PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ପେଟ୍ରୋଲ ପମ୍ପକୁ ତେଲ ପକାଇବା ଆସିଥିବା ଗାଡ଼ିରୁ ମୋବାଇଲ ଧରି ଚମ୍ପଟ୍ ମାରିଲେ ଲୁଟେରା, ସିସିଟିଭ ଦୃଶ୍ୟ କଏଦ

ଜି.ଉଦୟଗିରି ୦୨/୧୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳ ଏସାର୍ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଆସିଥିବା ଗାଡ଼ିରୁ ଚୋରି। ଟାଟା ଏସ୍‌ଇ ଗାଡ଼ିରେ ତେଲ ପକାଇବାରେ ଚାଳକ ବ୍ୟସ୍ତ ଥିବା ସମୟ ଫାଇଦା ଉଠାଇଲେ। ଚୁପଚାପ୍ ଅତି ଚତୁରତା ସହ ଗାଡ଼ି ସିଟରୁ ମୋବାଇଲ ଫୋନ୍ ଧରି ବାଇକରେ ଚମ୍ପଟ ମାରିଲେ ୨ ଲୁଟେରା।ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏନେଇ ସ୍ଥାନୀୟ ଥାନାକୁ ସୂଚନା ଦିଆଯାଇଥିବା ଜଣାପଡିଛି।

ସୂଚନା ମୁତବିକ, ଦାରିଙ୍ଗବାଡ଼ି ଅଞ୍ଚଳରେ ଏସାର ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଏକ ଟାଟା ଏସ୍‌ଇ ଡ୍ରାଇଭର ଜଣ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ତେଲ ପକାଇବାକୁ କହିଥିଲେ। ଠିକ ଏହି ସମୟରେ ଅନ୍ୟ ଏକ ଧାଡ଼ି ବାଇକ​‌ରେ ଛିଡା ହୋଇଥିବା ୨ ମୋବାଇଲ ଲୁଟୋରା ଏହା ଫାଇଦା ନେଇଥିଲେ। ତେଲ ପକାଇବା ବାହାନାରେ ଛିଡା ଥିବା ଲୁଟେରାଙ୍କ ମଧ୍ୟରୁ ଜଣେ ଓହ୍ଲାଇ ଆସି ଅତି ଚତୁରତା ସହ ଟାଟା ଏସ୍‌ଇ ସିଟ୍‌ରେ ଥିବା ଏକ ମୋବାଇଲକୁ ଧରି ଥିଲେ। ଅନ୍ୟପଟେ ଛିଡା ହୋଇଥିବା ସହ ଯୋଗୀ ଲୁଟେରା ଜଣ ବାଇକ ନିକଟକୁ ନେଇ ଆସିବା ପରେ ଉଭୟ ମୋବାଇଲ ଧରି ସେଠାରୁ ଚମ୍ପଟ ମାରିଥିଲେ। ଟାଟା ଏସଇର ଡ୍ରାଇଭାର ଜଣକ ତାଙ୍କ ଫୋନ ଚୋରି ହୋଇଥିବା ନେଇ ଜାଣିବା ପରେ ଖୋଜା ଖୋଜି କରିଥିଲେ। ପ୍ରଥମ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମୋବାଇଲ ଚୋରି ସମ୍ପର୍କ ଜଣାଇଥିଲେ। ପ​‌ରେ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭ ଯାଞ୍ଚ ବେଳେ ଚୋରି ବେଳରୁ ଦୃଶ୍ୟ ଦେଖିବାକୁ ପାଇଥିଲେ। ଏହାକୁ ଆଧାର କରି ଉକ୍ତ ଡ୍ରାଇଭର ଜଣକ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିବା ଜଣାପଡିଛି।