ପାଣିରେ ନୁହେଁ ରକ୍ତରେ ଗାଧୋଇଥାନ୍ତି ଏହି ମଡେଲ୍, ଜାଣନ୍ତୁ କାରଣ…

ଦୁନିଆଁରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏଥିପାଇଁ କିଏ ସର୍ଜରୀ କରୁଛି ତ କିଏ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରୁଛି। ମାତ୍ର ଆଜି ଏମିତି ଜଣେ ମଡେଲଙ୍କ ସମ୍ପର୍କରେ କହିବାକୁ ଯାଉଛୁ ଯାହାର ସୁନ୍ଦରତା ଓ ଆକର୍ଷଣୀତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯଦି ଆପଣଙ୍କୁ ସୁନ୍ଦର ଦେଖାଯିବା ପାଇଁ କିଏ ରକ୍ତରେ ଗାଧୋଇବା ପାଇଁ କୁହେ ତ ଆପଣ କ’ଣ କରିବେ ?

ଏହାକୁ ଶୁଣିବା ପରେ ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଇଥିବେ ମାତ୍ର ଏହା ସତ। ଏହି ମହିଳା ଜଣକ ପାଣିରେ ନୁହେଁ ବରଂ ରକ୍ତରେ ଗାଧୋଇଥାନ୍ତି। ମହିଳା ପେସାରେ ଜଣେ ମଡେଲର୍। ଏହି ମଡେଲରଙ୍କ ଗାଧୋଇବା ସମୟର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

୨୩ ବର୍ଷର ଏହି ମଡେଲ ଘର କାର୍ଲିଫର୍ଣ୍ଣିଆରେ । ଏକ ରିଏଲିଟି ସୋରେ ଏହି ମଡେଲ ଜଣକ ପଶୁପକ୍ଷୀଙ୍କ ରକ୍ତରେ ଗାଧୋଇବାର ଦେଖାଯାଇଥିଲା। କୁହାଯାଏ କି ପଶୁପକ୍ଷୀଙ୍କ ରକ୍ତରେ କିଛି ତତ୍ବ ରହିଛି ଯାହା ତ୍ବଚାକୁ ଚିକ୍କଣ କରି ରଖେ। ଚେହେରାରେ ସବୁବେଳେ ଉଜ୍ଜ୍ବଳତା ଭରି ରହିଥାଏ। ଯେଉଁ କାରଣରୁ ଏହି ମଡେଲ ଜଣକ ରକ୍ତରେ ଗାଧୋଇବା ଆରମ୍ଭ କରିଦେଇଛନ୍ତି।

ସେ ସବୁବେଳେ ଚାହାନ୍ତି କି ତାଙ୍କ ଚେହେରାରେ ଲୁଚାକୋଚା ନହେଉ ଏବଂ ବୟସ୍କ ପରି ନ ଦେଖା ଯାଆନ୍ତୁ। ଏଥିପାଇଁ ରକ୍ତରେ ସେ ନିଜ ଚେହେରାକୁ ଗୋଟିଏ ଦିନରେ ୮ରୁ ୧୦ଥର ଧୋଇଥାନ୍ତି।