‘ମୋ ବସ୍’ ଶ୍ରେଷ୍ଠ ସିଟି ବସ୍

ଭୁବନେଶ୍ୱର ୧୭/୧୧: ଶ୍ରେଷ୍ଠ ସିଟି ବସ୍ ଭାବେ ପୁରସ୍କୃତ ହେଲା ‘ମୋ ବସ୍’ । ଲକ୍ଷ୍ନୌର ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଶ୍ରେଷ୍ଠ ସହରାଞ୍ଚଳ ବସ୍ ସେବା ପାଇଁ ‘ମୋ ବସ୍’କୁ ପୁରସ୍କାର ମିଳିଛି ।

ଗତ ବର୍ଷ ନଭେମ୍ବର ୬ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ବସ୍’ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଅଧିକ ମଜବୁତ କରିପାରିଛି । ଗୋଟିଏ ଦିନରେ ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଇ ପାରୁଛି ‘ମୋ ବସ’ । ନିକଟରେ ‘ମୋ ବସ’ର ବାର୍ଷିକତ୍ସୋବରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ଭରସା ହାସଲ କରିପାରିଛି ‘ମୋ ବସ୍’ । ଗମନାଗମନକୁ ଅଧିକ ସୁବିଧାଜନକ କରିପାରିଥିବାରୁ ଆଜି ଲକ୍ଷ୍ନୌର ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସରେ ‘ମୋ ବସ’କୁ ଶ୍ରେଷ୍ଠ ସିଟି ବସ୍ ଭାବେ ପୁରସ୍କୃତ କରାଯାଇଛି ।

   ସମ୍ବନ୍ଧିତ ଖବର


ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

‘ବାହା ନ ହେଲେ ମାରିଦେବି ନ ହେଲେ ମରିଯିବି’: ପାଗଳ ପ୍ରେମୀକୁ ବାନ୍ଧିଲା ପୁଲିସ

ଓଡ଼ିଶା ପୁଣି କରୋନା ନେଲା ୧୭ ଜୀବନ: ମୃତକଙ୍କ ସଂଖ୍ୟା ୧୬୫୭କୁ ବୃଦ୍ଧି

ସବୁଜ ହେଉଛି ଓଡ଼ିଶା ମାନଚିତ୍ର, କମୁଛି ସଂକ୍ରମିଣ: ୨୪ଘଣ୍ଟା ଆଉ ୬୬୮ ପଜିଟିଭ ଚିହ୍ନଟ୍ : ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ଟପିଲା

ଆଜି ଯେ ରୂପଜୀବୀ, କାଲି ସେ ରାଣୀ ମହୁମାଛି: ଡିମାଣ୍ଡ ଦେଖି ସପ୍ଲାଏ କରୁଛନ୍ତି ଦଲାଲ୍,ଫୁଲ୍ ସୁରକ୍ଷାରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଛନ୍ତି ଯୁବତୀ

୨୪ରେ ଓଡ଼ିଶା ଆସିବେ ମୋହନ ଭାଗବତ୍‌