PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

‘ଜନୌଷଧି ସୁଗମ’ ମୋବାଇଲ ଆପର ଶୁଭାରମ୍ଭ, ଜୈବିକ ଔଷଧ ଓ ଜନୌଷଧି କେନ୍ଦ୍ର ସନ୍ଧାନରେ ହେବ ସହାୟକ

ନୁଆଦିଲ୍ଲୀ ୨୭/୮: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ଆଜି ନୂଆଦିଲ୍ଲୀଠାରେ ‘ଜନୌଷଧି ସୁଗମ’ ମୋବାଇଲ ଆପ୍ର ଶୁଭାରମ୍ଭ କରିଛନ୍ତି । ଏଥିସହିତ “ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ମିଳିବ ବୋଲି ମଧ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଅବସରରେ ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲାଲ ମାଣ୍ଡବ୍ୟ ମଧ୍ୟ ଉପସ୍ଥିତ ଥିଲେ ।

ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ବିଷୟରେ ଘୋଷଣା କରି ଶ୍ରୀ ଗୌଡ଼ା କହିଥିଲେ ଯେ ଏକ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଥିଲେ । ଯାହା ଏବେ ପୂରଣ ହୋଇଛି । ସେ କହିଥିଲେ ଯେ “ଜନୌଷଧି ସୁଗମ” ଆପ ମାଧ୍ୟମରେ ଲୋକମାନେ  ଜୈବିକ ଔଷଧ ଏବଂ ଜନୌଷଧି  କେନ୍ଦ୍ର ସମ୍ପର୍କରେ ସୂଚନା ପାଇବାରେ ସଫଳ ହେବେ । ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଥିଲେ ଯେ ଭଲ ସାନିଟାରୀ ନାପକିନ ଅଭାବ କାରଣରୁ ୨ କୋଟି ୮୦ ଲକ୍ଷ କିଶୋରୀ ଅଧାରୁ ପାଠ ଛାଡ଼ି ଦେଇଥାନ୍ତି । କାରଣ ନାପକିନ ପ୍ୟାଡ ସେମାନଙ୍କୁ ଉଚିତ ଦାମରେ ମିଳିନଥାଏ । ସେ କହିଥିଲେ ଯେ ସାରା ଦେଶରେ ଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ନେଟୱାର୍କ ଜରିଆରେ ସମସ୍ତ କିଶୋରୀମାନଙ୍କୁ ଶସ୍ତା ଦରରେ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବା ଲାଗି ସରକାର ପ୍ରତିବଦ୍ଧ । ଏହି ପଦକ୍ଷେପ ଦ୍ୱାରା ଗରିବଙ୍କ ଔଷଧ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

 ଭାରତ ସରକାର ୪ ଜୁନ, ୨୦୧୮ରେ ବିଶ୍ୱ ପରିବେଶ ଦିବସର ପୂର୍ବ ସନ୍ଧ୍ୟାରେ ପ୍ୟାଡ ପିଛା ଅଢ଼େଇ ଟଙ୍କା ଦରରେ ‘ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନ୍ୟାପକିନ’ ଯୋଗାଣ ଯୋଜନାର ଶୁଭାରମ୍ଭ କରିଥିଳେ । ଜନୌଷଧି ସୁବିଧା ନାପକିନର ବିଶେଷତ୍ୱ ହେଉଛି ଯେ ଏହା ବ୍ୟବହାର ପରେ ଅକ୍ସିଜେନର ସଂସ୍ପର୍ଶରେ ଆସିବା କ୍ଷଣି ଜୈବିକ ପ୍ରକ୍ରିୟାରେ ନଷ୍ଟ ହୋଇଯାଇଥାଏ । ୩୧, ଜୁଲାଇ ୨୦୧୯ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଜରିଆରେ ୧.୩୦ କୋଟିରୁ ଅଧିକ ପ୍ୟାଡ ବିକ୍ରି ହୋଇସାରିଛି । ଦେଶର ମହିଳାମାନଙ୍କୁ ଆହୁରି ଶସ୍ତା ଦରରେ ସାନିଟାରୀ ପ୍ୟାଡ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ସରକାର ପ୍ରତି ପ୍ୟାଡ ମାତ୍ର ୧ ଟଙ୍କାରେ ବିକ୍ରି କରିବା ଲାଗି ନିଷ୍ପତି ନେଇଛନ୍ତି । ଲୋକସଭା ନିର୍ବାଚନ-୨୦୧୯ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଇଥିବା ଏହି ପ୍ରତିଶ୍ରୁତିକୁ ଏବେ ପୂରଣ କରାଯିବ । ବଜାରରେ ସାନିଟାରୀ ପ୍ୟାଡ ଶସ୍ତା ଦରରେ ଉପଲବ୍ଧ ହେବା ଫଳରେ ଦେଶର ବହୁ ସଂଖ୍ୟକ ମହିଳା ଋତୁସ୍ରାବ ସମୟରେ ନିଜର ସ୍ୱାସ୍ଥ୍ୟ ସୁନିଶ୍ଚିତ କରିପାରିବେ । ଏହାଦ୍ୱାରା ଦେଶର ଗରିବ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସୁବିଧା ସୁନିଶ୍ଚିତ ହୋଇପାରିବ ।

ଏହି ପଦକ୍ଷେପ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ‘ସ୍ୱଚ୍ଛ ଭାରତ, ସବୁଜ ଭାରତ’ ମଧ୍ୟ ପୂରଣ ହୋଇପାରିବ । କାରଣ ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ପରିବେଶ ଅନୁକୂଳ ଅଟେ । ଏହି ନାପକିନ ସାରା ଦେଶର ୫୫୦୦ରୁ ଅଧିକ ଜନୌଷଧି କେନ୍ଦ୍ରରେ ମିଳିବ । ‘ଜନ ଔଷଧି ସୁଗମ’ ମୋବାଇଲ ଆପ ନିକଟସ୍ଥ ଜନୌଷଧି କେନ୍ଦ୍ରର ଅବସ୍ଥିତି ସମ୍ପର୍କରେ ସୂଚନା ଗୁଗଲ ମ୍ୟାପର ଉପଯୋଗ କରି ପ୍ରଦାନ କରିବ । ଏହାଛଡ଼ା ଜୈବିକ ଔଷଧ, ଔଷଧର ମୂଲ୍ୟ, ଜୈବିକ ଏବଂ ବ୍ରାଣ୍ଡେଡ ଔଷଧର ତୁଳନା, ଖର୍ଚ୍ଚରେ ହେଉଥିବା ସଂଚୟ ବିଷୟରେ ସୂଚନା ମଧ୍ୟ ଏଥିରୁ ମିଳିପାରିବ । ଏହି \nମୋବାଇଲ ଆପ୍ଲିକେସନ ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ । ଏହାକୁ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଷ୍ଟୋରରୁ ମାଗଣାରେ ଡାଉନଲୋଡ୍ କରାଯାଇପାରିବ ।

ସମ୍ବନ୍ଧିତ ଖବର