PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ବାଇଆ କଲା ମୋବାଇଲ୍ ନିଶା, ୫ ଦିନ ହେଲା ନଖାଇ ନଶୋଇ ମାନସିକ ଭାରସାମ୍ୟ ହରାଇଲେ ଯୁବକ

ଚୁରୁ, ୨୯/୧୧ : ମୋବାଇଲ୍ ପଛରେ ବାଇଆ ହେଉଛନ୍ତି ଆଜିକାର ଯୁବପୀଢି। ପବ୍‌ଜି ଭଳି ଗେମ୍ ଖେଳି ବହୁ ପିଲା ମାନସିକ ଭାରସାମ୍ୟ ହରାଉଥିବା ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ଏଭଳି ଆଉ ଏକ ଘଟଣା ଘଟିଛି। ରାଜସ୍ଥାନ ଚୁରୁ ଜିଲ୍ଲା ସାହୱା କସୱେର ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଏଭଳି ମୋବାଇଲ୍ ନିଶା ଲାଗିଲା ଯେ, ସେ ଏବେ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଏପରିକି ସେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଚିହ୍ନି ପାରୁ ନାହାଁନ୍ତି। ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଚୁରୁ ଜିଲ୍ଲା ସାହୱା କସୱେର ୨୦ ବର୍ଷୀୟ ଅକରମ ଗତ ଏକ ମାସ ହେଲା କାମଧନ୍ଦା ଛାଡି ମୋବାଇଲ୍‌ରେ ଦିନରାତି ବ୍ୟସ୍ତ ରହୁଥିଲେ। ଏପରିକି ସେ କାମ କରିବା ଛାଡିଦେଲେ। ପରିବାର ଲୋକେ ବହୁ ବୁଝାସୁଝା କରୁଥିଲେ ମଧ୍ୟ ସେ କାହା କଥା ଶୁଣୁ ନଥିଲେ। ସେ ଦିନ ସାରା ମୋବାଇଲ୍‌ରେ ଗେମ୍ ଖେଳୁଥିଲେ ଓ ଚାଟ୍ କରୁଥିଲେ। ଶେଷରେ ଏଭଳି ସ୍ଥିତି ହୋଇଗଲା ଯେ, ସେ ଗତ ୪ ଦିନ ହେବ ନଶୋଇ ମୋବାଇଲ୍‌ରେ ବ୍ୟସ୍ତ ରହିଲେ। ସେ ଖାଇବା ପିଇବା ମଧ୍ୟ ଛାଡିଦେଲେ।

୨୦ ବର୍ଷୀୟ ଅକରମ ଏବେ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ସେ ତାଙ୍କର ପରିବାର ଲୋକଙ୍କୁ ମଧ୍ୟ ଚିହ୍ନି ପାରୁ ନାହାଁନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର