PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ: ଟ୍ରକ୍ ପଛରେ ପିଟି ହେଲା ବାଇକ୍ : ୨ ଗୁରୁତର
  • ||
  • ୩ୟ ଟେଷ୍ଟ ଜିତିଲା ଭାରତ – ଇଂଲଣ୍ଡକୁ ୧୦ ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ
  • ||
  • ଭୁବନେଶ୍ୱର- ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ବାରଙ୍ଗ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଘଟଣାରେ କମିଶନରେଟ୍‌ ପୋଲିସୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
  • ||
  • ଚନ୍ଦକା ଜଙ୍ଗଲରେ ନିଆଁ – ନିଆଁକୁ ଆୟତ୍ତ କଲା ଜଙ୍ଗଲ ବିଭାଗ
  • ||
  • ଭଞ୍ଜନଗର – ଅଚିହ୍ନା ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ , ଜଙ୍ଗଲ ନିଆଁରେ ଜଣେ ସଂପୂର୍ଣ୍ଣ ପାଉଁଶ, ଗଛରେ ଝୁଲୁଛି ଅର୍ଦ୍ଧଦଗ୍ଧ ଯୁବତୀର ଶବ।
  • ||
  • ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ , ୨ୟ ଇନିଂସ୍‌ରେ ୮୧ ରନରେ ଇଂଲଣ୍ଡ ଅଲ୍ଆଉଟ୍
  • ||
  • ଭାରତ ଇଂଲଣ୍ଡ ଟେଷ୍ଟ ମ୍ୟାଚ- ଭାରତ ୧୪୫ ରନ୍‌ରେ ଅଲ୍‌ ଆଉଟ୍‌
  • ||
  • ନବରଙ୍ଗପୁର- ପରକିୟାପ୍ରୀତି ମହଙ୍ଗା , ପ୍ରେମିକ ସହ ବିବାହିତ ମହିଳା ଫେରାର ହୋଇ ଧରାପଡିବା ପରେ ଗାଁ ଦାଣ୍ଡରେ ବାନ୍ଧି ନିର୍ଧୁମ ଛେଚା ଖାଇଲେ ।
  • ||
  • ପାରାଦୀପ- ପାରଦୀପ ବନ୍ଦର ପକ୍ଷରୁ ୨୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ୨୭ ଟି ବିଭିନ ପ୍ରକଳ୍ପର ଏମଓୟୁ ସ୍ୱାକ୍ଷରିତ
  • ||
  • ଅନୁଗୁଳ: ଓଡ଼ପଡ଼ାରେ ୮ ବଖରା ଘର ଭାଙ୍ଗିଲେ ହାତୀ ପଲ
  • ||
  • ରାଜଗାଙ୍ଗପୁର ସମିତିସଭ୍ୟ ଉପନିର୍ବାଚନ । କୁକୁଡ଼ାମୁଣ୍ଡାରେ ପୁଷ୍ପିତା ଓ ବୁଚକୁପଡା ରେ ବସନ୍ତଙ୍କ ବିଜୟ । ଦୁଇଟିରେ ବିଜେଡି ସମର୍ଥିତ ପାର୍ଥୀଙ୍କ ବାଜିମାତ।
  • ||
  • ନୂଆପଡ଼ା – ଜିଲ୍ଲା ପରିଷଦ ଜୋନ୍ ୨ ନିର୍ବାଚନ ଫଳାଫଳ ବିଜେଡ଼ି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଭୋଟରେ ବିଜୟୀ
  • ||
  • ଭଦ୍ରକ: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ମହିଳାଙ୍କୁ ଏସିଡ ମାଡ଼ ଘଟଣା, ୨୦ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସୁବାସ
  • ||
  • ବାଲେଶ୍ବର: ଯୌତୁକ ନିର୍ଯାତନା ମୃତ୍ୟୁ ଅଭିଯୋଗ ମାମଲା, ୫ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବାଲେଶ୍ୱର ଏଡିଜେମ କୋର୍ଟ
  • ||
  • ନୀଳଗିିରି: ଓଡ଼ିଆ ପଥର କାରିଗରଙ୍କ କମାଲ୍, ରାଜସ୍ଥାନରେ ଟ୍ରାଫିକ ସମସ୍ୟା ଓ ତାର ସୁଧାର ପାଇଁ ଗାଇଲେ ଗୀତ,
  • ||
  • ରାୟଗଡା: ନାଗାବଳି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା, ଗର୍ଭପାତ କରାଇଥିବା ଡାକ୍ତର ଦେବାଶିଷ ଘୋଷଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଅନୁଗୁଳ: NTPC CISF ଯବାନଙ୍କ ଏକାଉଣ୍ଟରୁ ଟଙ୍କା ଲୁଟ ଘଟଣା, ସାଇବର ଲୁଟେରାକୁ ପଶ୍ଚିମବଙ୍ଗରୁ ଗିରଫ କଲା ପୁଲିସ୍
  • ||
  • ତାଳଚେର ଥର୍ମାଲ ବନ୍ଦ ପ୍ରସଙ୍ଗ: ଆଜି ଠାରୁ ପ୍ରତୀକ ଆନ୍ଦୋଳନ ଆରମ୍ଭ
  • ||
  • ବାଲେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିଦାଦର ସମାଧାନ ପାଇଁ ପଶ୍ଚିମବଙ୍ଗରେ ବୈଠକ
  • ||

ମୋବାଇଲ୍‌ ଟ୍ରାକିଂ ଖୋଲିଦେଲା ଗୁମର..! ମୃତ୍ୟୁ ପ୍ରମାଣପତ୍ର ଆବେଦନ ପାଇଁ ଥାନାକୁ ଯାଇଥିଲେ ବିବନର ସ୍ତ୍ରୀ ଓ ପୁଅ, ପୋଲିସ ଖେଳିଥିଲା ଏମିତି ଖେଳ…

କଟକ ୨୩।୨ : ଓଡ଼ିଶା ଅପରାଧ ଇତିହାସର ଅନ୍ୟତମ ‘ମୋଷ୍ଟ ଓ୍ବାଣ୍ଟେଡ୍‌ ପଳାତକ ଅଭିଯୁକ୍ତ’ ବିବନ ବିଶ୍ବାଳ ଶେଷରେ ପୁଲିସ ପଞ୍ଝାରେ ଗତକାଲି ପଡ଼ିଛି। ବିବନ ଓରଫ୍‌ ବିବେକାନନ୍ଦ ଓରଫ ତଥାକଥିତ ବାରଙ୍ଗ କିଙ୍ଗ (ବିକେ) ହେଉଛି, ଚାଞ୍ଚଲ୍ୟକର ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ।

ମୃତ୍ୟୁ ପ୍ରମାଣପତ୍ର ଆବେଦନ ଧରାଇଦେଲା..!
ଜମି ବିକ୍ରି ପାଇଁ କିଛି ଦିନ ପୂର୍ବରୁ ବିବନର ସାନପୁଅ ଓ ତାର ପତ୍ନୀ ବାରଙ୍ଗ ଥାନାକୁ ଯାଇ ବିବନ ବିଶ୍ୱାଳର ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ତେବେ ଏହି ସମୟରେ ବାରଙ୍ଗ ଥାନା ପୋଲିସ ଚତୁରତାର ସହିତ ତାର ସାନ ପୁଅର ମୋବାଇଲ୍‌ ନମ୍ବର ରଖିଥିଲେ । ଏହି ମୋବାଇଲ୍‌ ନମ୍ବରକୁ ଆସୁଥିବା କଲ୍‌ ମଧ୍ୟରୁ ଅଧିକ କଲ୍‌ ଜଳନ୍ଧର ସ୍ୱାଇଁଙ୍କ ନାମରେ ଆସୁଥିଲା । ଫଳରେ ପୁଲିସ ସନ୍ଦେହ କରି ଉକ୍ତ ନମ୍ବରକୁ ଟ୍ରାକିଙ୍ଗ କରି ବିବନକୁ ଧରିବାରେ ସଫଳ ହୋଇଥିଲା । ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ବିବନକୁ ଧରିବାରେ ସହାୟକ ହୋଇଥିଲା । ଜଳନ୍ଧର ସ୍ୱାଇଁ ନାଁରେ ବିବନ ତାର ପୁଅ ବ୍ୟାଙ୍କର ଖାତାକୁ ଟଙ୍କା ପଠାଉଥିଲା । ଏକଥା ପୁଲିସ ଜାଣିବା ପରେ ଜଳନ୍ଧର ସ୍ୱାଇଁ ହିଁ ବିବନ ବିଶ୍ୱାଳ ଓ ସେ ଗଣବଳାତ୍କାରର ମୁଖ୍ୟ ଆସାମୀ ବୋଲି ଏକରକମ ସ୍ପଷ୍ଟ ହୋଇଯାଇଥିଲା ।

ମୃତ୍ୟୁ ପ୍ରମାଣପତ୍ର ପାଇଁ ଉଦ୍ୟମ କରୁଥିଲେ ପରିବାର ଲୋକ
ଅପରାଧ ଘଟାଇବା ପରଠାରୁ ବିବନ ବିଶ୍ୱାଳ ଫେରାର୍‌ ହୋଇଗଲା । ବହୁଲୋକ ଚର୍ଚ୍ଚା କଲେ ସେ କୁଆଡ଼େ ମରିଗଲାଣି କିମ୍ବା ତାକୁ କେହି ମାରି ଦେଇଛି । ତେବେ ପରିବାର ଲୋକେ ଜାଣିଥିଲେ ବିବନ ବଞ୍ଚିଛି । ତେବେ ଲୋକଙ୍କ ମହଲରେ ବିବନ ମୃତ ବୋଲି ହେଉଥିବା ଚର୍ଚ୍ଚାକୁ ତାର ପରିବାର ଲୋକ ଅସ୍ତ୍ର କଲେ । ବିବନକୁ ମୃତକ ବୋଲି ସରକାରୀ ଭାବେ ଦର୍ଶାଇବା ପାଇଁ ପରିବାର ଲୋକ ଉଦ୍ୟମ କଲେ । ପରିବାର ଲୋକ ବାରମ୍ବାର ବାରଙ୍ଗ ଥାନାକୁ ଯାଇ ମୃତ୍ୟୁ ପ୍ରମାଣପତ୍ର ଦେବାକୁ ଗୁହାରି କରୁତିଲେ । ଏପରିକି ବିବନ ମରିଯାଇଛି ବୋଲି ପୁଲିସ ଖଣ୍ଡେ କାଗଜରେ ଲେଖି ଦେଉ ବୋଲି ନିବେଦନ କରୁଥିଲେ । କେବଳ ସେତିକି ନୁହେଁ, ମୃତ୍ୟୁ ପ୍ରମାଣପତ୍ର ପାଇଁ ତା’ ପରିବାର ଲୋକେ ତହସିଲ୍‌ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ୁଥିଲେ । ଏସବୁ ବିବନର ନିର୍ଦ୍ଦେଶରେ କରାଯାଉଥିଲା । ଥରେ ମୃତ୍ୟୁ ପ୍ରମାଣପତ୍ର ମିଳିଯାଇଥିଲେ ବିବନକୁ ଧରିବା ପରେ ମଧ୍ୟ ତାକୁ ପ୍ରମାଣ କରିବା କଷ୍ଟକର ହୋଇଥାନ୍ତା ।

ଅନ୍ୟ ବ୍ୟକ୍ତିଙ୍କ ଜରିଆରେ ପରିବାର ସହ ସମ୍ପର୍କରେ ଥିଲା
ବିବନ ବାରଙ୍ଗରୁ ଫେରାର୍‌ ହେବା ପରେ ମୁମ୍ବାଇରେ ଯାଇ ରହିଲା । କିଛିବର୍ଷ ପର୍ଯ୍ୟନ୍ତ ସେ ପରିବାର ଓ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିନଥିଲା । ମାତ୍ର ମାମଲା ଟିକେ ଥମିଯିବାରୁ ସେ ପରିବାର ସହିତ ସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ କଲା । ନରଣପୁର ଅଞ୍ଚଳର କିଛି ପରିଚିତ ଲୋକଙ୍କୁ ଫୋନ୍‌ କରି ଓ ଚିଠି ଲେଖି ସେ ମୁମ୍ବାଇରେ ରହୁଥିବା କଥା କହିଥିଲା । ଏହା ପରେ ସେହି ସବୁ ସାଙ୍ଗ-ସମ୍ପର୍କୀୟଙ୍କ ଜରିଆରେ ପରିବାର ଲୋକଙ୍କୁ ଖବର ଦିଆନିଆ କଲା । ଏପରିକି ସେ ତାର ପରିବାର ଲୋକଙ୍କୁ ଅନ୍ୟଲୋକଙ୍କ ମାଧ୍ୟମରେ ଟଙ୍କା ପଇସା ପଠାଉଥିଲା । ବିବନ ତାର ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପରେ ସେହି ଟଙ୍କାକୁ ସମ୍ପର୍କୀୟମାନେ ନେଇ ତାର ପୁଅ ଓ ପତ୍ନୀଙ୍କୁ ଦେଉଥିଲେ ବା ଆକାଉଣ୍ଟକୁ ଟ୍ରାନ୍ସଫର୍ର କରୁଥିଲେ । ପ୍ରତି ମାସରେ ବିବନ ଏଭଳି ଢଙ୍ଗରେ ତାର ଦରମା ପଇସା ଘରକୁ ଦେଉଥିଲା ।