PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଆମେରିକା ଯିବ ‘ମୋ ସ୍କୁଲ’ ଯୋଜନା: ଆସନ୍ତା ୧୫ରେ କାଲିଫର୍ଣ୍ଣିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର ୧୨/୧୨: ମୋ ସ୍କୁଲ ଯୋଜନା ସଂକ୍ରାନ୍ତରେ ଆମେରିକାରେ ରହୁଥିବା ଓଡ଼ିଆଙ୍କୁ ଅବଗତ ସହିତ ସେମାନଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏଥିପାଇଁ ମୋ ସ୍କୁଲ ଯୋଜନାର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆସନ୍ତା ୧୫ ତାରିଖରେ କାଲିଫର୍ଣ୍ଣିଆର ମିଲିପିଟାସଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ।

ଏଥିପାଇଁ ଭାରତୀୟ କନସେଲ ଜେନେରାଲଙ୍କ ଦପ୍ତରରୁ କାଲିଫର୍ଣ୍ଣିଆରେ ରହୁଥିବା ଓଡ଼ିଆଙ୍କ ନିକଟକୁ ନିମନ୍ତ୍ରଣପତ୍ର ପଠାଯାଇଛି । କାର୍ଯ୍ୟକ୍ରମର ସୂଚନା ଅନୁଯାୟୀ ୧୫ ତାରିଖ ଅପରାହ୍‌ଣ ୪ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ଅତିଥିମାନଙ୍କୁ ‘ମୋ ସ୍କୁଲ’ ଯୋଜନା ଉପରେ କ୍ଷୁଦ୍ର ଚଳଚିତ୍ର ଦେଖାଯିବ । ପରେ ଯୋଜନାର ଅଧ୍ୟକ୍ଷା ଶ୍ରୀମତୀ ବାଗ୍‌ଚୀ ଉପସ୍ଥିତି ବ୍ୟକ୍ତିଙ୍କୁ ଯୋଜନା ସଂକ୍ରାନ୍ତରେ ଅବଗତ କରିବେ । ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଇଣ୍ଡୋ-ଆମେରିକା ସେବକ ଫାଉଣ୍ଡେସନ ସହିତ ମଧ୍ୟ ଏ ସଂକ୍ରାନ୍ତରେ ଏକ ରାଜିନାମା ସ୍ୱାକ୍ଷର ହେବ ।

ମିଳିଥିବା ସୂଚନା ଅନୁଯାୟୀ କାଲିଫର୍ଣ୍ଣିଆରେ ଥିବା ଓଡ଼ିଆମାନେ ଯେଭଳି ‘ମୋ ସ୍କୁଲ’ ଯୋଜନାକୁ ଆର୍ଥିକ ସହାୟତା ଯୋଗାଇଦେବେ ସେ ସଂକ୍ରାନ୍ତରେ ସେମାନଙ୍କୁ ଅବଗତ କରାଯିବ । ଉଲ୍ଲେଖନୀୟ ଯେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଦ୍ୟାଳୟର ବିକାଶ ପାଇଁ ‘ମୋ ସ୍କୁଲ’ ଯୋଜନା ଆରମ୍ଭ କରିଛନ୍ତି । ଯୋଜନା ଅନୁଯାୟୀ ପୂର୍ବତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯେତିକି ଟଙ୍କା ସହାୟତା କରିବେ ସରକାର ତାହାର ଦୁଇ ଗୁଣ ଅର୍ଥ ଯୋଗାଇବେ । ଇତି ମଧ୍ୟରେ ରାଜ୍ୟରେ ‘ମୋ ସ୍କୁଲ’ ଯୋଜନାରେ ପୂର୍ବତନ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।

ଏହି ଯୋଜନାରେ ଏବେ ପ୍ରଥମଥର ବିଦେଶରୁ ଅର୍ଥ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଯୋଜନା ଆରମ୍ଭ ହେବା ପରେ ଇତିମଧ୍ୟରେ ମୋ ସ୍କୁଲ ପାଣ୍ଠି ୧୦୦ କୋଟି ଟଙ୍କା ଟପିଯାଇଛି । ପ୍ରାୟ ଦେଢ଼ ଲକ୍ଷ ପୂର୍ବତନ ଛାତ୍ରଛାତ୍ରୀ ସହାୟତା ବାବଦରେ ୩୩ କୋଟି ୬୦ ଲକ୍ଷରୁ ଅଧିକ ଟଙ୍କା ଯୋଗାଇ ଦେଇଥିବାବେଳେ ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ମୁତାବକ ଦାନ ପରିମାଣର ଦୁଇ ଗୁଣା ଅର୍ଥ ଯୋଗାଇ ଦେଇଛନ୍ତି । ଏବେ ବିଦେଶରୁ ସହାୟତା ମିଳିଲେ ‘ମୋ ସ୍କୁଲ’ ଯୋଜନା ପାଣ୍ଠି ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।