ମୋବାଇଲ ଚୋରି କରି ଖସି ଯାଉଥିଲେ ଯୁବକ, ସ୍ଥାନୀୟ ଲୋକ କାବୁ କରି ଦେଲେ ଉତ୍ତମ-ମଧ୍ୟମ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ପରିବା ମାର୍କେଟରେ ମୋବାଇଲ ଚୋରି କରୁଥିବା ଜଣେ ଯୁବକକୁ ସ୍ଥାନୀୟ ଲୋକ କାବୁ କରି ଖୁଣ୍ଟରେ ବାନ୍ଧିଥିଲେ । ଚତୁରତାର ସହ ମୋବାଇଲ ଲୂଟ କରି ଖସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଅଭିଯୁକ୍ତ ଯୁବକକୁ ଧରି ନେଇଥିଲେ । ବିଭିନ୍ନ ସମୟରେ ଏପରି ଘଟଣା ଘଟୁଥିବାରୁ ବ୍ୟବସାୟୀ ମାନେ ସଜାଗ ରହିଥିଲେ । ତାକୁ ଏକ ଖୁଣ୍ଟରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ । ଭୁବନ ପୁଲିସ ପହଂଚି ଏହି ମୋବାଇଲ ଲୁଟେରାଙ୍କୁ ଉଦ୍ଧାର କରି ଗିରଫ କରିଛି ।

 ଗିରଫ ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ଡୁବୁରୀ ଥାନା ଅନ୍ତର୍ଗତ  ସାରଙ୍ଗପୁର ଗ୍ରାମର ତୋଫାନୀ ପ୍ରଧାନ ବୋଲି ଜଣାପଡିଛି । ସେ ଚଂଚକତାର ସହ ବିଭିନ୍ନ ନାମୀଦାମୀ ମୋବାଇଲ ଲୂଟ କରି ବାହାରେ ବିକ୍ରି କରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ତେବେ ତା ସହ ଅନ୍ୟ କିଏ ଏହି ରାକେଟ ରେ ଅଛି ପୁଲିସ ସେ ସମ୍ପର୍କରେ ତଦନ୍ତ ଚଳାଇଛି ।

   ସମ୍ବନ୍ଧିତ ଖବର


ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ସାଲେପୁର: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବନବିଭାଗର ଚଢ଼ାଉ: ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ଶିକାର ସରଞ୍ଜାମ ଜବତ, ଜଣେ ଗିରଫ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ମାଲବାହୀ ଅଟୋ ହୁକରେ ଲାଗି ଓଲଟିଲା ଯାତ୍ରୀବାହୀ ଅଟୋ: ୨ ଯାତ୍ରୀ ଆହତ

ପୁଲିସ୍ ମାଡ଼ରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା, ୬ଘଣ୍ଟା ଧରି ପିଟିଥିଲେ–ସିବିଆଇ ଚାର୍ଜସିଟିରେ ଆଶ୍ଚର୍ଯ୍ୟକର ତଥ୍ୟ