୍ୟ ବିଭାଗକୁ ଆସୁଥିବା ରୋଗୀଙ୍କର ଟେଲିଫୋନ ନମ୍ବର ସଂଗ୍ରହ କରିବାକୁ ରାଜ୍ୟର ସବୁ ମେଡିକାଲ କଲେଜ, କଟକ ଶିଶୁ ଭବନ ଓ ସିଡିଏମଓ ମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ । ସର୍ଜରୀ ରୋଗୀ ଓ ତାହା ସହ ବିଭିନ୍ନ ବିଭାଗର ଓପିଡି, ଆଇପିଡିକୁ ଆସୁଥିବା ରୋଗୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ବିଭାଗକୁ ପଠାଇବାକୁ କୁହାଯାଇଛି । ମେଡିକାଲ କଲେଜ ହସ୍ପିଟାଲରେ ଦିନକୁ ୨୦ ଜଣ ରୋଗୀଙ୍କ ନମ୍ବର, ଜିଲ୍ଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ଓ ସିଏଚସିକୁ ଚିକିତ୍ସା ଲାଗି ଆସୁଥିବା ରୋଗୀଙ୍କ ଭିତରୁ ଦିନକୁ ୫ ଜଣ ରୋଗୀଙ୍କ ନମ୍ବର ସଂଗ୍ରହ କରି ସରକାରଙ୍କୁ ପଠାଇବାକୁ ନିର୍ଦେଶ ଦିଆଯାଇଛି ।

ଏହାସହ ସେମାନେ ଫିଡବ୍ୟାକ ଫର୍ମ ପୂରଣ କରି ପଠାଇବେ ବୋଲି ନିର୍ଦ୍ଦେଶ ରହିଛି । ସେପଟେ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କହିଛନ୍ତି ଡାକ୍ତରଖାନାରେ ଭିତ୍ତିଭୂମି ନାହିଁ କି ଡାକ୍ତର ନାହାନ୍ତି ଏଥିରେ ରୋଗୀ କଣ ସେବା ପାଇବେ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହେବେ । ଏହା କେବଳ ଲୋକ ଦେଖାଣିଆ । ଏହାର ଜବାବ ରଖିଛି ବିଜେଡି ।

   ସମ୍ବନ୍ଧିତ ଖବର


ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

ବଦଳିବ ସ୍କୁଲ ତାରିଖ, ନଭେମ୍ବରରେ ଖୋଲିବ କିନ୍ତୁ ୧୬ରେ ନୁହେଁ…

ISL‌-7 ପାଇଁ କ୍ରୀଡ଼ାସୂଚୀ ଘୋଷଣା: ଉଦ୍‌ଘାଟନୀ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଭେଟିବ ଓଡ଼ିଶା, ଏଥର ସିଜନରେ ୧୧୫ଟି ମ୍ୟାଚ୍‌ ଖେଳାଯିବ

ଅଭିଯୁକ୍ତର ଉନ୍ମତ୍ତ କାଣ୍ଡ : ଜାମିନରେ ଆସି ତିନି ଜଣଙ୍କୁ କଲା ରକ୍ତାକ୍ତ, ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌

ରାଜ୍ୟ ସରକାରଙ୍କ ଅନଲକ୍‌ ୬.୦‌ ଗାଇଡଲାଇନ୍ : କ’ଣ ରହିବ ବନ୍ଦ ଓ କ’ଣ ଖୋଲା, ପଢନ୍ତୁ…